ETV Bharat / business

ପିସିଏ ଫ୍ରେମୱାର୍କରୁ ବାହାରିବାକୁ ପ୍ରସ୍ତୁତ ୟୁକୋ ବ୍ୟାଙ୍କ - ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରମ୍ପଟ କରେକ୍ଟିଭ ଆକ୍ସନ

ଆରବିଆଇର ପିସିଏ ଫ୍ରେମୱାର୍କ କଟକଣାକୁ ବାହାରିବା ପାଇଁ ପ୍ରସ୍ତୁତ ୟୁକୋ ବ୍ୟାଙ୍କ । ବ୍ୟାଙ୍କ ଲଗାତାର 2 ତ୍ରୟମାସ ଧରି ପ୍ରଫିଟ ରେକର୍ଡ କରିଛି । ଅଧିକ ପଢନ୍ତୁ..

ପିସିଏ ଫ୍ରେମୱାର୍କରୁ ବାହାରିବାକୁ ପ୍ରସ୍ତୁତ ୟୁକୋ ବ୍ୟାଙ୍କ

author img

By

Published : Aug 1, 2020, 7:33 PM IST

କୋଲକତା: ସାର୍ବଜନିକ କ୍ଷେତ୍ରର ୟୁକୋ ବ୍ୟାଙ୍କ ଲଗାତାର ଦୁଇ ତ୍ରୟମାସରେ ଭଲ ନିଟ ପ୍ରଫିଟ ରେକର୍ଡ କରିଛି । ବ୍ୟାଙ୍କ ବିଭିନ୍ନ ମାନଦଣ୍ଡରେ ଉନ୍ନତ ପ୍ରଦର୍ଶନ କରିବା ସହ ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରମ୍ପଟ କରେକ୍ଟିଭ ଆକ୍ସନ(ପିସିଏ) ଅଧିନରୁ ବାହାରିକୁ ପ୍ରସ୍ତୁତ ଅଛି । ବ୍ୟାଙ୍କର ଜଣେ ଅଧିକାରୀ ଶନିବାର ଏ ନେଇ ସୂଚନା ଦେଇଛନ୍ତି ।

ଅଧିକାରୀ କହିଛନ୍ତି କି, ‘‘ ଆମେ ପିସିଏ ଫ୍ରେମୱାର୍କକୁ ବାହାରିବା ପାଇଁ ରିଜର୍ଭ ବ୍ୟାଙ୍କ ସହ ସମ୍ପର୍କ କରିବାକୁ ତୟାର ରହିଛୁ । ବ୍ୟାଙ୍କ ଲଗାତାର 2 ତ୍ରୟମାସ ଧରି ପ୍ରଫିଟ କମେଇଛି । ’’

ସେ କହିଛନ୍ତି କି ଜୁନ 30 ଯାଏଁ ବ୍ୟାଙ୍କର ଏନପିଏ ହ୍ରାସ ପାଇଛି । ଜୁନ ସମାପ୍ତ ତ୍ରୟମାରେ ୟୁକୋ ବ୍ୟାଙ୍କର ନିଟ ଏନପିଏ ହ୍ରାସ ପାଇ 4.95 ପ୍ରତିଶତ ରହିଛି । ଏଥିମଧ୍ୟପେ ପୁଞ୍ଜି ପର୍ଯ୍ୟାପ୍ତ ଅନୁପାତ 11.65 ପ୍ରତିଶତ ଅଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ବ୍ୟାଙ୍କ 21.46 କୋଟି ଟଙ୍କା ନିଟ ଲାଭ କମେଇଛି ।

ଅନାଦେୟ ଋଣ( ଏନପିଏ) ଭାର ବୃଦ୍ଧି ତଥା ସମ୍ପତ୍ତି ଉପରେ ନକରାତ୍ମକ ରିଟର୍ଣ୍ଣ ଯୋଗୁଁ 2017 ମେ ମାସରେ ୟୁକୋ ବ୍ୟାଙ୍କୁ ଆରବିଆଇ ପିସିଏ ଅଧିନରେ ନେଇଥିଲା । ପିସିଏ ଫ୍ରେମୱାର୍କ ଅର୍ଥାତ ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ସହ କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡରେ ଖରାପ ପ୍ରଦର୍ଶନ ପରେ ଆରବିଆଇ ବ୍ୟାଙ୍କକୁ ପିଏସ କବଜକୁ ନେଇଥାଏ । ଏହି ସମୟରେ ବ୍ୟାଙ୍କର ଋଣ ଆବଣ୍ଟନ ଉପରେ ପ୍ରତିବନ୍ଧକ ସହ ଅନ୍ୟାନ କେତେକ କାର୍ଯ୍ୟକଳାପ ଉପରେ କଟକଣା ଲଗାଯାଇଥାଏ । ପରେ ପୁଣି ବ୍ୟାଙ୍କର ସୁଧାର ଓ ସ୍ଥିତିରେ ନିୟନ୍ତ୍ରଣ ପରେ ଆରବିଆ ପିସିଏ ଅଧିନରେ ବ୍ୟାଙ୍କକକୁ ମୁକ୍ତ କରିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.