ନୂଆଦିଲ୍ଲୀ: ଆଗମୀ କିଛି ଦିନ ମଧ୍ୟରେ ପ୍ଲେନରେ ଯାତ୍ରା କରିବାକୁ ଯାଉଛନ୍ତି କି? ତେବେ ଗରମ ରଖନ୍ତୁ ପକେଟ । କେବେ ପାଇଲଟଙ୍କ ଅଭାବ ତ କେତେବେଳେ ମାନ୍ଦାବସ୍ଥ । ପୁଣି କେବେ କେବେ ବିମାନରଲ ଅଭାବ । ଯାହାକୁ ନେଇ ବିଭିନ୍ନ ସମସ୍ୟା ଭୋଗୁଛନ୍ତି ଯାତ୍ରୀ ।
ଏପରିକି ଟିକେଟ ଦାମ ଠାରୁ ଅଧିକ ଟଙ୍କା ଦେଇ ଯାତ୍ରା କରୁଥିଲେ । ଆଉ ଏବେ ପୁଣି ମୁଣ୍ଡ ଟେକିଛି ଆଉ ଏକ ସମସ୍ୟା । ସରକାରଙ୍କ ନିର୍ଦ୍ଦେଶକ୍ରମେ ଏବେ ଆଉ ଭାରତ ଆକାଶରେ ଉଡିବନି ବୋଇଂ 737 ମେକ୍ସ 8 ବିମାନ । ଯାହା ଫଳରେ ଫ୍ଲାଇଟ ସଂଖ୍ୟା ଏବେ ବହୁତ ମାତ୍ରାରେ ହ୍ରାସ ପାଇବକୁ ଯାଉଛି ।
ଗତକାଲି ସନ୍ଧ୍ୟା ପୂର୍ବରୁ ସମସ୍ତ ବୋଇଙ୍ଗ 737 ମାକ୍ସ ବିମାନକୁ ଲ୍ୟାଣ୍ଡିଂ କରାଯାଇଥିଲା । ଏଥିଯୋଗୁଁ ପ୍ରାୟ ସ୍ପାଇସ ଜେଟ ବିମାନ କମ୍ପାନୀର 14ଟି ବିମାନ ଉଡାଣ ବାତିଲ କରାଯାଇଥିଲା । ଏଥିସହ ଜେଟ ଏୟାରୱେଜର ପ୍ରାୟ 40ଟି ବିମାନକୁ ଓହ୍ଲାଇ ଦିଆଯାଇଛି ।
ଦିଲ୍ଲୀ-କୋଲକତା ଓ ମୁମ୍ବାଇ- ହାଇଦ୍ରାବାଦର ମଧ୍ୟ ଭଡା 40 ପ୍ରତିଶତ ବୃଦ୍ଧି ପାଇଛି । ଏପରି ସ୍ଥିତିରେ ଆହୁରି ଯଦି ବୋଇଂ 373 ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲାଗେ ତେବେ ଭଡା ଅଧିକ ବଢିବା ନେଇ ଆଶା କରାଯାଉଛି ।
ରବିବାର ଇଥିଓପିଆରେ ବିମାନ ଉଡାଣ ଆରମ୍ଭ କରିବାର କିଛି ସମୟର ପରେ ଦୁର୍ଘଟଣାଗସ୍ତ ହୋଇପଡିଥିଲା ବୋଇଙ୍ଗ 737 ମାକ୍ସ 8 ବିମାନ । ଏଥିରେ 157 ଯାତ୍ରୀ ପ୍ରାଣ ହରାଇଥିଲେ । ଏହାକୁ ଦୃଷ୍ଟିରେ ରଖି ଭାରତ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହା ଉପରେ ରୋକ ଲଗାଯାଇଛି ।