ନୂଆଦିଲ୍ଲୀ: ଟାଟା ମିସ୍ତ୍ରୀ ମାମଲାରେ ଜାତୀୟ କମ୍ପାନୀ ଆଇନ ଆପିଲେଟ ଟ୍ରିବ୍ୟୁନାଲ(ଏନସିଏଲଟି) ନିଷ୍ପତ୍ତିରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଏଥିସହ କମ୍ପାନୀ ରେଜିଷ୍ଟାର ଯାଚିକାକୁ ଖାରଜ କରିଛନ୍ତି କୋର୍ଟ ।
କମ୍ପାନୀ ରେଜିଷ୍ଟାର ପକ୍ଷରୁ ଟାଟା ମିସ୍ତ୍ରୀ ମାମଲାରେ ଏନସିଏଲଟି ଆଦେଶରେ ସଂଶୋଧନ ପାଇଁ ଯାଚିକା ଦାୟର ହୋଇଥିଲା । ଏଥିସହ ମୁଖ୍ୟ ନ୍ୟାୟାଧୀଶ ଏସଏ ବୋବଡେ, ନ୍ୟାୟମୂର୍ତ୍ତୀ ବିଆର ଗୱାଇ ଓ ନ୍ୟାୟମୂର୍ତ୍ତି ସୁର୍ଯ୍ୟକାନ୍ତଙ୍କ ପୀଠ, ଟାଟା ସନ୍ସ ପ୍ରାଇଭେଟ ଲିମିଟେଡ ଅପିଲର ଶୁଣାଣି ପାଇଁ ସହମତି ପ୍ରକାଶ କରିଛି । ଏ ନେଇ ପୀଠ ସମ୍ବନ୍ଧିତ ପକ୍ଷକୁ ନୋଟିସ ଜାରି କରିଛି ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଏନସିଏଲଟି ନିଷ୍ପତ୍ତି ବିରୋଧରେ ଟାଟା ସନ୍ସ ଦ୍ବାରା ଦାଏର ମୁଖ୍ୟ ଯାଚିକା ସହ ଏହି ମାମଲାର ଶୁଣାଣି ହେବ । ଏହା ପୂର୍ବରୁ ଜାନୁଆରୀ 10ରେ ସାଇରସ ମିସ୍ତ୍ରୀଙ୍କ ପୁନଃନିଯୁକ୍ତି ନେଇ ଏନସିଏଲଟି ଦେଇଥିବା ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଥିଲେ ।