ETV Bharat / business

ଖୋଲିଲା ସେୟାର ବଜାର, ଆରମ୍ଭରୁ ସେନସେକ୍ସ 260 ପଏଣ୍ଟ ବୃଦ୍ଧି

author img

By

Published : Jun 26, 2020, 11:40 AM IST

ସବୁଜ ସଙ୍କେତ ସହ ଖୋଲିଲା ସେୟାର ବଜାର। କାରବାର ଆରମ୍ଭରୁ ସେନସେକ୍ସ ବୃଦ୍ଧି 260 ପଏଣ୍ଟରେ ପହଁଞ୍ଚିଛି। ସେହିପରି ଏନଏସଇ ନିଫ୍ଟି 90.45 ପଏଣ୍ଟରୁ 10,379.35 କୁ ବୃଦ୍ଧି ପାଇଛି।

ଖୋଲିଲା ସେୟାର ବଜାର, ଆରମ୍ଭରୁ ସେନସେକ୍ସ 260 ପଏଣ୍ଟ ବୃଦ୍ଧି
ଖୋଲିଲା ସେୟାର ବଜାର, ଆରମ୍ଭରୁ ସେନସେକ୍ସ 260 ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ: ସବୁଜ ସଙ୍କେତ ସହ ଖୋଲିଲା ସେୟାର ବଜାର। ବିଶ୍ବ ବଜାରରୁ ସକରାତ୍ମକ ସୂତ୍ର ମଧ୍ୟରେ ଇଣ୍ଡେକ୍ସ-ହେଭିୱେଟ୍ ଇନଫୋସିସରେ ଶୁକ୍ରବାର ଲାଭ କମାଇଛି। ଯାହାକୁ ଆଧାର କରି ଶୁକ୍ରବାର କାରବାର ଆରମ୍ଭରୁ ସେନସେକ୍ସ ବୃଦ୍ଧି 260 ପଏଣ୍ଟରେ ପହଁଞ୍ଚିଛି।

30-ସେୟାର ସୂଚକାଙ୍କ 260.94 ପଏଣ୍ଟରୁ ଅଧିକ କାରବାର କରୁଥିବାବେଳେ ଏନଏସଇ ନିଫ୍ଟି 90.45 ପଏଣ୍ଟରୁ 10,379.35 କୁ ବୃଦ୍ଧି ପାଇଛି।

ସେନ୍ସେକ୍ସ ପ୍ୟାକ୍ ରେ ପ୍ରମୁଖ ଲାଭକାରୀ ସଂସ୍ଥା ମାନେ ହେଲେ ଇଣ୍ଡୁସ୍ ଇଣ୍ଡିଆ ବ୍ୟାଙ୍କ, ଇନଫୋସିସ୍, ଟିସିଏସ୍, ଆଇସିଆଇସିଆଇ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଆଇଟିସି ଏବଂ ଏଚଡିଏଫସି ବ୍ୟାଙ୍କ ପ୍ରାୟ 4 ପ୍ରତିଶତ ବୃଦ୍ଧି କରିଥିଲେ। ଅନ୍ୟ ପଟେ କୋଟାକ୍ ବ୍ୟାଙ୍କ, ହଲ୍ ଏବଂ ସନ୍ ଫାର୍ମା ପଛରେ ରହିଛନ୍ତି।

ପୂର୍ବ ଅଧିବେଶନରେ,ବିଏସଇ ସେନସେକ୍ସ 26.88 ବୃଦ୍ଧି ପାଇ 34,842.10 ରେ କାରବାର ସାରିଥିବା ବେଳେ ନିଫ୍ଟି 16.40 ପଏଣ୍ଟ ହ୍ରାସ ପାଇ 10,288.90 ରେ ବନ୍ଦ ହୋଇଯାଇଥିଲା।

ଅସ୍ଥାୟୀ ବିନିମୟ ତଥ୍ୟରୁ ଜଣାପଡିଛି ଯେ ବିଦେଶୀ ଅନୁଷ୍ଠାନ ନିବେଶକମାନେ ଗୁରୁବାର ଦିନ 1,050.61 କୋଟି ଟଙ୍କା ମୂଲ୍ୟର ଇକ୍ୱିଟି ଅପଲୋଡିଂ କରି ନେଟ ବିକ୍ରେତାଙ୍କୁ ପରିଣତ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.