ETV Bharat / business

‘ଆତ୍ମନିର୍ଭର’ ଭାରତରେ ବାଧକ ସାନିଟାରୀ ନାପକିନ - ସାନିଟାରୀ ପ୍ୟାଡ

ସାନିଟାରୀ ପ୍ୟାଡ ଭଳି ସ୍ବଚ୍ଛତା ଉତ୍ପାଦ ପାଇଁ ଭାରତ ଆମଦାନୀ ଉପରେ ଏତେ ନିର୍ଭର କି, ଯାହା ଆତ୍ମନିର୍ଭର ହେବା ଦିଗରେ ଏକ ବାଧକ । ଏପରି ମନେ ହୁଏ କି ସରକାର ଏଭଳି ଇକୋ ସିଷ୍ଟମ ତିଆରିରେ ବିଫଳ ହୋଇଛନ୍ତି , ଯେଉଁଠି ସ୍ଥାନୀୟ ସାମଗ୍ରୀର ବ୍ୟବହାର କରି ସାନିଟାରୀ ନାପକିନ ତିଆରି କରାଯାଇପାରିବ ନାହିଁ । ଅଧିକ ପଢନ୍ତୁ..

‘ଆତ୍ମନିର୍ଭର’ ଭାରତରେ ବାଧାକ ସାନିଟାରୀ ପ୍ୟାଡ

author img

By

Published : Jul 31, 2020, 8:56 PM IST

Updated : Jul 31, 2020, 9:11 PM IST

ନୂଆଦିଲ୍ଲୀ: ମହିଳାଙ୍କ ମାସିକ ଧର୍ମର ସ୍ବଚ୍ଛତା ପାଇଁ ଡିସ୍ପୋଜେବଲ ସାନିଟାରୀ ନାପକିନର ବ୍ୟବହାର ଗତ ଦଶନ୍ଧି ଧରି ଦେଶରେ ପର୍ଯ୍ୟାପ୍ତ ପରିମାଣରେ ବଢିଚାଲିଛି । ହେଲେ ଏବେ ଆତ୍ମନିର୍ଭର ଭାରତ ଆହ୍ବାନ ସହ ସମସ୍ତଙ୍କ ଦୃଷ୍ଟି ଏବେ ଏହାର ମ୍ୟାନୁଫେକ୍ଚରିଂ ଆଡକୁ ଯାଉଛି । ଆଉ ମନେ ହେଉଛି କି ଏହି କ୍ଷେତ୍ରରେ ପ୍ରୟାସ ମାତ ଖାଇଛି । କାରଣ ଭାରତରେ ବିକ୍ରି ହେଉଥିବା ଅଧିକାଂଶ ସାନିଟାରୀ ନାପକିନ ପାଇଁ ବ୍ୟବହୃତ ମେସିନ ଓ କଞ୍ଚାମାଲ ଆମଦାନୀ କରାଯାଇଥାଏ ।

ଭାରତୀୟ ସାନିଟାରୀ ମାର୍କେଟ ସ୍ପେଶର ଏକ ବଡ ଅଂଶ ବହୁରାଷ୍ଟ୍ରୀୟ କମ୍ପାନୀ (MNCs) ଅକ୍ତିଆର କରି ରଖିଛି । ଫେମିନାଇନ ହାଇଜିନ ପ୍ରଡକ୍ଟସ ମାର୍କେଟ ଇନ ଇଣ୍ଡିଆ 2019 (Feminine Hygiene Products Market in India 2019) ଶୀର୍ଷକର ଏକ ରିପୋର୍ଟ ଅନୁସାରେ , ପ୍ରଡକ୍ଟ ଆଣ୍ଡ ଗାମ୍ବଲ ହାଇଜୀନ ଆଣ୍ଡ ହେଲଥକେୟାର ଲିମିଟେଡ (P&G)ର ସାନିଟାରୀ ନାପକିନ ବ୍ରାଣ୍ଡ ହ୍ବିସପର 2018 ରେ ଭାରତରେ ସବୁଠୁ ବଡ ବଜାର ଅଂଶଧନ (51 ପ୍ରତିଶତ) ଅଧିଗ୍ରହଣ କରିଛି । ଏହା ପଛକୁ ଷ୍ଟେ ଫ୍ରି (Johnson and Johnson) ଏବଂ କୋଟେକ୍ସ (Kimberly-Clark) ରହିଛି । ଏହା ବ୍ୟତିତ Saral ଡିଜାଇନ, ସୁଧା ପ୍ଲସ ହାଇଜିନ ପ୍ରଡକ୍ଟ , ସିରୋନା ହାଇଜିନ, ସାଥି ପ୍ୟାଡ ଏବଂ ଅନ୍ୟାନ ସ୍ଥାନୀୟ ବେପାରୀ ମଧ୍ୟ ରହିଛନ୍ତି ।

