ETV Bharat / business

ଗ୍ରାହକଙ୍କୁ କମ ଜିଏସଟି ହ୍ରାସ ଲାଭ ଦେଉନି ଷ୍ଟାରବକ୍ସ

ଗ୍ରାହକଙ୍କୁ ଠକୁଛି ଷ୍ଟାରବକ୍ସ ! ଜିଏସଟି ହାର ହୋଇଥିଲେ ବି ଏହାର ଲାଭ ଗ୍ରାହକଙ୍କୁ ସ୍ଥାନାନ୍ତରଣ କରୁନି କମ୍ପାନୀ । ଏ ନେଇ ଦୋଷୀ ସାବ୍ୟସ୍ତ ହୋଇଛି ଷ୍ଟାରବକ୍ସ । ଅଧିକ ପଢନ୍ତୁ..

ଗ୍ରାହକଙ୍କୁ କମ ଜିଏସଟି ହ୍ରାସ ଲାଭ ଦେଉନି ଷ୍ଟାରବକ୍ସ
ଗ୍ରାହକଙ୍କୁ କମ ଜିଏସଟି ହ୍ରାସ ଲାଭ ଦେଉନି ଷ୍ଟାରବକ୍ସ
author img

By

Published : Nov 7, 2020, 4:33 PM IST

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଜିଏସଟି ହ୍ରାସର ପ୍ରଫିଟ ଦେଉନି ବିଶ୍ବର ନାମୀଦାମୀ ପ୍ରସିଦ୍ଧ ପ୍ରସିଦ୍ଧ ଫୁଡଚେନ କମ୍ପାନୀ ଷ୍ଟାରବକ୍ସ । ଏହି ମାମଲାରେ କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରିଛି ନ୍ୟାସନାଲ ଆଣ୍ଟି ପ୍ରୋଫିଟିୟାରିଙ୍ଗ ଅଥୋରିଟି(ଏନଏଏ) ।

ଆଣ୍ଟି ପ୍ରୋଫିଟିୟାରିଙ୍ଗର ମହାନିର୍ଦ୍ଦେଶକ (ଡିଜିଏପି) ଦ୍ବାରା ଯାଞ୍ଚରୁ ଜଣାପଡିଛି ଯେ, 2017 ନଭେମ୍ବର 15ରେ ଏହା ସହ ଜଡିତ ଜିଏସଟି ହାରକୁ 18 ପ୍ରତିଶତରୁ ଖସାଇ 5 ପ୍ରତିଶତ କରିଦିଆଯାଇଥିଲା । ଯାହାର ଲାଭ ଗ୍ରାହକକୁ ନ ଦେଇ କମ୍ପାନୀ ମୋଟ 1.04 କୋଟି ଟଙ୍କାର ପ୍ରଫିଟ କମେଇଛି । ଏହି ଟଙ୍କା 2017 ନଭେମ୍ବର 15 ରୁ 2018 ଜୁନ 30 ମଧ୍ୟରେ ରଖାଯାଇଛି ।

ଏନଏଏ କମ୍ପାନୀକୁ ଗ୍ରାହକଙ୍କୁ କର ହ୍ରାସର ଲାଭକୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛି ।

ଏନଏଏ ଆଦେଶ ଜାରି କରି କହିଛି କି, କମ୍ପାନୀ ସେହିଦିନ ଠାରୁ ସମସ୍ତ ପ୍ରଫିଟ ଟଙ୍କା ଜମା କରିବ । ଯେଉଁଥିରେ ସୁଧ ସହିତ 18 ପ୍ରତିଶତ ହିସାବ କରାଯିବାକୁ ଥିବା ଦିନଠାରୁ ଗ୍ରହୀତାଙ୍କଠାରୁ ଉପରୋକ୍ତ ରାଶି ଜମା ହେବା ପର୍ଯ୍ୟନ୍ତ ସଂଗ୍ରହ କରାଯାଇଥିଲା ।

ଆଦେଶର 3 ସପ୍ତାହ ମଧ୍ୟରେ କେନ୍ଦ୍ର ଓ ସମ୍ଭନ୍ଧିତ ରାଜ୍ୟ ସରକାର, ଯେଉଁଠି ପ୍ରଫିଟ କମାଇଛି ସେଠାରେ ଟଙ୍କା ଜମା କରାଯିବ ।

ଏକ ଅଭିଯୋଗର ଯାଞ୍ଚ ପରେ ସାମ୍ନାକୁ ଆସିଥିଲା କଫି ଚେନ, ଏହାର ସର୍ଟ କ୍ୟାପେଚୁନୋ ଦାମ 155 ଟଙ୍କାରୁ ବଢାଇ 170 ଟଙ୍କା କରିଦେଇଥିଲା । ଯେତେବେଳେ କି ଜିଏସଟି ହାର ହ୍ରାସ ପରେ ଏହାର ପ୍ରଭାବରେ ଦାମ କମ ରହିବା କଥା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.