ETV Bharat / business

ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସହ ଆର୍ଥିକ ମାମଲାରେ ଚର୍ଚ୍ଚା କରିବେ ସୀତାରମଣ

author img

By

Published : Apr 21, 2020, 12:02 AM IST

ବର୍ତ୍ତମାନର ସଙ୍କଟ ସମୟରେ କେନ୍ଦ୍ର ଓ ରାଜ୍ୟକୁ ଯଥାସମ୍ଭବ ସହାୟତା ପାଇଁ ଅର୍ଥମନ୍ତ୍ରୀ ଆଶ୍ବସନା ଦେଇଛନ୍ତି । ଅଧିକ ପଢନ୍ତୁ...

sitharaman to discuss states financial issues with fms
ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସହ ଆର୍ଥିକ ମାମଲାରେ ଚର୍ଚ୍ଚା କରିବେ ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୁବ୍‌ ଶୀଘ୍ର ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ସାକ୍ଷାତ କରିବେ । କୋରୋନା ପ୍ରଭାବିତ ଅର୍ଥନୀତି ସମ୍ବନ୍ଧରେ ଏହି ବୈଠକରେ ଆଲୋଚନା କରାଯିବ । ଆସାମ ଅର୍ଥ ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ହିମାନ୍ତା ବିଶ୍ବ ସରମା ଏ ନେଇ ସୋମବାର ସୂଚନା ଦେଇଛନ୍ତି ।

ସରମା କହିଛନ୍ତି ଯେ, ‘ ଆର୍ଥିକ ମାମଲାରେ ଚର୍ଚ୍ଚା ନେଇ ରବିବାର ସକାଳେ ଅର୍ଥମନ୍ତ୍ରୀ ତାଙ୍କୁ କହିଛନ୍ତି । ବର୍ତ୍ତମାନର ସଙ୍କଟ ସମୟରେ କେନ୍ଦ୍ର ଓ ରାଜ୍ୟକୁ ଯଥାସମ୍ଭବ ସହାୟତା ପାଇଁ ଅର୍ଥମନ୍ତ୍ରୀ ଆଶ୍ବସନା ଦେଇଥିବା ନେଇ ସରମା ଦର୍ଶାଇଛନ୍ତି ।

ଦେଶବ୍ୟାପି ବନ୍ଦ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଆସାମବାସୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ‘ ଆସାମ କେୟାର୍ସ’ ଆପ ଲଞ୍ଚ କରାଯାଇଛି । ଏହାର ଉଦଘାଟନ ସମୟରେ ସରମା ଏ ସମ୍ବନ୍ଧରେ ସମ୍ବୋଧନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.