ETV Bharat / business

କୋଇଲା କ୍ଷେତ୍ରରେ ଆସିବ ସୁଧାର , ଜୁନ 18ରୁ ଆରମ୍ଭ କମର୍ସିଆଲ ମାଇନିଂ ନିଲାମୀ

author img

By

Published : Jun 13, 2020, 9:08 PM IST

କୋଲ ସେକ୍ଟରରେ ହେବ ବଡ ସୁଧାର । ଜୁନ 18ରୁ ଘରୋଇ ସେକ୍ଟର ଦ୍ବାରା ଆରମ୍ଭ ହେବ କମର୍ସିଆଲ ମାଇନିଂ। ଅଧିକ ପଢନ୍ତୁ..

Commercial mine auction to start from June 18
କୋଲ ସେକ୍ଟରରେ ଆସିବ ସୁଧାର

ନୂଆଦିଲ୍ଲୀ: ଖଣି କ୍ଷେତ୍ରରେ ବୈଶ୍ବିକ ନିବେଶକୁ ଆକର୍ଷିତ କରିବା ଲକ୍ଷ୍ୟରେ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ କୋଇଲା କ୍ଷେତ୍ରରେ କମର୍ସିଆଲ ମାଇନିଂ ପାଇଁ ଜୁନ 18ରୁ ଘରୋଇ ସେକ୍ଟର ଦ୍ବାରା ନିଲାମୀ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶଭାରମ୍ଭ କରିବେ ।

ଏନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ବିଟ କରି କହିଛନ୍ତି ଯେ, ‘‘ଆମେ ପ୍ରଥମ ଥର ପାଇଁ କୋଇଲା ଖଣିର କମର୍ସିଆଲ ମାଇନିଂ ଆରମ୍ଭ କରିବାକୁ ଯାଉଛି । ଏହି ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି ଆରମ୍ଭ କରିବେ । କୋଇଲା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ପାଇଁ ଏହା ହେଉଛି ତାଙ୍କର ଦୃଷ୍ଟିକୋଣ ଓ ମାର୍ଗଦର୍ଶନ । ମୁଁ ଗର୍ବିତ କି ଆମେ ଏହାକୁ ହାସଲ କରିବା ରାସ୍ତାରେ ରହିଛୁ ।’’

ମନ୍ତ୍ରଣାଳୟ କହିଛି କି କୋଇଲା ଓ ଖନନ କ୍ଷେତ୍ରରେ ସରଞ୍ଚନାତ୍ମକ ସୁଧାର ଜରିଆରେ ଦେଶକୁ କୋଇଲା ଖଣି କ୍ଷେତ୍ରରେ ଆତ୍ମନିର୍ଭର କରିବାକୁ ପଦକ୍ଷେପ ଗ୍ରହଣ ଆରମ୍ଭ କରିଦିଆଯାଇଛି ।

20 ଲକ୍ଷ କୋଟିର ପ୍ୟାକେଜର ଘୋଷଣା ସମୟରେ ଅର୍ଥମନ୍ତ୍ରୀ କୋଇଲା କ୍ଷେତ୍ରରେ କମର୍ସିଆଲ ମାଇନିଂ ନେଇ ଜଣାଇଥିଲେ । କୋଇଲା ଖନନ କ୍ଷେତ୍ରରେ ଏବେ ସରକାରଙ୍କ ଏକଚାଟିଆ ଶେଷ ହେବ । ଫଳରେ ମାଇନିଂ ସେକ୍ଟରରେ ଘରୋଇ ନିବେଶ ବୃଦ୍ଧି ହେବ । ଏଥିସହ ଅଧିକ ଖନନ ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.