ନୂଆଦିଲ୍ଲୀ: କୋରୋନା ଭାଇରସ ମୁକାବିଲା ପାଇଁ ଆଗେଇ ଆସିଲେ ସାବୁନ ନିର୍ମାତା କମ୍ପନୀ । ଏହି ମାରାତ୍ମକ ଭାଇରସ ସଂକ୍ରମଣ ରୋକିବାରେ ଲୋକଙ୍କୁ ସାହାଯ୍ୟ ପାଇଁ ସାବୁନ ଏବଂ ସ୍ବଚ୍ଛତା ଉରକରଣ ଦାମ ହ୍ରାସ ଏବଂ ଏସବୁର ଉତ୍ପାଦନ ବୃଦ୍ଧି ହେବ । ଏ ନେଇ ହିନ୍ଦୁସ୍ତାନ ୟୁନିଲିଭର, ଗୋଦରେଜ କଞ୍ଜୁମର ଓ ପତଞ୍ଜଳୀ ଭଳି ଏଫଏମସିଜି କମ୍ପାନୀ ଘୋଷଣା କରିଛନ୍ତି ।
କରୋନା ଜୀବାଣୁ ସଂକ୍ରମଣ ଲଢେଇରେ ହିନ୍ଦୁସ୍ତାନ ୟୁନିଲିଭର 100 କୋଟି ଟଙ୍କା ପ୍ରତିଶ୍ରୁତି ଦେଇଛି । କମ୍ପାନୀ ଏକ ବିବୃତ୍ତିରେ କହିଛି, "ହିନ୍ଦୁସ୍ତାନ ୟୁନିଲିଭର ଜନସାଧାରଣଙ୍କ ସ୍ବାର୍ଥରେ ଲାଇଫବଏ ସାନିଟାଇଜର,ଲିକ୍ବିଡ୍ ହ୍ୟାଣ୍ଡୱାସ୍ ଏବଂ ଡୋମେକ୍ସ ଫ୍ଲୋର୍ କ୍ଲିନର ମୂଲ୍ୟକୁ 15 ପ୍ରତିଶତ ହ୍ରାସ କରିଛି । କମ ଦାମ ସହ ଏହି ସବୁ ସାମଗ୍ରୀକୁ ଶୀଘ୍ର ବଜାରରେ ଉପଲବ୍ଧ କରାଯିବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି ।
ଏଥିସହ କମ୍ପାନୀ କହିଛି ଯେ, ଆସନ୍ତା କିଛି ମାସରେ ସମାଜର ଅଭାବୀ ଶ୍ରେଣୀଙ୍କୁ ଦୁଇ କୋଟି ଲାଇଫବଏ ସାବୁନ୍ ବଣ୍ଟନ କରାଯିବ ।
କମ୍ପାନୀ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ମେହେଟ୍ଟା କହିଛନ୍ତି ଯେ, "ଏ ଭଳି ସଙ୍କଟ ସମୟରେ କମ୍ପାନୀଗୁଡିକୁ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପଡିବ । ଏଣୁ ଆମେ ସରକାର ଏବଂ ଆମର ସହଯୋଗୀମାନଙ୍କ ସହ ମିଳିମିଶି କାମ କରୁଛୁ । ଯେପରି ଆମେ ଏକାଠି ଏହି ବୈଶ୍ବିକ ସଙ୍କଟରୁ ମୁକ୍ତି ପାଇପାରିବୁ ।
ଯୋଗଗୁରୁ ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦ ମଧ୍ୟ ଆଲୋଭେରା ଏବଂ ହଲଦି-ଚନ୍ଦନ ସାବୁନ ଦାମ 12.5 ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି ।