ETV Bharat / business

ଆସନ୍ତା ମାସରୁ ବ୍ରିଟେନକୁ ଉଡାଣ ଭରିବ ସ୍ପାଇସଜେଟ

author img

By

Published : Aug 4, 2020, 1:15 PM IST

ଏୟାର ଇଣ୍ଡିଆ ପରେ ଏବେ ବ୍ରିଟେନକୁ ଉଡାଣ ଭରିବ ସ୍ପାଇସଜେଟ । ଆସନ୍ତା ମାସରୁ ଆରମ୍ଭ ହେବ ବିମାନ ସେବା । ଲଣ୍ଡନର ହେଥ୍ରୋ ବିମାନବନ୍ଦରରେ ପହଞ୍ଚିବ ବିମାନ । ଅଧିକ ପଢନ୍ତୁ..

ଆସନ୍ତା ମାସରୁ ବ୍ରିଟେନକୁ ଉଡାଣ ଭରିବ ସ୍ପାଇସଜେଟ
ଆସନ୍ତା ମାସରୁ ବ୍ରିଟେନକୁ ଉଡାଣ ଭରିବ ସ୍ପାଇସଜେଟ

ମୁମ୍ବାଇ: ବଜେଟ ଏୟାରଲାଇନ୍ସ ସ୍ପାଇସଜେଟ ଆସନ୍ତା ମାସରୁ ବ୍ରିଟେନକୁ ଉଡାଣ ଆରମ୍ଭ କରିବ । ଏନେଇ ସ୍ପାଇସଜେଟ ଲଣ୍ଡନର ହେଥ୍ରୋ ବିମାନବନ୍ଦର ( Heathrow Airport)ରେ ଏକ ସ୍ଲଟ ପାଇଛି ।

ସ୍ପାଇସଜେଟ ସେୟାର ବଜାରକୁ ପଠାଇଥିବା ସୂଚନା ଅନୁସାରେ ‘ ଏୟାର ବବଲ ଚୁକ୍ତିନାମା ଅନୁଯାୟୀ ଏହି ସ୍ଲଟ ମିଳିଛି । ଆନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ପରେ ଏହାର ବିସ୍ତାର କରି ନିୟମିତ ଉଡାଣ ପାଇଁ କମ୍ପାନୀକୁ ଅନୁମତି ଦିଆଯିବ ।

ଏୟାର ବବଲ ଏକ ଦ୍ୱିପାକ୍ଷିକ ବ୍ୟବସ୍ଥା । ଯେଉଁଥିରେ ଦୁଇ ଦେଶର ବିମାନ କମ୍ପାନୀ କିଛି ନିୟମାବଳୀ ଓ ଅଙ୍କୁଶ ସହିତ ଆନ୍ତର୍ଜାତୀୟ ବିମାନ ଚଳାଚଳ କରିପାରିବେ । ସ୍ପାଇସଜେଟ କହିଛି କି, ‘‘ ସେପ୍ଟମ୍ବର ପହିଲାରୁ ବିମାନ ଉଡାଣ ପାଇଁ କମ୍ପାନୀକୁ ହେଥ୍ରୋ ବିମାନ ବନ୍ଦରରେ ଏକ ସ୍ଲଟ ମିଳିଛି । ଏହା ଭାରତ ଏବଂ ବ୍ରିଟେନ ମଧ୍ୟରେ ବବଲ ଚୁକ୍ତି ଅନୁସାରେ ହୋଇଛି । ଏହା ଗ୍ରୀଷ୍ମ କାର୍ଯ୍ୟସୂଚୀ ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ ଅକ୍ଟୋବର 23 ଯାଏଁ କାର୍ଯ୍ୟକାରୀ ହେବ । ଏୟାରଲାଇନ କହିଛି କି, ନିୟମିତ ପରିଚାଳନା ଆରମ୍ଭ ପରେ ଏହାର ବିସ୍ତାର ହେବ ।

ପ୍ରକାଶ ଯେ, କୋଭିଡ-19 ଯୋଗୁଁ ଭାରତରେ ମାର୍ଚ୍ଚ 22 ରୁ ଅନ୍ତର୍ଜାତୀୟ କମର୍ସିଆଲ ଉଡାଣ ବନ୍ଦ ରହିଛି । ତେବେ ଏଥିମଧ୍ୟରେ ଅନ୍ୟ ଦେଶରେ ଫସିରହିଥିବା ଭାରତୀୟଙ୍କୁ ଆଣଇବା ପାଇଁ ଚାର୍ଟର ଉଡାଣ ପରିଚାଳନା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.