ETV Bharat / business

ଆଗାମୀ ବଜେଟରେ ଅର୍ଥବ୍ୟବସ୍ଥାକୁ ଆର୍ଥିକ ପ୍ରୋତ୍ସାହନ ଜରୁରୀ କି ?

author img

By

Published : Jan 14, 2020, 5:38 PM IST

ଆଉ ମାତ୍ର ୧୫ ଦିନ ପରେ ଫେବୃଆରୀ ୧ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ କାର୍ଯ୍ୟକାଳରେ ୨ୟ ଥର ପାଇଁ କେନ୍ଦ୍ରୀୟ ବଜେଟ ଆଗତ କରିବେ। ଏହା ଏକମହତ୍ବପୂର୍ଣ୍ଣ ବଜେଟ ହେବାକୁ ଯାଉଛି। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ବଜେଟ ପ୍ରସ୍ତୁତିରେ ସାମିଲ ହୋଇଛନ୍ତି।

Should the upcoming budget provide a fiscal stimulus to the economy?
ଆଗାମୀ ବଜେଟରେ ଅର୍ଥବ୍ୟବସ୍ଥାକୁ ଆର୍ଥିକ ପ୍ରୋତ୍ସାହନ ଜରୁରୀ କି ?

ନୂଆଦିଲ୍ଲୀ: ଆଉ ମାତ୍ର ୧୫ ଦିନ ପରେ ଫେବୃଆରୀ ୧ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ କାର୍ଯ୍ୟକାଳରେ ୨ୟ ଥର ପାଇଁ କେନ୍ଦ୍ରୀୟ ବଜେଟ ଆଗତ କରିବେ। ଏହା ଏକ ମହତ୍ବପୂର୍ଣ୍ଣ ବଜେଟ ହେବାକୁ ଯାଉଛି। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ବଜେଟ ପ୍ରସ୍ତୁତିରେ ସାମିଲ ହୋଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀରେ ଅର୍ଥଶାସ୍ତ୍ରୀ ଓ ଉଦ୍ୟୋଗ ଜଗତର ପ୍ରମୁଖ ଅଧିକାରୀମାନଙ୍କ ସହିତ ବୈଠକ କରିଛନ୍ତି।

ଆଗାମୀ ବଜେଟ ମହତ୍ବପୂର୍ଣ୍ଣ କାରଣ ଏହା ଭାରତରେ ଦେଖାଦେଇଥିବା ଗମ୍ଭୀର ଆର୍ଥିକ ମାନ୍ଦାବସ୍ଥାର ପୃଷ୍ଠଭୂମି ବିରୋଧରେ ଆଗତ ହେବ। ୨୦୧୯ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ତିନି ମାସରେ ଜିଡ଼ିପି ଦର ମାମୁଲି ହ୍ରାସ ପାଇ ୬.୧ ପ୍ରତିଶତରେ ପହଞ୍ଚିଥିଲା। ୨୦୧୧-୧୨ରେ ଆରମ୍ଭ ହୋଇଥିବା ଜିଡ଼ିପି ଶୃଙ୍ଖଳାରେ ଏହା ସବୁଠାରୁ ଧୀମା ବୃଦ୍ଧି ବୋଲି କୁହାଯାଉଛି। ସରକାରୀ ଅଧିକାରିକ ଅନୁମାନ ଚଳିତ ମାସର ଆରମ୍ଭରେ କରାଯାଇଥିଲା। ଏହା ସାମାନ୍ୟ ବୃଦ୍ଧି ପାଇ ୭.୫ ପ୍ରତିଶତରେ ୨୦୧୯-୨୦ରେ ରହିବ ବୋଲି କୁହାଯାଇଛି। ଏହା ଦଶକର ସବୁଠାରୁ କମ ବୋଲି କୁହାଯାଉଛି।

