ETV Bharat / business

ବେକାରୀ ହାରରେ ବଡ ହ୍ରାସ, ମନରେଗାରେ 3.3 କୋଟି ପରିବାର ଲାଭବାନ

ଆଶ୍ବସ୍ତି ! ପ୍ରାକ ଲକଡାଉନ ସ୍ତରକୁ ଖସିଲା ବେକାରୀ ହାର । ବିଶେଷ କରି ମନରେଗା ଓ ସାରା ଦେଶରେ ଖରିଫ ଚାଷ ଆରମ୍ଭ ଯୋଗୁଁ ଗ୍ରାମାଞ୍ଚଳରେ ବେକାରୀ ହାର ହ୍ରାସ ପାଇଛି । ଅଧିକ ପଢନ୍ତୁ..

ବେକାରୀ ହାରରେ ବଡ ହ୍ରାସ
ବେକାରୀ ହାରରେ ବଡ ହ୍ରାସ
author img

By

Published : Jun 24, 2020, 2:41 PM IST

ନୂଆଦିଲ୍ଲୀ: ଦେଶରେ ବେକାରୀ ହାର ପ୍ରାକ ଲକଡାଉନ ସ୍ତରକୁ ଖସିଛି । ଜୁନ 21ରେ ସମାପ୍ତ ସପ୍ତାହରେ ଭାରତ ବେକାରୀ ହାର 8.5 ପ୍ରତିଶତ ରହିଛି । ଯେତେବେଳେ କି ଏପ୍ରିଲ 5 ରେ ଏହା 23.38 ଓ ମେ 11ରେ ସର୍ବାଧିକ 24 ପ୍ରତିଶତରେ ପହଞ୍ଚିଥିଲା ।

କୋରୋନା ସଂକ୍ରମଣ ରୋକିବାକୁ ଦେଶରେ ଜାରି ଲକଡାଉନ ପ୍ରଭାବରେ ଲକ୍ଷାଧିକ ଲୋକ ନିଯୁକ୍ତି ହରାଇଛନ୍ତି । ହେଲେ ଜୁନ ମାସରେ ଲକଡାଉନ ସାମାନ୍ୟ କୋହଳ ସହ ଆର୍ଥିକ ଗତିବିଧି ଆରମ୍ଭ ହୋଇଛି । ଯାହା ଫଳରେ ଜୁନ ତୃତୀୟ ସପ୍ତାହରେ ବେକାରୀ ହାରରେ ବଡ ଧରଣର ହ୍ରାସ ଦେଖିବାକୁ ମିଳିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମଆଇଇ ) ଏ ନେଇ ମଙ୍ଗଳବାର ନିଜ ସାପ୍ତାହିକ ରିପୋର୍ଟରେ ପ୍ରକାଶ କରିଛି ।

ଗ୍ରାମୀଣ ଲୋକଙ୍କୁ ମିଳିଛି ସହରଠୁ ଅଧିର ରୋଜଗାର

ସିଏମଆର ରିପୋର୍ଟ ମୁତାବକ, ସହରୀ ବେକାରୀ ହାର ଏବେ ବି ପ୍ରାକ କୋଭିଡ ହାର ଠାରୁ ଅଧିକ ଅଛି । ହେଲେ ଗ୍ରାମାଞ୍ଚଳରେ ବେକାରୀ ହାର ହ୍ରାସ ପାଇଛି । ଆଉ ଏହାର କାରଣ ହେଉଛି ମନରେଗା ଓ ସାରା ଦେଶରେ ଖରିଫ ଚାଷ ଆରମ୍ଭ । ଯେଉଁଥିପାଇଁ ଗ୍ରାମାଞ୍ଚଳରେ ଲୋକଙ୍କୁ ରୋଜଗାର ମିଳିରପାରିଛି ।

ଜୁନରେ ବେକାରୀ ଦର

  • ପ୍ରଥମ ସପ୍ତାହ - 17.5 ପ୍ରତିଶତ
  • ଦ୍ବିତୀୟ ସପ୍ତାହ- 11.6 ପ୍ରତିଶତ
  • ତୃତୀୟ ସପ୍ତାହ - 8.5 ପ୍ରତିଶତ