ତେବେ ବଢ କଥା ଯେ, ଅଧିକାଂଶ MNC ଗୁଡିକ ୟୁରୋପରୁ ଆମଦାନୀ ହୋଇଥିବା ହାଇ ସ୍ପିଡ୍ ସାନିଟାରୀ ପ୍ୟାଡ୍ ମେସିନରେ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି । ପ୍ରତ୍ୟେକ ମେସିନ ମିନଟ ପ୍ରତି 600 ରୁ 1200 ପ୍ୟାଡ ତିଆରି କରୁଛନ୍ତି । ଏହି ମେସିନ ପାଇଁ ପ୍ରାୟ ପ୍ରାୟ 40 କୋଟି ଟଙ୍କା ବ୍ୟୟ କରିଥାନ୍ତି କମ୍ପାନୀ । ଚୀନ ଏଭଳି ହାଇସ୍ପିଡ ମେସିନର ନିର୍ମାଣ ଓ ରପ୍ତାନୀ କରିଥାଏ । ଯାହାର ଦାମ 5 ରୁ 10 କୋଟି ଟଙ୍କା ରହିଥାଏ । ଆଉ ଏହାର ବ୍ୟବହାର ବହୁ ସ୍ଥାନୀୟ ଭାରତୀୟ କାରବାରୀ ଦ୍ବାରା କରାଯାଇଥାଏ ।

ମୁମ୍ବାଇର ମାସିକ ଋତୁସ୍ରାବ ସ୍ବଚ୍ଛତା ସ୍ଥାନରେ ହାର୍ଡୱୟାର ଷ୍ଟାର୍ଟ ଅପ୍ ସାରଲ୍ ଡିଜାଇନ୍ସର ସହ-ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ କାର୍ତ୍ତିକ ମେହେତା ଇଟିଭି ଭାରତକୁ କହିଛନ୍ତି ଯେ,‘‘ ବର୍ତ୍ତମାନ ଭାରତରେ ଏହି ହାଇ ସ୍ପିଡ୍ ମେସିନ୍ଗୁଡ଼ିକର କୌଣସି OEM (ମୂଳ ଉପକରଣ ନିର୍ମାଣ) ହୋଇନାହିଁ । ଏଣୁ ଏସବୁକୁ ଆମଦାନୀ କରାଯାଇଥାଏ ।

ସାରଳ ଡିଜାଇନ୍ସ ସେମି-ଅଟୋମେଟିକ୍ ସାନିଟାରୀ ପ୍ୟାଡ ତିଆରି କରୁଥିବା ମେସିନରେ ଭାରତର ପ୍ରମୁଖ କମ୍ପାନୀ । ଯାହାକୁ ମୂଳ ରୂପରେ ଅରୁଣାଚଳମ ମୁରୁଗଅନନ୍ତମ (ଯାହା ଜୀବନ ଉପରେ ପ୍ୟାଡମ୍ୟାନ ଫିଲ୍ମ ଆଧାରିତ ) ଙ୍କ ଡିଜାଇନ କରାଯାଇଥିବା କମ ଖର୍ଚ୍ଚରେ ସାନିଟାରୀ ନାପକିନ ତିଆରି ହେଉଥିବା ମେସିନର ଏକ ସ୍ବଚାଳିତ ସଂସ୍କରଣ ।

ମେହେତାଙ୍କ କହିବା ଅନୁସାରେ ସାରଳ ଡିଜାଇନ ଦ୍ବାରା କରାଯାଇଥିବା ସେମି-ଅଟୋମେଟିକ୍ ମେସିନକୁ ରାଷ୍ଟ୍ରୀୟ ବ୍ରାଣ୍ଡ ନୁହେଁ ବରଂ ଜିଲ୍ଲାସ୍ତରୀୟ ବ୍ୟବସାୟୀଙ୍କ ଦ୍ବାରା କିଣାଯାଇଛି । ସାରଳ ଡିଜାଇନ ମେସିର ସବୁଠୁ ଅଧିକ ବିକ୍ରି ହେଉଥିବା ସଂସ୍କରଣ ଦାମ ପାଖାପାଖୀ 25 ଲକ୍ଷ ଟଙ୍କା ରହିଛି । ଆଉ ଏହାର ବିଦେଶୀ ଲୁକ ତୁକ ତୁଳାରେ ବହୁତ କମ ସଂଖ୍ୟାରେ ପ୍ରତି ମିନଟ 16 ନାପକିନ ହୋଇପାରେ ।

