ETV Bharat / business

ଲକଡାଉନ: ମାର୍ଚ୍ଚରେ ୟୁପିଆଇ ନେଣଦେଣ ହ୍ରାସ

author img

By

Published : Apr 22, 2020, 1:03 AM IST

ସଦ୍ୟ ତଥ୍ୟ ଅନୁଯାୟୀ ମାର୍ଚ୍ଚରେ UPI କାରବାର ସଂଖ୍ୟା ହ୍ରାସ ପାଇ 124.68 କୋଟି ରହିଛି । ଯେତେବେଳେ କି ଫେବୃଆରୀରେ ଏହା 132.57 କୋଟି ଥିଲା । ଅଧିକ ପଢନ୍ତୁ...

upi transactions fall in march due to lockdown
ଲକଡାଉନ: ମାର୍ଚ୍ଚରେ ୟୁପିଆଇ ନେଣଦେଣ ହ୍ରାସ

ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ମାର୍ଚ୍ଚ ମାସରେ ୟୁପିଆଇ ନେଣଦେଣ ହ୍ରାସ ପାଇଛି । ଗତ କିଛି ମାସ ଧରି ବଢିଚାଲିଥିବା ୟୁପିଆଇ ପେମେଣ୍ଟ ଏବେ ପ୍ରବଳ ମାତ୍ରାରେ କମିଛି । ହେଲେ RTGS(ରିୟଲ ଟାଇମ ଗ୍ରାସ ଟ୍ରାନ୍ସଫର) ଚାହିଦା ବୃଦ୍ଧି ପାଇଛି ।

ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI) ଦ୍ବାରା ବିକଶିତ ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ (UPI) ତତ୍କାଳ ପେମେଣ୍ଟ ପ୍ରଣାଳୀ । ସଦ୍ୟ ତଥ୍ୟ ଅନୁଯାୟୀ ମାର୍ଚ୍ଚରେ UPI କାରବାର ସଂଖ୍ୟା ହ୍ରାସ ପାଇ 124.68 କୋଟି ରହିଛି । ଯେତେବେଳେ କି ଫେବୃଆରୀରେ ଏହା 132.57 କୋଟି ଥିଲା ।

ଏଭଳି ଭାରେ ୟୁପିଆଇ ନେଣଦେଣର ମୂଲ୍ୟ ମଧ୍ୟ ଫେବୃଆରୀରେ 2.23 ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ମାର୍ଚ୍ଚରେ 2.06 କୋଟି ଟଙ୍କା ରହିଛି । କିଛି ମାସକୁ ବାଦ ଦେବା ଯଦି ୟୁପିଆଇ ନେଣଦେଣ ସଂଖ୍ୟା ଓ ମୂଲ୍ୟ ଲଗାତାର ବୃଦ୍ଧି ପାଇଛି ।

କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉନ ଜାରି କାଯାଇଛି । ଯାହାର ପ୍ରଭାବ ୟୁପିଆଇ ନେଣଦେଣ ଉପରେ ପଡିଛି । ତେବେ ଏହାର ବାସ୍ତବର ପ୍ରଭାବ ଏପ୍ରିଲ ମାସର ଗଣନା ପରେ ଜଣା ପଡିବ ।

ପ୍ରକାଶ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ମୁତାବକ ଆରଟିଜିସି ନେଣଦେଣ ଫେବୃଆରୀ ତୁଳନାରେ ମାର୍ଚ୍ଚରେ 34 ପ୍ରତିଶତ ବୃଦ୍ଧି ପାଇ 120.47 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.