ବିକାଶର ଏହି ମାନ୍ଦାବସ୍ଥାର ମୁକାବିଲା ପାଇଁ ବଜେଟରେ ରାଜକୋଷ ପ୍ରୋତ୍ସାହନକୁ ଲାଗୁ କରାଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ସମିତି ଆଶା କରୁଛି। କିନ୍ତୁ ସରକାରଙ୍କୁ ଏହି ମାନ୍ଦାବସ୍ଥାରୁ ବାହାରିବା ପାଇଁ ପ୍ରଲୋଭନ ଓ ଲୋକପ୍ରିୟ ଯୋଜନା ଦାବିକୁ ବିରୋଧ କରିବା ଦରକାର। ଏଥିପାଇଁ ଏକରୁ ଅନେକ କାରଣ ରହିଛି। ପ୍ରଥମ ଓ ସବୁଠାରୁ ମହତ୍ବପୂର୍ଣ୍ଣ କାରଣ ହେଉଛି ସରକାର ପାଖରେ ନିଜ ଖର୍ଚ୍ଚକୁ ବଢ଼ାଇବା ପାଇଁ ଅର୍ଥ ନାହିଁ। ଯେତେବେଳେ ଜିଡ଼ିପି ବିକାଶ ଧୀମା ହୋଇଯାଏ ତେବେ ଟିକସ ସଂଗ୍ରହ ମଧ୍ୟ ଧୀମା ହୋଇଯାଏ। ସରକାରଙ୍କ ଖର୍ଚ୍ଚ କରିବାର କ୍ଷମତା ରାଜସ୍ୱ ଆଦାୟ କମ ହେଉଛି ବୋଲି ଦର୍ଶାଇବାକୁ ବାଧ୍ୟ ହେଉଛନ୍ତି। ସରକାରଙ୍କ ଟିକସ ରାଜସ୍ୱରେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ସେଥିରେ ୨ଲକ୍ଷ କୋଟି ଟଙ୍କା କମ ଆଦାୟ ହେବାର ଆଶା କରାଯାଉଛି। ସିଏଜିଙ୍କ ତଥ୍ୟ ଅନୁସାରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୭ ମାସରେ ୨୦୦୯-୧୦ପରେ ୨୦୧୯-୨୦ରେ ସବୁଠାରୁ କମରାଜସ୍ୱ ଆଦାୟ ହୋଇଛି। ପ୍ରଥମରୁ ସରକାର କର୍ପୋରେଟ ଟିକସ ଯେଉଁଥିରେ କର୍ପୋରେଟ ଲାଭ ଉପରେ ଟିକସ ଦରରେ ରିହାତି ଦେଇଛି ରାଜସ୍ୱ ହରାଇଛି। ଧନର ଅନ୍ୟ ସ୍ରୋତ ଅଣ ଟିକସ ରାଜସ୍ୱ। ରିଜର୍ଭ ବ୍ୟାଙ୍କରୁ ସରକାରଙ୍କୁ ମିଳୁଥିବା ଅର୍ଥ ର ପ୍ରତମ ହିସାବ ଲଗାଯାଇ ସାରିଛି। ଏହାସହିତ ବିପିସିଏଲ ଓ ଏୟାର ଇଣ୍ଡିଆର ଅଂଶଧନ ବିକ୍ରି ଚଳିତ ବର୍ଷ ସମ୍ପୁର୍ଣ୍ଣ ହୋଇପାରେ।

