ETV Bharat / business

ବେଜିଂରୁ 3,100 ଅକ୍ସିଜେନ କନସେନଟ୍ରେଟର୍ସ ଆଣିଲା ସ୍ପାଇସଜେଟ - ବେଜିଂରୁ ଅକ୍ସିଜେନ କନସେନଟ୍ରେଟର୍ସ

ସ୍ପାଇସ ଏକ୍ସପ୍ରେସ ବୁଧବାର ବେଜିଂରୁ ଭାରତକୁ 3,100 ଅକ୍ସିଜେନ କନସେନଟ୍ରେଟର୍ସ ସହ ଉଡାଣ ଭରିଛି । ଏହା ପୂର୍ବରୁ ଅନ୍ୟ ଦେଶରୁ କନସେନଟ୍ରେଟର୍ସ ଆଣି ଭାରତରେ ପହଞ୍ଚାଇଛି ବିମାନ । ଅଧିକ ପଢନ୍ତୁ..

ବେଜିଂରୁ  3,100 ଅକ୍ସିଜେନ କନସେନଟ୍ରେଟର୍ସ ଆଣିଲା ସ୍ପାଇସଜେଟ

author img

By

Published : May 5, 2021, 8:21 PM IST

ମୁମ୍ବାଇ: କୋଭିଡ ଯୁଦ୍ଧରେ ସାମିଲ ସୁଲଭରେ ବିମାନ ସେବା ଯୋଗାଉଥିବା କମ୍ପାନୀ ସ୍ପାଇସଜେଟ । ଏହାର ମାଲବାହୀ ୟୁନିଟ ସ୍ପାଇସ ଏକ୍ସପ୍ରେସ ବୁଧବାର ବେଜିଂରୁ ଭାରତକୁ 3,100 ଅକ୍ସିଜେନ କନସେନଟ୍ରେଟର୍ସ ସହ ଉଡାଣ ଭରିଛି ।

କମ୍ପାନୀର ବିଜ୍ଞପ୍ତି ଅନୁସାରେ ଏହି କାମରେ ଏହାର 2 ବିଶାଳ ବିମାନ ବି 767 ଓ ଏ330 ଲଗାଯାଇଛି । କନସେନଟ୍ରେଟର୍ସର ପ୍ରଥମ ବ୍ୟାଚ ଦିଲ୍ଲୀରେ ସକାଳ 9ଟା 10 ମିନିଟରେ ପହଞ୍ଚିବାକୁ ଥିବାବେଳେ ଦ୍ବିତୀୟଟି ଆସିବାକୁ ଅଛି ।

ଏୟାରଲାଇନ ଗତ 2 ସପ୍ତାହରେ ଆମେରିକା, ହଂକଂ, ସିଙ୍ଗାପୁର ଓ ଚୀନରୁ 9,950ରୁ ଉର୍ଦ୍ଧ୍ବ ଅକ୍ସିଜେନ କନସେନଟ୍ରେଟର୍ସ ଭାରତକୁ ଆଣି ସାରିଛି । ସ୍ପାଇସଜେଟର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଅଜୟ ସିଂହ ନିକଟରେ କହିଛନ୍ତି କି , କମ୍ପାନୀ ଆଗାମୀ ଦିନରେ ସମଗ୍ର ବିଶ୍ବରୁ ପ୍ରାୟ 20 ହଜାର ଅକ୍ସିଜେନ କନସେନଟ୍ରେଟର୍ସର ଏୟାରଲିଫ୍ଟ କରିବା ଲକ୍ଷ୍ୟ ରହିଛି । ଯେପରି ଦେଶରେ ମେଡିକାଲ ଅକ୍ସିଜେନର ଅଭାବ ପୂରା ହୋଇପାରିବ ।

ସ୍ପାଇସ ଏକ୍ସପ୍ରେସରେ ଆଡ୍ଡାରେ 19 ଟି କାର୍ଗୋ ବିମାନ ଅଛି । ଏହାର କାର୍ଗୋ ସେବା ନେଟୱାର୍କରେ 63 ଟି ଘରୋଇ ଏବଂ 50 ଟି ଆନ୍ତର୍ଜାତୀୟ ସହର ଯୋଡି ହୋଇଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.