ETV Bharat / business

ଟାଟା-ମିସ୍ତ୍ରୀ ହାଇଡ୍ରାମା: ପଢନ୍ତୁ ସାଢେ 4 ବର୍ଷ ବିବାଦର ଘଟଣାକ୍ରମ - ଟାଟା-ମିସ୍ତ୍ରୀ

2016 ଅକ୍ଟୋବର 24ରେ ସାଇରସ ମିସ୍ତ୍ରୀଙ୍କୁ ଟାଟା ସନ୍ସର ଚେୟାରମ୍ୟାନ ପଦରୁ ହଟାଯିବା ପରେ ଆରମ୍ଭ ହେଲା ଟାଟା-ମିସ୍ତ୍ରୀ ବିବାଦର ପ୍ରଥମ ଡ୍ରାମା । ଏନସିଏଲଟି, କୋର୍ଟରେ ମାମଲାର ଦସ୍ତାବିଜ ପୃଷ୍ଠା ପରେ ପୃଷ୍ଠା ଲେଉଟିବା ପରେ ଶେଷରେ ବିବାଦରେ ପଡିଛି ପୂର୍ଣ୍ଣଚ୍ଛେଦ.. ଜାଣନ୍ତୁ ଆରମ୍ଭରୁ ଅନ୍ତ ପର୍ଯ୍ୟନ୍ତର ପୂରା ଘଟଣାକ୍ରମ

ଟାଟା-ମିସ୍ତ୍ରୀ ହାଇଡ୍ରାମା: ପଢନ୍ତୁ,ସାଢେ 4 ବର୍ଷର ବିବାଦରେ ପୂରା ଘଟଣାକ୍ରମ

author img

By

Published : Mar 26, 2021, 7:31 PM IST

ନୂଆଦିଲ୍ଲୀ: ଭାରତର ଏକ ପ୍ରମୁଖ କର୍ପୋରେଟ ଆଇନଗତ ଯୁଦ୍ଧରେ ପଡିଲା ପୂର୍ଣ୍ଣଚ୍ଛେଦ । ଶୁକ୍ରବାର ସୁପ୍ରିମକୋର୍ଟ ବହୁ ଚର୍ଚ୍ଚିତ ଟାଟା-ମିସ୍ତ୍ରୀ ବିବାଦରେ କରିଛନ୍ତି ଶୁଣାଣୀ । ଏଥିରେ ସୁପ୍ରିମକୋର୍ଟ ଏନସିଏଲଟିର 2019 ଡିସେମ୍ବର 18ର ନିଷ୍ପତ୍ତିକୁ ରଦ୍ଦ କରି ଟାଟା ଗ୍ରୁପ ସପକ୍ଷରେ ଦେଇଛନ୍ତି ରାୟ ।

ଏନସିଏଲଟିର ଉକ୍ତ ନିଷ୍ପତ୍ତିରେ ରହିଥିଲା କି ସାଇରସ ମିସ୍ତ୍ରୀଙ୍କୁ ‘‘ ଟାଟା ସମୂହ’’ ରେ ପୁଣି କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇପାରିବ । ତେବେ ଏହାକୁ ବିରୋଧ କରି ଟାଟା ସୁପ୍ରିମକୋର୍ଟ ଦ୍ବାରସ୍ତ ହୋଇଥିଲା ବେଳେ କମ୍ପାନୀରେ ରହିଥିବା ନିଜ ଅଂଶଧନ ପାଇଁ ମଧ୍ୟ ଆଇନର ସାହାରା ନେଇଥିଲେ ମିସ୍ତ୍ରୀ ।

ତେବେ ଦୀର୍ଘଦିନ ଧରି ଚାଲିଥିବା ଏହି ବିବାଦର ଘଟଣାକ୍ରମ ଥିଲା ଏଭଳି..