ଏଥିପାଇଁ ଅଣ ଟିକସ ରାଜସ୍ୱ ଟିକସ ରାଜସ୍ୱର ଅଭାବକୁ ଭରଣା କରିବାରେ ସକ୍ଷମ ହେବାର ସମ୍ଭାବନା ନାହିଁ। ନୂତନ ସରକାରୀ ତଥ୍ୟ ଅନୁସାରେ ଲକ୍ଷ୍ୟ ହାସଲ ହୋଇଥିବା ଅର୍ଥ ପାଇବା ପାଇଁ ୨୦୧୯-୨୦ରେ ୧୦୫,୦୦୦କୋଟି ଟଙ୍କାର ମାତ୍ର ୧୬.୫୩ ପ୍ରତିଶତ ନଭେମ୍ୱର ୧୧ ତାରିଖ ପର୍ଯ୍ୟନ୍ତହାସଲ ହୋଇଛି। ୨ୟତଃ ସାର୍ବଜନିକ ଭିତ୍ତିଭୂମି କ୍ଷେତ୍ରରେ ଖର୍ଚ୍ଚ ବଢ଼ିଲେ କୌଣସି ସହାୟତା ମିଳିବ ନାହିଁ। ଭିତ୍ତିଭୂମି ପ୍ରକଳ୍ପ ଲମ୍ୱା ସମୟ ପାଇଁ କାର୍ଯ୍ୟକାରୀ ହୋଇଥାଏ। କିନ୍ତୁ ବିକାଶକୁ ତୁରନ୍ତ ସହାୟତା କରିବା ଆବଶ୍ୟକ ରହିଛି। କେବଳ ସମୟ ହିଁ ଏହାର ସହାୟତା କରିପାରିବ। ୩ୟତଃ ଟିକସ କମ କରିବା ମାଧ୍ୟମରେ ପ୍ରୋତ୍ସାହନ ଦିଆଯାଇପାରେ। ଏହା କେବଳ ବୃଦ୍ଧି ପାଉଥିବା ବ୍ୟୟ ମାଧ୍ୟମରେ ହେବା ଉଚିତ। ସମସ୍ୟା ହେଉଛି, ବ୍ୟକ୍ତିଗତ ଆୟକର ଦର ହ୍ରାସ କରାଗଲେ ମୋଟ ଜନସଂଖ୍ୟାର ବହୁତ କମ ଲୋକ ଲାଭବାନ ହେବେ। କାରଣ ଭାରତୀୟ ଜନସଂଖ୍ୟାର ମୋଟ ୫ ପ୍ରତିଶତ ଲୋକ ଆୟକର ପୈଠ କରିଥାନ୍ତି। ଫେବୃଆରୀ ୨୦୧୯ର ମଧ୍ୟବର୍ତ୍ତୀକାଳୀନ ବଜେଟରେ ମଧ୍ୟ ଏହି ରାସ୍ତାରେ ଚେଷ୍ଟା କରାଯାଇଥିଲା। ଏହି ବଜେଟକୁ ତତ୍କାଳୀନ ଅର୍ଥମନ୍ତ୍ରୀ ପିୟୁଷ ଗୋୟଲ ଆଗତ କରିଥିଲେ। ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିମାନଙ୍କୁ ଆୟକରରେ ରିହାତି ଦେଇଥିଲେ।

ଏହା ଫଳରେ ସେମାନଙ୍କ ୧୦୦୦ଟଙ୍କା ପ୍ରତିମାସରେ ସେମାନଙ୍କର ଫାଇଦା ହୋଇଥିଲା। ଏହାଛଡ଼ା ଘର ବିକ୍ରି ଉପରେ ଗୋଟିଏ ପରିବର୍ତ୍ତେ ଦୁଇଟି ସାମିଲ କରାଯାଇଥିଲା। ବେତନଭୋଗୀ କର୍ମଚାରୀଙ୍କର ଷ୍ଟାଣ୍ଡାର୍ଡ଼ ଡିଡ଼କସନ ୪୦୦୦୦ଟଙ୍କାରୁ ୫୦୦୦୦ଟଙ୍କାକୁ ବୃଦ୍ଧି କରାଯାଇଥିଲା। ବ୍ୟାଙ୍କରେ ସଞ୍ଚୟ ଖାତାରେ ମିଳୁଥିବା ସୁଧ ଲାଗୁ ହେଉଥିବା ଟିକସ ୧୦,୦୦୦ରୁ ୫୦,୦୦୦କୁ ବୃଦ୍ଧି କରାଯାଇଥିଲା। ଏହିସବୁ ଟିକସ ସୁବିଧା ପରେ ବି ୨୦୧୯ରେ ଆର୍ଥିକ ମାନ୍ଦାବସ୍ଥା ଗମ୍ଭୀର ହୋଇଛି।

