ETV Bharat / business

‘ଉବେର’ରେ ମରିଗଲେ ମିଳିବ 5 ଲକ୍ଷ ଟଙ୍କା - ମରିଗଲେ ମିଳିବ 5ଲକ୍ଷ

ଯାତ୍ରୀଙ୍କ ସୁରକ୍ଷା ଚାଳକଙ୍କ ଦାୟିତ୍ବ । ଆଉ ଉଭୟ ଚାଳକ ଓ ଯାତ୍ରୀଙ୍କ ଯାତ୍ରାକୁ ସୁଗମ ଓ ସୁରକ୍ଷିତ କରିବା କ୍ୟାବ ସେବା ପ୍ରଦାନ କରୁଥିବା କମ୍ପାନୀର ଦାୟିତ୍ବ । ଏଥିପାଇଁ ଉବେର ଆଣିଛି ଦୁର୍ଘଟଣା ଜନିତ ଜୀବନ ବୀମା ।

ପ୍ରତିକାତ୍ମକ ଫଟୋ
author img

By

Published : Sep 26, 2019, 1:06 PM IST

ନୂଆଦିଲ୍ଲୀ: ଯାତ୍ରୀଙ୍କୁ 5 ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ଦେବେ ଟ୍ୟାକ୍ସି କମ୍ପାନୀ ଉବେର । କ୍ୟାବ ସେବା ପ୍ରଦାନ କରୁଥିବା ଆମେରିକାର ଏହି କମ୍ପାନୀ ତାର ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ଏଭଳି ନିମୟ ଆଣିଛି ।

ଏହି କମ୍ପାନୀର କାର, ତିନିଚକିଆ (ଅଟୋ), ମୋଟର ସାଇକେଲ ଆଦିରେ ଯାଉଥିବା ଯାତ୍ରୀଙ୍କୁ ଦୁର୍ଘଟଣା ବୀମା ଦେବା ପାଇଁ ନିଜ ଆପରେ ଏକ ଫ୍ରି ଇନ୍ସୁରାନ୍ସର ଅପ୍ସନ ରଖିଛି । ପ୍ରତି ରାଇଡରଙ୍କୁ 50 ହଜାରର OPD ଲାଭ ଓ ହସ୍ପିଟାଲରେ ଭର୍ତ୍ତି ସ୍ଥିତିରେ 2 ଲକ୍ଷ ଟଙ୍କା ମିଳିବ । ଏଥିସହ ଦୁର୍ଘଟଣା ଜନିତ ଜୀବନ ବୀମା ଭାବେ 5 ଲକ୍ଷ ଟଙ୍କା ଦିଆଯିବା ନେଇ କମ୍ପାନୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଯାତ୍ରା ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ଏହି ବୀମା ଲାଗୁ ହୋଇଯିବ । ଏହା ଅଟୋମେଟିକ କାର୍ଯ୍ୟକାରୀ ହେବ । ବଡ କଥା ହେଉଛି ଏସବୁ ପାଇଁ ଗ୍ରାହକଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଏହି ବୀମା ପାଇଁ Bharti Axa ଓ Tata AIG ସହ କମ୍ପାନୀ ଟାଇଅପ କରିଛି ।

ଉବେରର ଭାରତ ଓ ଦକ୍ଷିଣ ଏସିଆ ପାଇଁ କେନ୍ଦ୍ରୀୟ ପରିଚାଳନା ପ୍ରମୁଖ(ରାଇଡ୍ସ) ପବନ ବେଶ୍ୟ କହିଛନ୍ତି ଯେ,‘ ଆମ ଯାତ୍ରୀଙ୍କ ସହ ଆମେ ଭଲ ସମ୍ବନ୍ଧ ରଖିଥାଉ । ସେମାନଙ୍କ ସୁଗମ ଓ ସୁରକ୍ଷିତ ଯାତ୍ରା ଉପରେ ଆମର ଫୋକସ ରହିଥାଏ । ଏଥିପାଇଁ ଡ୍ରାଇଭରଙ୍କ ସହ ଭାଗୀଦାର ପୂର୍ବରୁ ବୀମା ସୁବିଧା ଉପଲବ୍ଧ କରିଥାଉ । ଆଉ ଏବେ ଯାତ୍ରୀଙ୍କୁ ବି ଏହି ବୀମା ସୁବିଧା ଦେଇ ଉଭୟ ଚାଳକ ଓ ଯାତ୍ରୀଙ୍କୁ ସୁରକ୍ଷିତ କରାଇବୁ । ଫଳରେ ଉବେର ପ୍ରତି ଯାତ୍ରୀଙ୍କ ବିଶ୍ବାସ ମଧ୍ୟ ବଢିବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.