ETV Bharat / business

ପେଟପାଟଣାକୁ କାଳ କୋରୋନା, ବଢିଲା ବେକାରୀ ହାର

author img

By

Published : Apr 8, 2020, 7:00 PM IST

କୋରୋନା ସଂକ୍ରମଣ ରୋକିବାକୁ ଲକଡାଉନ ଜାରି । ଦୋକାନ-ବଜାର ବନ୍ଦ । ପେଟପାଟଣା ପ୍ରଭାବିତ । ଚାକିରୀରୁ ଛଟେଇ ତ ପୁଣି କାମ ନାହିଁ । ଏପରି ସ୍ଥିତିରେ ବଢିଲା ଦେଶର ବେକାରୀ ହାର।

unemployment rate spikes in april as india moves into lockdown
ପେଟପାଟଣାକୁ କାଳ କେରୋନା , ବଢିଲା ବେକାରୀ ହାର

ନୂଆଦିଲ୍ଲୀ: ଦେଶରେ କୋଭିଡ-19 ସଂକ୍ରମଣ ମହାମାରୀରୁ ବଞ୍ଚିବା ପାଇଁ ଲକଡାଉନ ଜାରି । ଏଥିପାଇଁ ଦୋକାନବଜାର ଠାରୁ କାରଖାନା ସବୁ ବନ୍ଦ ରହିଛି । ଏହା ପାଇଁ ଉତ୍ପାଦନ ଓ ଯୋଗାଣ ବି ବାଧାପ୍ରାପ୍ତ । ତେବେ ଏ ସବୁଥିରେ ନିୟୋଜିତ ଲୋକ ଏବେ ହାତ ବାନ୍ଧି ବସିଛନ୍ତି । ଫଳରେ ଚଳିତ ବର୍ଷ ଏପ୍ରିଲ ପ୍ରଥମ ସପ୍ତାହରେ ବେକାରୀ ହାର ବୃଦ୍ଧି ପାଇଛି ।

ମଙ୍ଗଳବାର ଷ୍ଟାର ଫର ମନିଟରିଙ୍ଗ ଇଣ୍ଡିଆନ ଇକୋନୋମି(CMIE) କହିଛି ଯେ, ଗତ ସପ୍ତାହ ମଧ୍ୟରେ ଦେଶରେ ବେକାରୀ ହାର 23.4% ରହିଛି ।

CMIE ଦ୍ବାରା ସଂଗୃହିତ ତଥ୍ୟ ଦର୍ଶାଉଛି ଯେ, ଗତ ମାସରେ ସ୍ଥିତି ଗମ୍ଭୀର ରହିଥିଲା । ମାର୍ଚ୍ଚରେ ବକାରୀ ହାର 8.7 ପ୍ରତିଶତରେ ପହଞ୍ଚିଥିଲା । ଯାହାକି 43 ମାସର ସର୍ବୋଚ୍ଚ ସ୍ତର । ଏଥିସହ 98 ଆଧାର ପଏଣ୍ଟରେ ସର୍ବାଧିକ ।

CMIE ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ମହେଶ ବ୍ୟାସ କହିଛନ୍ତି ଯେ, "କୋରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଦେଶ ବନ୍ଦ ଯୋଗୁଁ ଶ୍ରମ ଅଂଶଗ୍ରହଣ ହାରରେ ହ୍ରାସ ହେବାର ଆଶା ଥିଲା। କିନ୍ତୁ ଏହି ହ୍ରାସ ତାଲାବନ୍ଦ ପୂର୍ବରୁ ମଧ୍ୟ ଘଟିଛି। ଅବଶ୍ୟ ଏହା ଅତ୍ୟନ୍ତ ଖରାପ , ଏବେ ଆମେ ଲକଡାଉନ ମଧ୍ୟରେ ଗତି କରୁଛୁ । ’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.