ETV Bharat / business

ଉଦୟ କୋଟାକ ହେଲେ CII ସଭାପତି

ଭାରତୀୟ ଉଦ୍ୟୋଗ ପରିସଂଘର ସଭାପତି ଭାବେ କାର୍ଯ୍ୟଭାର ସମ୍ଭାଳିବେ ବ୍ୟାଙ୍କର ଉଦୟ କୋଟାକ । କୋରୋନା ସଙ୍କଟ ଯୋଗୁଁ ଏ ବର୍ଷ ସେ 1 ଟଙ୍କା ଦରମା ନେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ । ଅଧିକ ପଢନ୍ତୁ..

Uday Kotak takes over as CII president
ଉଦୟ କୋଟକ ହେଲେ CII ସଭାପତି
author img

By

Published : Jun 3, 2020, 8:31 PM IST

ନୂଆଦିଲ୍ଲୀ: କୋଟାକ ମହିନ୍ଦ୍ରା ବ୍ୟାଙ୍କର ସିଇଓ ଉଦୟ କୋଟାକ ଏବେ 2020-21 ପାଇଁ ଭାରତୀୟ ଉଦ୍ୟୋଗ ପରିସଂଘ (CII-Confederation Of Indian Industry)ର ସଭାପତି ଭାବେ କାର୍ଯ୍ୟଭାର ସମ୍ଭାଳିବେ । ବୁଧବାର CII ଏନେଇ ବିବୃତ୍ତି ଜାରି କହିଛି ।

କିର୍ଲୋସ୍କର ସିଷ୍ଟମ୍ ଲିମିଟେଡର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଏବଂ ଟୟୋଟା କିର୍ଲୋସ୍କର ମୋଟର କମ୍ପାନୀର ଉପାଧ୍ୟକ୍ଷ ବିକ୍ରମ କିର୍ଲୋସ୍କରଙ୍କ ସ୍ଥାନରେ ଉଦୟ କୋଟାକଙ୍କୁ ନିଯୁକ୍ତି ମିଳିଛି ।

ସେହିଭଳି ବଜାଜ ଫିନସର୍ଭ ଲିମିଟେଡର ଚେୟାରମ୍ୟାନ ଓ ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ବଜାଜଙ୍କୁ ସିଆଇଆଇର ଭାଇସ ପ୍ରେସିଡେଣ୍ଟ ଦାୟିତ୍ବ ଦିଆଯାଇଛି ।

କୋଟାକ ଦୁଇ ଦଶକ ଧରି ସିଆଇଆଇ ସହ ଜଡିତ ଅଛନ୍ତି । ଏଥିସହ ଉଦ୍ୟୋଗ ମଣ୍ଡଳକୁ ସେବା ପ୍ରଦାନ କରିଆସୁଛନ୍ତି ।

କୋରୋନା ଭାଇରସ ସଙ୍କଟ ମଧ୍ୟରେ ଉଦୟ କୋଟାକ ଏ ବର୍ଷ କେବଳ 1 ଟଙ୍କା ଦରମା ନେବା ପାଇଁ ଘୋଷଣା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.