୪ର୍ଥତଃ ସରକାରୀ ଉଧାର ବୃଦ୍ଧି କରିବା ପାଇଁ ବିକଳ୍ପ ପ୍ରଥମରୁ ଖୋଲା ରହିଛି। ସରକାର ଯେତେବେଳେ ଋଣ କରନ୍ତି ଏହା ବହୁଳ ଭାବରେ ଅର୍ଥବ୍ୟବସ୍ଥାକୁ ବଞ୍ଚାଉଥିବା ସଂସ୍ଥାରୁ ମିଳିଥାଏ । ବ୍ୟାଙ୍କ ଜମାକର୍ତ୍ତାମାନଙ୍କ ସଞ୍ଚୟରୁ ସରକାରଙ୍କୁ ଋଣ ଦେଇଥାଏ। ଏଥିପାଇଁ ମୋଟ ସରକାରୀ ଋଣ ଅର୍ଥବ୍ୟବସ୍ତାର ମୋଟ ସଞ୍ଚୟରୁ ଅଧିକ ହୋଇପାରିବ ନାହିଁ। ପ୍ରଥମରୁ କେନ୍ଦ୍ର ସରକାର, ରାଜ୍ୟ ସରକାର ସାର୍ବଜନିକ କ୍ଷେତ୍ରର ସଂସ୍ଥାଗୁଡ଼ିକର ମୋଟ ଋଣ ଜିଡ଼ିପିର ୮ରୁ ୯ ପ୍ରତିଶତ। ଘରୋଇ ସଞ୍ଚୟ ବର୍ତ୍ତମାନ ଜିଡ଼ିପିର ୬.୬ ପ୍ରତିଶତ ରହିଛି। କାରଣ ଏହା ସରକାରୀ ଋଣ ପାଇଁ ପର୍ଯ୍ୟାପ୍ତ ନୁହେଁ। ସରକାର ବିଦେଶୀମାନଙ୍କଠାରୁ ଜିଡ଼ିପିର ୨.୪ ପ୍ରତିଶତ ଉଧାର ନେଇଛନ୍ତି। ଆୟରେ ସାମାନ୍ୟ ବୃଦ୍ଧି ଓ ପର୍ଯ୍ୟାପ୍ତ ରୋଜଗାର ସୃଷ୍ଟି କାରଣରୁ ଭାରତର ସଞ୍ଚୟ ବୃଦ୍ଧି ପାଇପାରୁନାହିଁ। ବହୁ ପରିମାଣରେ ସରକାରୀ ଋଣ ବଢ଼ିବାରୁ ବିଚଦେଶୀ ଋଣଦାତାଙ୍କ ଉପରେ ଭାରତର ନିର୍ଭରତା ବଢ଼ିବ। ଏକ ସମୟରେ ଟଙ୍କାର ବିନିମୟ ଦର ୟୁଏସ-ଇରାନ ଟେନସନ ଯୋଗୁଁ ବିଶ୍ବ ତୈଳ ଦର ବୃଦ୍ଧି ପାଇବା ସହିତ ଅସୁରକ୍ଷିତ ହୋଇପଡ଼ିବ। ଏଥିପାଇଁ ବଜେଟରେ ନିଜର ଖର୍ଚ୍ଚକୁ କମ କରିବା ଆବଶ୍ୟକ। ଅସଂଗଠିତ କ୍ଷେତ୍ରକୁ ଯାଉଥିବା ଅର୍ଥ ହ୍ରାସ କରିବା ଦରକାର। ପ୍ରଦାନମନ୍ତ୍ରୀ କିଷାନ ଯୋଜନା ଓ ଏମଜି ନରେଗା ମାଧ୍ୟମରେ ସରକାର ଖର୍ଚ୍ଚ ଗ୍ରାମାଞ୍ଚଳର ଆୟ ଓ ବ୍ୟୟକୁ ବଢ଼ାଇବା ପାଇଁ ଲୋକମାନଙ୍କ ହାତକୁ ଅର୍ଥ ଦେବା ଆବଶ୍ୟକ। ଯେଉଁଥିରେ ବ୍ୟୟ କରିବାର ଉଚ୍ଚ ପ୍ରବୃତ୍ତି ବଢ଼ିବ।

(ଲେଖକ , ପୂଜା ମେହେରା)

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.