ETV Bharat / business

କୋରୋନା କୋପ, ଘାଟାରେ ଭାରତୀୟ ସ୍ମାର୍ଟଫୋନ ବଜାର

author img

By

Published : Feb 12, 2020, 3:54 PM IST

କୋରୋନା ଭାଇରସ ପ୍ରକୋପରେ ପ୍ରଭାବିତ ଭାରୀୟ ସ୍ମାର୍ଟଫୋନ ଉଦ୍ୟୋଗ । ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଚୀନରୁ ସ୍ମାର୍ଟଫୋନ ରପ୍ତାନୀ 30 ପ୍ରତିଶତ କମିବ ବୋଲି ଆକଳନ କରାଯାଉଛି ।

Smartphone industry feels impact of supply disruption due to coronavirus outbreak in China
କୋରୋନା କୋପ, ଘାଟାରେ ଭାରତୀୟ ସ୍ମାର୍ଟଫୋନ ବଜାର

ନୂଆଦିଲ୍ଲୀ: କୋରୋନା ଭାଇରସ ପ୍ରକୋପରେ ପ୍ରଭାବିତ ଭାରୀୟ ସ୍ମାର୍ଟଫୋନ ଉଦ୍ୟୋଗ । ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଚୀନରୁ ସ୍ମାର୍ଟଫୋନ ରପ୍ତାନୀ 30 ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଉଛି । ଏଭଳି କ୍ଷେତ୍ରରେ ଭାରତରେ ସ୍ମାର୍ଟଫୋନ ବିକ୍ରି କମିବ ବୋଲି ଆଶଙ୍କା ରହିଛି ।

ବିଶ୍ବର ବଡ ସ୍ମାର୍ଟଫୋନ ବଜାର ହେଉଛି ଚୀନ । ମୋବାଇଲ ଯନ୍ତ୍ରାଂଶ ସମେତ ଅନ୍ୟ ସବୁ ସାମଗ୍ରୀ ପାଇଁ ଚୀନ ଉପରେ ନିର୍ଭରଶୀଳ ଭାରତ । ହେଲେ କୋରୋନା ଭାଇରସର କୋପରେ ବ୍ୟବସାୟ ବିପର୍ଯ୍ୟସ୍ତ । କୋରୋନା ପ୍ରଭାବ ଭାରତ ବଜାର ଉପରେ ଅଧିକ ରହିବ ବୋଲି ସର୍ବେକ୍ଷଣ ସଂସ୍ଥା ଆଇଡିସି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ।

ଭାରତ ବଜାରରେ ଭିଭୋ, ଓପୋ , ରିଅଲମି ସାଓମି ଆଦି ବ୍ରାଣ୍ଡ ଫୋନ ଅଧିକ ପରିମାଣରେ ବିକ୍ରି ହେଉଛି । ଦେଖିବାକୁ ଗଲେ ଏସବୁ ବ୍ରାଣ୍ଡର ଅଂଶ ଭାରତୀୟ ସ୍ମାର୍ଟଫୋନ ମାର୍କେଟରେ 60 ପ୍ରତିଶତରୁ ଅଧିକା ରହିଛି । ହେଲେ ଏବେ ସ୍ଥିତି ଓଲଟା । ଆମଦାନୀ ନଥିବାରୁ ବଜାର ପ୍ରଭାବିତ । ଯଦି ଆଗକୁ ଏଭଳି ଲାଗି ରୁହେ ତେବେ ଆଗକୁ ଚାହିଦା ଅନୁଯାୟୀ ବିକ୍ରି କମିବ । ଫଳରେ ଘାଟା ବଢିବ ବୋଲି କୁହାଯାଇଛି ।

ପ୍ରକାଶ ଯେ, କୋରୋନା ଯୋଗୁଁ ଚୀନର ଜିଡିପି ମଧ୍ୟ ହ୍ରାସ ପାଇବ ।

(ପିଟିଆଇ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.