ନୂଆଦିଲ୍ଲୀ: ଯାତ୍ରୀଙ୍କ ବିଶ୍ବାସ ବଢାଇବା ପାଇଁ ଏୟାରଲାଇନ୍ସ ପ୍ରମୁଖ ସ୍ପାଇସଜେଟ କୋଭିଡ-19 ସମ୍ଭନ୍ଧୀତ ବୀମା କଭର ବିକଳ୍ପ ବାଛିବାକୁ ସୁବିଧା ଦେବ । ଏଥିପାଇଁ କମ୍ପାନୀ ବୁଧବାର ଏକ ଅନନ୍ୟ ପଦକ୍ଷେପ ଘୋଷଣା କରିଛି ।
ଏହି ବୀମା କଭର 12 ମାସ ପାଇଁ ବୈଧ ଅଟେ । ଏହା 50,000 ରୁ 3,00,000 ଟଙ୍କା ମଧ୍ୟରେ ପ୍ରତି ବର୍ଷ 443 ରୁ 1,564 ଟଙ୍କା (ଜିଏସଟି ସମେତ) ପ୍ରିମିୟମରେ ଆସିଥାଏ ।
ଏୟାରଲାଇନ ଏକ ବିବୃତ୍ତିରେ କହିଛି କି, ‘ବୀମା ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଓ ପରେ ସମସ୍ତ ଖର୍ଚ୍ଚ କ୍ରମଶଃ 30 ଓ 60 ଦିନ ପାଇଁ କଭର କରିଥାଏ । ବ୍ୟାପକ କଭରରେ କୋଭିଡ-19 ପରୀକ୍ଷଣ ସକରାତ୍ମକ ହେବା ପରେ ଔଷଧ ଓ ପରାମର୍ଶ ସାମିଲ ରହିଛି । ଏହି ବୀମା କଭର ପ୍ରଦାନ କରିବାକୁ ସ୍ପାଇସଜେଟ୍ ଏହାର ଡିଜିଟାଲ ଇଲନେସ ଗ୍ରୁପ ଇନ୍ସୁରାନ୍ସ ପଲିସି ମାଧ୍ୟମରେ ଗୋ ଡିଜିଟ ଜେନେରାଲ ଇନସୁରାନ୍ସ ସହିତ ହାତ ମିଳାଇଛି’ ।
କମ୍ପାନୀ ଅନୁସାରେ ବୀମାରେ ରୁମ ଓ ଆଇସିୟୁ ଭଡା ପାଇଁ କୌଣସି ପ୍ରତିବନ୍ଧ ନାହିଁ ।