ETV Bharat / business

ଟ୍ରମ୍ପଙ୍କ ଏଚ- 1ବି ଭିସା ରଦ୍ଦ ନିଷ୍ପତ୍ତି, ଅସନ୍ତୋଷ ଜାହିର କଲେ ସୁନ୍ଦର ପିଚାଇ - ବିଦେଶରେ ପ୍ରବାସୀ

ଏଚ- 1ବି ଭିସା ସମତେ ଅନ୍ୟ. ବିଦେଶୀ କାର୍ଯ୍ୟ ଭିସା ଜାରି କରିବା ଉପରେ ଏ ବର୍ଷ ଶେଷ ସୁଦ୍ଧା ରୋକ ଲଗାଇବାକୁ ଟ୍ରମ୍ପ ଘୋଷଣା କରିଛନ୍ତି । ଟ୍ରମ୍ପଙ୍କ ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛି ଗୁଗୁଲ ସିଇଓ । ଅଧିକ ପଢନ୍ତୁ..

ଟ୍ରମ୍ପଙ୍କ ଏଚ- 1ବି ଭିସା ରଦ୍ଦ ନିଷ୍ପତ୍ତି,  ଅସନ୍ତୋଷ ଜାହିର କଲେ ସୁନ୍ଦର ପିଚାଇ

author img

By

Published : Jun 23, 2020, 2:06 PM IST

ୱାଶିଂଟନ: ଏଚ- 1ବି ଭିସା ଉପରେ ଅସ୍ଥାୟୀ ରୋକ ସହ ଚାକିରୀ କରୁଥିବା ପ୍ରବାସୀଙ୍କ ପାଇଁ ଲାଗୁ ଅନ୍ୟ କିଛି ଅନୁମତିପତ୍ର ରଦ୍ଦ କରିବା ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ । ତାଙ୍କ ବ୍ୟତିତ ମାଇକ୍ରୋସଫ୍ଟ, ଟ୍ବିଟର ପକ୍ଷରୁ ମଧ୍ୟ ଏ ନେଇ ନିରାଶ ଦର୍ଶାଇଛି ।

ପିଚାଇ ନିଜ ଟ୍ବିଟରରେ କହିଛନ୍ତି କି, ‘‘ ଆମେରିକାର ଆର୍ଥିକ ସଫଳତାରେ ପ୍ରବାସୀଙ୍କ ବହୁତ ଅବଦାନ ରହିଛି । ସେମାନଙ୍କ ପାଇଁ ଟେକ୍ନୋଲୋଜି କ୍ଷେତ୍ରରେ ଆମେରିକା ବିଶ୍ବସ୍ତରରେ ଅଗ୍ରଣୀ ହୋଇପାରିଛି । ସେଥିମଧ୍ୟରେ ଗୁଗୁଲ ଅନ୍ୟତମ । ହେଲେ ଆଜିର ଘୋଷଣା ନୈରାଶ୍ୟଜନକ । ତେବେ ଆମେ ପ୍ରବାସୀଙ୍କ ସହିତ ଠିଆ ହେବୁ , ସମସ୍ତଙ୍କ ପାଇଁ ସୁଯୋଗ ବିସ୍ତାର ପାଇଁ କାର୍ଯ୍ୟ କରିବୁ । ’’

ସୋମବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମହାମାରୀ କୋଭିଡ-19 ସଙ୍କଟ ମଧ୍ୟରେ ନିଜ ଦେଶରେ ନିଯୁକ୍ତି ସୃଷ୍ଟି ପାଇଁ ଇମିଗ୍ରେସନ ପ୍ରଣାଳୀରେ ସଂସ୍କାର ଆଣିବେ ବୋଲି କହିଛନ୍ତି । ଏଚ-1 ବି ଭିସା ସହ ଅନ୍ୟ କାର୍ଯ୍ୟ ଭିସାକୁ ଅସ୍ଥାୟୀ ଭାବେ ରଦ୍ଦ କରିବାକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଥିବା କୁହାଯାଇଛି । ଏହା ଦ୍ବାରା ଆମେରିକାରେ କେବଳ କୁଶଳୀ ପ୍ରବାସୀ ପ୍ରବେଶ କରିପାରିବେ । ଏହାର ପ୍ରଭାବ ବିଶେଷ କରି ଆଇଟି ସେକ୍ଟର ଉପରେ ପଡିବା ନେଇ ଆଶଙ୍କା କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.