ଭାରତରେ ବାୟୋଡିଗ୍ରେଡବଲ ସାନିଟାରୀ ପ୍ୟାଡ ବିକ୍ରି କରୁଥିବା ସିରୋନା ହାଇଜିନ ପ୍ରାଇଭେଟ ଲିମିଟେଡର ପ୍ରତିଷ୍ଠାତା ଦୀପ ବଜାଜଙ୍କ କହିବା ଅନୁସାରେ ତାଙ୍କର ଉତ୍ପାଦ ଭାରତରେ ନିର୍ମିତ ହୋଇନାହିଁ । ଏହା ସମ୍ପୁର୍ଣ୍ଣ ରୂପେ ୟୁରୋପ ଓ ଚୀନରୁ ଆମଦାନୀ କରାଯାଇଥାଏ ।

ବଜାଜ କହିଛନ୍ତି କି ଭାରତରେ ବାୟୋଡିଗ୍ରେଡେବଲ୍ ଟେକ୍ନୋଲୋଜି ତିଆରି କରିବା କଷ୍ଟସାଧ୍ୟ ... ଯଦିଓ ଆମେ ଏକ ମେସିନ୍ ଆମଦାନୀ କରୁ, ତଥାପି ବାଉଁଶ ପରି କଞ୍ଚାମାଲ ଆମଦାନୀ କରିବାକୁ ଆମକୁ ଚୀନ୍ ଫେରିବାକୁ ପଡିବ।

କଞ୍ଚାମାଲ ଦୃଷ୍ଟିରୁ, ଅଧିକାଂଶ ସାନିଟାରୀ ପ୍ୟାଡରେ ଏକ ମୁଖ୍ୟ ଶୋଷକ ପଦାର୍ଥ ଥାଏ, ଯାହା ସେଲ୍ୟୁଲୋଜ ଉପରେ ନିର୍ଭର କରିଥାଏ (ଯଥା- କାଠ ଡାଲି, ବାଉଁଶ) । ଏଥିପାଇଁ ଭାରତୀୟ ଉତ୍ପାଦକମାନେ ଉନ୍ନତ ଗୁଣବତ୍ତା ଏବଂ ଆକର୍ଷଣୀୟ ମୂଲ୍ୟ ହେତୁ ଚାଇନାରୁ ଆମଦାନୀ ଉପରେ ନିର୍ଭରଶୀଳ ହୋଇଥାନ୍ତି ।

ବଜାଜ କହିଛନ୍ତି କି ଭାରତରେ ବାଉସ ପ୍ରୋସେସ କରିବା ୟୁନିଟ ରହିଛି । କାରଣ ଭାରତ ଚୀନ ପରେ ବାଉଁସ ଉତ୍ପାଦନର ଦ୍ବିତୀୟ ବଡ ରାଷ୍ଟ୍ର। କିନ୍ତୁ ଏହାର ଗୁଣବତ୍ତା ଉପରେ ଭରସା କରାଯାଇପାରିବ ନାହିଁ ।

ସାନିଟାରୀ ପ୍ୟାଡ ଭଳି ସ୍ବଚ୍ଛତା ଉତ୍ପାଦ ପାଇଁ ଭାରତ ଆମଦାନୀ ଉପରେ ଏତେ ନିର୍ଭର କି , ଯାହା ଆତ୍ମନିର୍ଭର ହେବା ଦିଗରେ ଏକ ବାଧକ । ଏପରି ମନେ ହୁଏ କି ସରକାର ଏଭଳି ଇକୋ ସିଷ୍ଟମ ତିଆରିରେ ବିଫଳ ହୋଇଛନ୍ତି , ଯେଉଁଠି ସ୍ଥାନୀୟ ସାମଗ୍ରୀର ବ୍ୟବହାର କରି ସାନିଟାରୀ ନାପକିନ ତିଆରି କରାଯାଇପାରିବ ନାହିଁ ।

Last Updated : Jul 31, 2020, 9:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.