ETV Bharat / business

ରେପୋ ରେଟ ହ୍ରାସ ପରେ ବଜାର ବେଲଗାମ, ସର୍ବନିମ୍ନ ରେକର୍ଡରେ ସେନସେକ୍ସ

କ୍ରମାଗତ ଉପରମୁହାଁ ରହି ରେକର୍ଡ ଭାଙ୍ଗୁଥିବା ସେୟାରବଜାରେ ଏବେ ଦେଖାଦେଇଛି ମାନ୍ଦାବସ୍ଥା । ଗୁରୁବାର ରେପୋରେଟ ଦର ହ୍ରାସ ପରେ ସର୍ବନିମ୍ନରେ ଦିନିକିଆ ହ୍ରାସରେସେୟାର । ଗୋଟିଏ ଦିନରେ 554 ପଏଣ୍ଟ ସେନସେକ୍ସ ନିଫ୍ଟି 177 ପଏଣ୍ଟ ଖସିଥିବା ଦେଖାଦେଇଛି ।

author img

By

Published : Jun 6, 2019, 6:30 PM IST

ନୂଆଦିଲ୍ଲୀ: ରେପୋ ରେଟ ହ୍ରାସ ପରେ ହୁଲସ୍ତୁଲ ସେୟାର ବଜାର । ଲଗାତାର ରେକର୍ଡ କରୁଥିବା ସେୟାର ହଠାତ ତଳମୁହାଁ । ଗୁରୁବାର ସୁଧହାର ଶସ୍ତା ନେଇ ଘୋଷଣା ପରେ ସେନସେକ୍ସ 554 ପଏଣ୍ଟ କମିଯାଇଛି । ଯାହାକି 2019ରେ ପ୍ରଥମ ସର୍ବାଧିକ ଦିନିକିଆ ହ୍ରାସ । ଅର୍ଥାତ ପୂର୍ବରୁ ଗୋଟିଏ ଦିନରେ ଏତେ ପରିମାଣରେ ସେନସେକ୍ସ ଖସିନଥିଲା ।

ବ୍ୟାଙ୍କିଙ୍ଗ, ଶକ୍ତି, ଦାମୀ ପ୍ରଡକ୍ଟର ସେୟାରରେ ବିପୁଳ ପରିମାଣର ହ୍ରାସ ପରିଲିଖିତ ହୋଇଛି । ରେପୋ ରେଟ ହ୍ରାସ ଘୋଷଣା ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 553.82 ପଏଣ୍ଟ ଖସି 39,529.72 ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ୫୦ ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 177.9 ପଏଣ୍ଟ କମି 11,843.75ରେ ବନ୍ଦ ହୋଇଥିଲା । ।

ଏହାକୁ ମିଶାଇଲେ ଚଳିତ ବର୍ଷ ତୃତୀୟ ଥର ପାଇଁ ବେଞ୍ଚମାର୍କ ଲେଣ୍ଡିଂରେ ହ୍ରାସ ଦେଖାଦେଇଛି । ପ୍ରକାଶ ଥାଉ ଯେ, ଗୁରୁବାର ଆରବିଆଇ ତାର ଏମପିସି ବୈଠକରେ ରେପୋ ରେଟ ହାର 25 ବେସିକ ପଏଣ୍ଟ(0.25)ହ୍ରାସ କରିଛି । ଫଳରେ ଏବେ 5.75%କୁ ଛୁଇଁଛି ରେପୋ ରେଟ ଦର ।

ବିଶ୍ବ ବଜାରରେ ମାନ୍ଦାବସ୍ତା । ଅଭିବୃଦ୍ଧି ହ୍ରାସ ଆଶଙ୍କା। ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ RBI ତାର ରେପୋ ହାରକୁ କ୍ରମାଗତ ଭାବେ ହ୍ରାସ କରୁଥିବା ଜଣାପଡିଛି । ଯାହା ଦ୍ବାରା ଗ୍ରାହକଙ୍କୁ ସୁଧ ହାରରୁ ଆଶ୍ବସ୍ତି ମିଳିବ ବୋଲି ଆଶା କରାଯାଉଛି ।

Intro:Body:

DC

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.