ETV Bharat / business

ବଜାର ଆରମ୍ଭରୁ ରେଡ ଆଲର୍ଟ, ଦୁର୍ବଳ ହେଉଛି ସେୟାର - nifty

ସପ୍ତାହର ପ୍ରଥମ କାରବାର ଦିନ ପୁଣିଥରେ ଦୁର୍ବଳ ହେଉଛି ସେୟାର ବଜାର । ସେନସେକ୍ସ ଓ ନିଫ୍ଟିର ପ୍ରମୁଖ ସେୟାର ତଳମୁହାଁ ହେବାକୁ ଲାଗିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jun 17, 2019, 4:36 PM IST

ନୂଆଦିଲ୍ଲୀ: କାରବାର ପ୍ରଥମ ଦିନରୁ ରେଡ ଆଲର୍ଟରେ ବଜାର । ଉଭୟ ସେନସେକ୍ସ ଓ ନିଫ୍ଟିର ପ୍ରମୁଖ ଇଣ୍ଡେକ୍ସ ଲଗାତାର ହ୍ରାସ ପାଇଥିବା ନଜର ଆସିଛି । ଆନ୍ତର୍ଜାତୀୟ ପ୍ରଭାବ ସାଙ୍ଗକୁ ପରିବର୍ତ୍ତନଶୀଳ ରାଜନୈତିକ ଗତିବିଧି ଯୋଗୁଁ ଆଗକୁ ମଧ୍ୟ ଏହି ଧାରା ଜାରି ରହିବା ନେଇ ଅନୁମାନ କରାଯାଉଛି ।

ସୋମବାର ସକାଳୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 221 ପଏଣ୍ଟ ଖସି 39230ରେ ରହିଥିବାବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 75 ରୁ ଉର୍ଦ୍ଧ୍ବ ପଏଣ୍ଟ କମି 11750 ରେ କାରବାର କରୁଛି । ନିଫ୍ଟିର ପ୍ରମୁଖ 11 ଇଣ୍ଡେକ୍ସ ତଳମୁହାଁ ରହିଥିବା ନଜର ଆସିଛି । ସେହିପରି ସେନସେକ୍ସର 30ରୁ ପାଖାପାଖି 20 ଟି ସେୟାରରେ ଦୁର୍ବଳ ରହିଛି ।

ଶୁକ୍ରବାର ମଧ୍ୟ ଟ୍ରେଡୱାର ପ୍ରହାରରେ କାରବାର ହ୍ରାସ ପାଇ ରେଡ ଆଲର୍ଟରେ ବନ୍ଦ ହୋଇଥିଲା । ବଜାର ବନ୍ଦ ବେଳେ ସେନସେକ୍ସ 289 ପଏଣ୍ଟ କମି 39452 ଓ ନିଫ୍ଟି 91 ପଏଣ୍ଟ ହ୍ରାସ ପାଇ 11823 ରହିଥିଲା । ଏଥମଧ୍ୟରେ ସବୁଠାରୁ ଅଧିକ ହ୍ରାସ ଫାର୍ମା, ବ୍ୟାଙ୍କ ଓ ଅଟୋ ଏବଂ ଏଫଏମସିଜି ସେୟାରରେ ହୋଇଥିଲା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.