ଭାରତରେ ବେକାରୀ ହାର

  • 22 ମାର୍ଚ୍ଚ - 8.41 ପ୍ରତିଶତ
  • 5 ଏପ୍ରିଲ - 23.38 ପ୍ରତିଶତ
  • 17 ମେ - 24 ପ୍ରତିଶତ
  • 21 ଜୁନ - 8.5 ପ୍ରତିଶତ

ସହରାଞ୍ଚଳରେ ବେକାରୀ ହାର

  • 22 ମାର୍ଚ୍ଚ - 8.66 ପ୍ରତିଶତ
  • 5 ଏପ୍ରିଲ - 30.93 ପ୍ରତିଶତ
  • 17 ମେ - 26.95 ପ୍ରତିଶତ
  • 21 ଜୁନ- 11.2 ପ୍ରତିଶତ

ଗ୍ରାମୀଣ ବେକାରୀ ହାର

  • 22 ମାର୍ଚ୍ଚ -8.3 ପ୍ରତିଶତ
  • 5 ଏପ୍ରିଲ - 20.21 ପ୍ରତିଶତ
  • 17 ମେ - 22.79 ପ୍ରତିଶତ
  • 21 ଜୁନ-7.26 ପ୍ରତିଶତ

ମନରେଗା ଅଧିନରେ 3.3 କୋଟି ପରିବାରକୁ ମିଳିଲା ଲାଭ

ସଏମଆଇଇ ଦର୍ଶାଇଛି କି ମେ ’ ମାସରେ ମନରେଗା ଅଧିନରେ 5.56 ନିୟୁତ ବ୍ୟକ୍ତି ଦିବସ ସୃଷ୍ଟି କରାଯାଇଛି । ଯାହାକି 2019 ମେ ମାସ ତୁଳନାରେ 53 ପ୍ରତିଶତ ଅଧିକ ରହିଛି । ଏଥିସହ ଏହା 2019-20 ମାସିକ ହାରାହାରୀ ଠାରୁ 2.55 ଗୁଣା ଅଧିକ ।

ରିପୋର୍ଟରେ ଦର୍ଶାଯାଇଛି କି ଲକଡାଉନରେ କୋହଳ ଯୋଗୁଁ ବେକାରୀ ହାର କମ ହୋଇପାରିଛି । ଗ୍ରାମୀଣ କ୍ଷେତ୍ରରେ ମନରେଗା ଅଧିନରେ ହେଉଥିବା କାମ ଓ ଖରିଫ ଚାଷ ଯୋଗୁଁ ଅଧିକ ଫାଇଦା ମିଳିଛି ।

ରିପୋର୍ଟ ମୁତାବକ, ଏସବୁ ସ୍କିମ କାରଣରୁ ଏ ବର୍ଷ ମେ ମାସରେ 3.3 କୋଟି ପରିବାରକୁ ମନରେଗା ଫାଇଦା ମିଳିଛି । ଯାହାକି ଗତ ବର୍ଷ ତୁଳନାରେ 55 ପ୍ରତିଶତ ଅଧିକ ।

ମନରେଗା ଓ ଗରିବ କଲ୍ୟାଣ ଯୋଜନାରେ ଓଭରଲ୍ୟାପ

ସିଏମଆଇଇ ନିଜ ରିପୋର୍ଟରେ ଦର୍ଶାଇଛି କି ଗରିବ କଲ୍ୟାଣ ଯୋଜନାର ମନରେଗା ସହ ଓଭରଲ୍ୟାପ ସ୍ପଷ୍ଟ ନାହିଁ । ତଥାପି ଗ୍ରାମାଞ୍ଚଳରେ ବେକାରୀ ହାର ଅତି କମରେ ଅକ୍ଟୋବର ପର୍ଯ୍ୟନ୍ତ କମ ରହିବ ବୋଲି ଆଶା କରାଯାଉଛି । ଏହା ଦ୍ବାରା ଗ୍ରାମାଞ୍ଚଳରେ ଚାହିଦା ମଧ୍ୟ ବଢିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.