  • 2016 ଅକ୍ଟୋବର 24: ସାଇରସ ମିସ୍ତ୍ରୀଙ୍କୁ ଟାଟା ସନ୍ସର ଚେୟାରମ୍ୟାନ ପଦରୁ ହଟାଇଦିଆଗଲା । ଆଉ ରତନ ଟାଚା ହେଲେ ଅନ୍ତରିଣ (କାମଚଳା) ଚେୟାରମ୍ୟାନ ।
  • 2016 ଡିସେମ୍ବର 20 : ମିସ୍ତ୍ରୀ ପରିବାର ଦ୍ବାରା ସମର୍ଥିତ 2 ନିବେଶ କମ୍ପାନୀ ସାଇରସ ଇନଭେଷ୍ଟମେଣ୍ଟ ପ୍ରାଇଭେଟ ଲିମିଟେଡ ଓ ଷ୍ଟଲିଂ ଇନଭେଷ୍ଟେମେଣ୍ଟ କର୍ପୋରେସନ ପ୍ରାଇଭେଟ ଲିମିଟେଡ ଏନସିଏଲଟିର ମୁମ୍ବାଇ ବେଞ୍ଚକୁ ଗଲା । ସେ ଟାଟା ସନ୍ସ ଉପରେ ଉତ୍ପୀଡନ ଓ ଭୁଲ ପରିଚାଳନାର ଅଭିଯୋଗ ଆଣିଲେ । ଆଉ ମିସ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିବା କାର୍ଯ୍ୟନୁଷ୍ଠାନ ପାଇଁ ଚ୍ୟାଲେଞ୍ଜ ଦିଆଗଲା ।
  • 2017 ଜାନୁଆରୀ 12: ଟାଟା ସନ୍ସ ଟିସିଏସର ତତ୍କାଳୀନ ମୁଖ୍ୟ କାର୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଏନ ଚନ୍ଦ୍ରଶେଖରନଙ୍କୁ ଚେୟାରମ୍ୟାନ କରାଗଲା ।
  • 2017 ଫେବୃଆରୀ 6: ମିସ୍ତ୍ରୀଙ୍କୁ ଟାଟା ଗ୍ରୁପର ହୋଲ୍ଡିଂ କମ୍ପାନୀ ଟାଟା ସନ୍ସର ନିର୍ଦ୍ଦେଶକ ମଣ୍ଡଳରୁ ମଧ୍ୟ ହଟାଇଦିଆଗଲା ।
  • 2017 ମାର୍ଚ୍ଚ 6: ମୁମ୍ବାଇ ଏନସିଏଲଟି ମିସ୍ତ୍ରୀ ପରିବାରର ଦୁଇ ନିବେଶକ କମ୍ପାନୀର ଯାଚିକା ଖାରଜ କଲା । ଟ୍ରିବ୍ୟୁନାଲ କହିଛନ୍ତି ଯେ ଆବେଦନକାରୀ କମ୍ପାନୀରେ ସର୍ବନିମ୍ନ 10 ପ୍ରତିଶତ ମାଲିକାନା ମାନଦଣ୍ଡ ପୂରଣ କରିନାହିଁ ।
  • 2017 ଏପ୍ରିଲ 17: ଏନସିଏଲଟି ମୁମ୍ବାଇ ଦୁଇ ନିବେଶ କମ୍ପାନୀ ସେହି ଯାଚିକାକୁ ମଧ୍ୟ ଖାରଜ କଲା, ଯେଉଁଥିଲେ ସେୟାରଧାରକଙ୍କ ଉତ୍ପୀଡନ ମାମଲା ରୁଜୁ କରାଇବା ପାଇଁ ସର୍ବନିମ୍ନ 10 ପ୍ରତିଶତ ଅଂଶଧନ ବ୍ୟବସ୍ଥାରୁ ରିଲିଫ ଦେବାରୁ ଅନୁରୋଧ କରାଯାଇଥିଲା ।
  • 2017 ଏପ୍ରିଲ 27: ଏହି ନିବେଶ କମ୍ପାନୀଗୁଡିକ NCLAT ରେ ପହଞ୍ଚିଲା ।
  • 2017 ସେପ୍ଟେମ୍ବର 21: ଅପିଲ୍ ଟ୍ରିବ୍ୟୁନାଲ୍ ଉଭୟ ନିବେଶ କମ୍ପାନୀର ଉତ୍ପୀଡନ ଓ କୁପରିଚାଳନା ବିରୋଧରେ ମାମଲା ଦାଏର ହୋଇ ସର୍ବନିମ୍ନ ଅଂଶଧନ ପ୍ରାବଧନରୁ ମୁକ୍ତି ଦେବା ଅନୁରୋଧ ଯାଚିକାକୁ ସ୍ବୀକାର କରିନେଲା । ହେଲେ ଏହା ମିସ୍ତ୍ରୀଙ୍କ ଦ୍ବିତୀୟ ଯାଚିକା , ବିଚାର କରିବା ଯୋଗ୍ୟ ନୁହେଁ ଦର୍ଶାଇ ଖାରଜ କରିଥିଲା । ଅପିଲ୍ ଟ୍ରିବ୍ୟୁନାଲ୍ ଏନସିଏଲଟିର ମୁ୍ମ୍ବାଇ ପୀଠକୁ ନୋଟିସ ଜାରି କରିବା ଓ ମାମଲାର ଶୁଣାଣୀ କରିବାକୁ କହିଲା ।
