ETV Bharat / business

ଡିଜିଟାଲ ଇଣ୍ଡିଆ: ଜୁନରେ ହୋଇଛି 2.62 ଲକ୍ଷ କୋଟିର ୟୁପିଆଇ ନେଣଦେଣ - UPI transactions

ସାଧାରଣ ଖାଉଟିଙ୍କ ଠାରୁ ବ୍ୟବସାୟୀ ସମସ୍ତଙ୍କ ମଧ୍ୟରେ ଏବେ ଆଦୃତ ହୋଇପାରିଛି ଅନଲାଇନ ଟ୍ରାଞ୍ଜାକ୍ସନ । ଏଥିଯୋଗୁଁ ରେକର୍ଡ ସ୍ତରରେ ପହଞ୍ଚିଛି ୟୁପିଆଇ ନେଣଦେଣ । ଅଧିକ ପଢନ୍ତୁ..

ଡିଜିଟାଲ ଇଣ୍ଡିଆ
ଡିଜିଟାଲ ଇଣ୍ଡିଆ
author img

By

Published : Jul 2, 2020, 5:30 PM IST

ନୂଆଦିଲ୍ଲୀ: ଦେଶବାସୀଙ୍କ ମଧ୍ୟରେ ଆଦୃତ ହେଉଛି କ୍ୟାସଲେସ କାରବାର । ବିଶେଷ କରି କୋରୋନା ସଙ୍କଟ ଆରମ୍ଭ ପରଠୁ ଡିଜିଟାଲ ନେଣଦେଣ ବୃଦ୍ଧି ପାଇପାରେ ଲାଗିଛି ।

ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ତଥ୍ୟ ଅନୁସାରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ରେ ପେମେଣ୍ଟ ଜୁନ ମାସରେ 1.34 ଅରବ ନେଣଦେଣରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛି । ଏଥିମଧ୍ୟରେ ପାଖାପାଖୀ 2.62 ଲକ୍ଷ କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଛି ।

ରିପୋର୍ଟ ମୁତାବକ , 2020 ମେ ମାସର 1.23 ଅରବ ନେଣଦେଣ ତୁଳନାରେ ଜୁନ ମାସରେ 8.94 ପ୍ରତିଶତ ବୃଦ୍ଧି ହୋଇଛି । ଏହା ପୂର୍ବରୁ ଏପ୍ରିଲ ମାସରେ କୋରୋନା ଭାଇରସ ଲକଡାଉନ ମଧ୍ୟରେ ୟୁପିଆଇ ନେଣଦେଣ ହ୍ରାସ ପାଇ 99.95 କୋଟି ରହିଥିଲା । ଆଉ ଏଥିମଧ୍ୟରେ ମୋଟ 1.51 ଲକ୍ଷ କୋଟିର ନେଣଦେଣ ହୋଇଥିଲା ।

ଅର୍ଥବ୍ୟବସ୍ଥା ଖୋଲିବା ପରେ ମେ ମାସଠୁ ଅନଲାଇନ ପେମଣ୍ଟରେ ବୃଦ୍ଧି ହେଉଛି । ଏନପିସିଆଇର ତଥ୍ୟ ମୁତାବକ, ମେ ମାସରେ ୟୁପିଆଇ ନେଣଦେଣ ସଂଖ୍ୟା 1.23 ଅରବ ଥିଲା । ଯାହାର ମୁଲ୍ୟ 2.18 ଲକ୍ଷ କୋଟି ଟଙ୍କା ଥିଲା । ଏହା ପରେ ଜୁନରେ ନେଣଦେଣ ସଂଖ୍ୟା ସର୍ବୋଚ୍ଚ ସ୍ତରରେ ପହଞ୍ଚି ରେକର୍ଡ କରିଛି ।

ଭାରତରେ ଖୁଚୁରା ପେମେଣ୍ଟ ଏବଂ ସେଟଲମେଣ୍ଟ ସିଷ୍ଟମ ସଞ୍ଚାଳନକୁ ଏକ ଛତା ତଳେ ଆଣିବା ପାଇଁ 2008 ରେ ଏନପିସିଆଇ ଗଠନ କରାଯାଇଥିଲା । ଏହା ଦେଶରେ ଏକ ମଜବୁତ ପେମଣ୍ଟ ଏବଂ ସମାଧାନ ଭିତ୍ତିଭୂମି ସୃଷ୍ଟି କରିଛି ।

ରୂପେ କାର୍ଡ, ତତ୍କାଳ ପେମେଣ୍ଟ ସେବା (IMPS), ଭୀମ , ଭୀମ ଆଧାର, ନ୍ୟାସନାଲ ଇଲେକ୍ଟ୍ରିକାଲ ଟୋଲ କଲେକ୍ସନ (NETC Fastag) , ଭାରତ ବିଲ ପେ ଭଳି ଖୁଚୁରା ପେମେଣ୍ଟ ଉତ୍ପାଦ ମାଧ୍ୟମରେ ଏନପିସିଆଇ ପେମେଣ୍ଟ ସୁବିଧା ପ୍ରଦାନ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.