ETV Bharat / business

କୋଭିଡ ଆର୍ଥିକ ପ୍ୟାକେଜର ଦ୍ବିତୀୟ କିସ୍ତି, 890 କୋଟି ଜାରି କଲା କେନ୍ଦ୍ର - II installment of COVID19 Financial Package

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କୋଭିଡ-19 ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ଦ୍ବିତୀୟ କିସ୍ତିର ଆର୍ଥିକ ପ୍ୟାକେଜ ଜାରି କରିଛନ୍ତି କେନ୍ଦ୍ର ସରକାର । ଏହା ଜରିଆରେ 890.32 କୋଟି ଟଙ୍କା ବଣ୍ଟନ ହେବ । ଅଧିକ ପଢନ୍ତୁ..

କୋଭିଡ ଆର୍ଥିକ ପ୍ୟାକେଜର ଦ୍ବିତୀୟ କିସ୍ତି,   890 କୋଟି ଜାରି କଲା କେନ୍ଦ୍ର

author img

By

Published : Aug 6, 2020, 2:48 PM IST

ନୂଆଦିଲ୍ଲୀ: କୋରୋନାରେ ପ୍ରଭାବିତ ଅର୍ଥନୀତିକୁ ଭିଟାମିନ ଦେବା ପାଇଁ ଦ୍ବିତୀୟ କିସ୍ତିର ଆର୍ଥିକ ପ୍ୟାକେଜର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । 22 ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କୋରୋନା ମୁକାବିଲା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ ପାଇଁ ଗୁରୁବାର 890.32 କୋଟି ଟଙ୍କା ଜାରି କରିଛନ୍ତି ସରକାର ।

ତେବେ ଆର୍ଥିକ ସହାୟତା ପ୍ରଦାନ ହୋଇଥିବା ଏହି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଛଡିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା, ରାଜସ୍ଥାନ, ତେଲେଙ୍ଗାନା , ଆନ୍ଧ୍ରାପ୍ରଦେଶ, ଗୋଆ , ଗୁଜୁରାଟ, କର୍ଣ୍ଣାଟକ, କେରଳ , ପଞ୍ଜାବ, ତାମିଲନାଡୁ, ପଶ୍ଚିମବଙ୍ଗ, ଦାଦ୍ରା ନଗର ହାଭେଲି, ଦାମାନ ଏବଂ ଡିୟୁ , ଅରୁଣାଞ୍ଚଳ ପ୍ରଦେଶ, ଆସାମ, ମେଘାଳୟ , ମିଜୋରାମ, ନାଗାଲାଣ୍ଡ, ସିକିମ ରହିଛି ।

ଏହି ଆର୍ଥିକ ସହାୟତା ଟଙ୍କା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କୋଭିଡ-19 ମାମଲା ବୃଦ୍ଧି ଉପରେ ଆଧାରିତ । ଅର୍ଥାତ କୋରୋନାର ମୁକାବିଲା ପାଇଁ ଚାପଗ୍ରସ୍ଥ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ଥିତି ଅନୁସାରେ ସହାୟତା ବଣ୍ଟନ ହେବ ।

ତେବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରଥମ ଆର୍ଥିକ ସହାୟତା କିସ୍ତି 3000 କୋଟି ଟଙ୍କା 2020 ଏପ୍ରିଲ ମାସରେ ଜାରି ହୋଇଥିଲା । ଏହି ଟଙ୍କା ପରୀକ୍ଷଣ ସୁବିଧା, ହସ୍ପିଟାଲର ଭିତ୍ତିଭୂମି ବୃଦ୍ଧି, ଅତ୍ୟାବଶ୍ୟକ ଉପକରଣ, ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ କ୍ରୟ ସହିତ ମନିଟରିଂ କାର୍ଯ୍ୟକଳାପ ପରିଚାଳନା କରିବାରେ ସାହାଯ୍ୟ କରିବ ବୋଲି ଜାରି ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.