  • 2017 ଅକ୍ଟୋବର 5: ନିବେଶ କମ୍ପାନୀ ଦିଲ୍ଲୀରେ ଏନସିଏଲଟିର ପ୍ରମୁଖ ପୀଠ ସହ ସମ୍ପର୍କ କରି ପକ୍ଷପାତର ଅଭିଯୋଗ ଆଣି ମାମଲାକୁ ମୁମ୍ବାଇରୁ ଦିଲ୍ଲୀ ସ୍ଥାନନ୍ତରଣ ପାଇଁ ଅପିଲ କଲା ।
  • 2017 ଅକ୍ଟୋବର 6: ତେବେ ଏନସିଏଲଟିର ପ୍ରମୁଖ ପୀଠ ଯାଚିକା ଖାରଜ କରିଦେଲା ଆଉ ଉଭୟ ନିବେଶ କମ୍ପାନୀ ଉପରେ 10 ଲକ୍ଷ ଟଙ୍କାର ଜୋରିମାନା କଷିଲା ।
  • 2018 ଜୁଲାଇ 9: ଏନସିଏଲଟି ମୁମ୍ବାଇ ମିସ୍ତ୍ରୀଙ୍କୁ ଯାଚିକା ଖାରଜ କଲା । ଯେଉଁଥିରେ ଟାଟା ସନ୍ସଙ୍କୁ ଚେୟାରମ୍ୟାନ ପଦରୁ ହଟାଯିବାକୁ ନେଇ ଚ୍ୟାଲେଞ୍ଜ ଦିଆଯାଇଥିଲା ।
  • 2018 ଅଗଷ୍ଟ 3: 2 ନିବେଶ କମ୍ପାନୀ ଏନସିଏଲଟି ଆଦେଶ ବିରୋଧରେ ଅପିଲ ଟ୍ରିବ୍ୟୁନାଲ ପହଞ୍ଚିଲେ ।
  • 2019 ଡିସେମ୍ବର 18: ଟାଟା ସନ୍ସ୍ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ ମିସ୍ତ୍ରୀଙ୍କୁ ପୁଣି ନିଯୁକ୍ତ କରିବାକୁ ଆପିଲ୍ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଥିଲା । ଏହି ମାମଲାରେ ଆବେଦନ କରିବାକୁ ଟାଟା ସନ୍ସଙ୍କୁ ଚାରି ସପ୍ତାହ ସମୟ ଦିଆଯାଇଥିଲା ।
  • 2020 ଜାନୁଆରୀ 2: ଟାଟା ସନ୍ସ ଏନସିଏଲଟିରର 2019 ଡିସେମ୍ବର 18 ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦେଲା ।
  • 2020 ଜାନୁଆରୀ 10: ସୁପ୍ରିମକୋର୍ଟ ଏନସିଏଲଟିର ନିଷ୍ପତ୍ତି ଉପରେ ରୋକ ଲଗାଇଲେ ।
  • 2020 ସେପ୍ଟେମ୍ବର 22: ସୁପ୍ରିମକୋର୍ଟ ଶାପୁରଜୀ ପଲୋନଜୀ ଗ୍ରୁପକୁ ଟାଟା ସନ୍ସରେ ସେୟାର ବନ୍ଧକ ରଖିବାକୁ ବାରଣ କଲେ ।
  • 2020 ଡିସେମ୍ବର 8: ବିବାଦର ଶେଷ ଶୁଣାଣୀ ଆରମ୍ଭ
  • 2020 ଡିସେମ୍ବର 17: ସୁପ୍ରିମକୋର୍ଟ ବିବାଦର ନିଷ୍ପତ୍ତି ସଂରକ୍ଷିତ ରଖିଲେ ।
  • 2021 ମାର୍ଚ୍ଚ 26: ଦୀର୍ଘ ଦିନ ଧରି ଚାଲିଥିବା ଟାଟା-ମିସ୍ତ୍ରୀ ବିବାଦରେ ଶୁକ୍ରବାର ରାୟ ଶୁଣାଇଲେ ସର୍ବୋଚ୍ଚ ନ୍ୟାୟଳୟ । ସାଇସର ମିସ୍ତ୍ରୀଙ୍କ ଆବେଦନ ଖାରଜ କରି ଟାଟା ସନ୍ସ ସପକ୍ଷରେ ରାୟ ଦେଲେ ଚିଫ୍ ଜଷ୍ଟିସ ଏସ୍.ଏ. ବୋବଡେ , ଜଷ୍ଟିସ୍ ଏଏସ ବୋପାନ୍ନା ଏବଂ ଭି ରାମ ସୁବ୍ରମଣ୍ୟମଙ୍କ ଏକ ଖଣ୍ଡପୀଠ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.