ETV Bharat / business

ମାନ୍ଦା କାରବାର, ଦୁର୍ବଳ ଟଙ୍କା - sensex down

ଚଳିତ ସପ୍ତାହର କାରବାର ଦିବସରେ ସେନସେକ୍ସ ମୋଟ 953.58 ପଏଣ୍ଟ ଓ ନିଫ୍ଟି 276.50 ପଏଣ୍ଟ ଖସିଛି । ସେପଟେ ଟଙ୍କା ବି ଡଲାର ତୁଳନାରେ ଦୁର୍ବଳ ହୋଇଛି । ଅଧିକ ପଢନ୍ତୁ..

ମାନ୍ଦା କାରବାର, ଦୁର୍ବଳ ଟଙ୍କା
ମାନ୍ଦା କାରବାର, ଦୁର୍ବଳ ଟଙ୍କା
author img

By

Published : Apr 23, 2021, 8:47 PM IST

ମୁମ୍ବାଇ: ପୁଣି ତଳମୁହାଁ ସେନସେକ୍ସ । ଶୁକ୍ରବାର ସେନସେକ୍ସ ଓ ନିଫ୍ଟି ସେୟାର ସୂଚାକାଙ୍କ ହ୍ରାସ ସହ ବନ୍ଦ ହୋଇଛି । କୋଭିଡ-19 ସଂକ୍ରମଣ ମାମଲା ବୃଦ୍ଧି ଓ ଏହାର ଅର୍ଥବ୍ୟବସ୍ଥା ଉପରେ ପଡୁଥିବା ପ୍ରଭାବକୁ ନେଇ ବଢିଛି ନିବେଶକଙ୍କ ଚିନ୍ତା । ଆଇସିଆଇସିଆଇ ବ୍ୟାଙ୍କ, ଇମ୍ଫୋସିସ ଓ ଏଚୟୁଏଲରେ ହ୍ରାସ ସହ ସେୟାର ବଜାର ତଳକୁ ଖସିି ।

ବିଶେଷଜ୍ଞଙ୍କ ଅନୁସାରେ ଆମେରକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ଦର 75 ଟପିବା ପ୍ରଭାବ ଓ ବୈଶ୍ବିକ ବଜାରରେ ଦୁର୍ବଳ ସଙ୍କେତ ଘେରାଇ ବଜାରକୁ କରିଛି କ୍ଷତିଗ୍ରସ୍ତ । ହ୍ରାସ-ବୃଦ୍ଧି କାରବାରରେ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 202.22 ପଏଣ୍ଟ କମିବା ପରେ 47,878.45 ପଏଣ୍ଟରେ ବନ୍ଦ ହୋଇଛି ।

ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 64.80 ପଏଣ୍ଟ ହ୍ରାସ ହୋଇ 14,341.35 ପଏଣ୍ଟରେ ବନ୍ଦ ହୋଇଛି ।

ସେନସେକ୍ସ ସେୟାରରେ ସର୍ବାଧିକ ହ୍ରାସ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ହୋଇଥିଲା ବେଳେ ଡ. ରେଡ୍ଡୀଜ, ଭାରତୀ ଏୟାରେଟଲ , ଟେକ ମହିନ୍ଦ୍ରା , ଏଚୟୁଏଲ , ଆଇସିଆଇସିଆଇ ବ୍ୟାଙ୍କ ଓ ଇମ୍ଫୋସିସ ସେୟାର କମିଛି ।

ଗୋଟିଏ ଦିନର ଅବକାଶ ସହ ଚଳିତ ସପ୍ତାହର କାରବାର ଦିବସରେ ସେନସେକ୍ସ ମୋଟ 953.58 ପଏଣ୍ଟ ଓ ନିଫ୍ଟି 276.50 ପଏଣ୍ଟ ଖସିଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବ୍ୟାରେଲ ପ୍ରତି 65.36 ଡଲାର ଅଛି । ସେହିଭଳି ଆମରକୀୟ ଡଲାର ତୁଳନାରେ ଟଙ୍କା 7 ପଇସା କମି 75.01 ରେ ବନ୍ଦ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.