ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ଯୋଗାଣ ଉପରେ ନିର୍ଭର, କୌଣସି ମଧ୍ୟ ଦେଶ ପାଇଁ ନକରାତ୍ମକ ସଙ୍କେତ । ହେଲେ ଏହା ବାସ୍ତବ ଯେ, ଭାରତ ନିଜ ସୈନ୍ୟ ଓ ବ୍ୟବହୃତ ଯନ୍ତ୍ରପାତି ଆବଶ୍ୟକତା ପାଇଁ ବିଦେଶ ଉପରେ ନିର୍ଭରଶୀଳ । କିଛି ବର୍ଷ ପୂର୍ବେ ପ୍ରତିିରକ୍ଷା ସମ୍ବନ୍ଧୀୟ ସ୍ଥାୟୀ ସମିତି ଅନୁସନ୍ଧାନ ଓ ବିକାଶ ସଙ୍ଗଠନ(ଡିଆରଡିଓ), ଅରିଡାନ୍ସ ଫ୍ୟାକ୍ଟ୍ରି ଓ ସାର୍ବଜନୀନ କ୍ଷେତ୍ରର ସମ୍ପତ୍ତି ଦ୍ୱାର ବିକଶିତ କରାଯାଇଥିବା ଆମଦାନୀ ସାମଗ୍ରୀ ନେଇ ଚିନ୍ତା କରିଥିଲା । କାରଣ ଏସବୁ ନିଜ ଚାହିଦା ପୂରଣ ପାଇଁ ବିଦେଶ କମ୍ପାନୀ ଉପରେ ନିର୍ଭର କରିଥାଏ ।
2013-14 ତୁଳନାରେ Ordnance Factory Boardର ଆମଦାନୀ 15.15 ପ୍ରତିଶତ ଥିଲା । ଯାହାକି 2016-17ରେ ହ୍ରାସ ପାଇ 11.7 ପ୍ରତିଶତରେ ପହଞ୍ଚିଥିଲା । ହିନ୍ଦୁସ୍ତାନ ଏରୋନୋଟିକ୍ସ ( ହାଲ), ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ, ଭାରତ ଡାଇନୋମିକ୍ସ ଲିମିଟେଡ ଭଳି ବଡ ବଡ ଡିଫେନ୍ସ ପିଏସୟୁ ତୁଳନାରେ OFB ଆମାଦାନୀ ଉପରେ ସବୁଠାରୁ କମ ନିର୍ଭରଶୀଳ । ଯାହାକି ଉଚ୍ଚ ଧରଣର ସ୍ବଦେଶୀକରଣକୁ ଦର୍ଶାଉଥିଲା ।
1947,1965 , ଏବଂ1999ରେ ପାକିସ୍ତାନ ଓ 1962ମସିହାରେ ଚୀନ ସହ ଯୁଦ୍ଧ କରିବା ସମୟରେ ଭାରତୀୟ ସରକାରଙ୍କ ସହ OFs(Ordnance Factories) ସର୍ବଦା ଠିଆ ହୋଇଥିଲା । ସେହିପରି OFB କାରଗିଲ ଯୁଦ୍ଧ ସମୟରେ ଗୁଳି, ବାରୁଦ ଓ ଅନ୍ୟ ସମସ୍ତ ଉପକରଣକୁ ଆବଶ୍ୟକ ବେଳେ ଯୋଗାଇଥିଲା । ଏଥିପାଇଁ ତତ୍କାଳୀନ ଆର୍ମି ଷ୍ଟାମ ଜେନରାଲର ପ୍ରମୁଖ ଭି.ପି ମଲ୍ଲିକ OFBକୁ ପ୍ରଂଶସା କରିଛନ୍ତି । କିନ୍ତୁ ସ୍ବଳ୍ପ ଅବଧି ଭିତରେ ସାମଗ୍ରୀ ଯୋଗାଣ ସମସ୍ୟା ମଧ୍ୟ ଉପୁଜିଥିବା କୁହାଯାଇଛି।
ତେବେ ମୋଦି ସରକାରଙ୍କ 100ଦିନ ଯୋଜନାର ଖୁଲାସା କରି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଯେ, ସାର୍ବଜନୀନ କମ୍ପାନୀର ବିନିବେଶ ହେବ। Ordnance Factories ଅନୁଯାୟୀ ଏବେ ସୁଦ୍ଧା ଅଣସଙ୍ଗଠିତ କରି କର୍ପୋରେଟାଇଜ କରାଯିବ । ଯେପରି ବିଦେଶୀ କମ୍ପାନୀଙ୍କ ପାଖରେ ସହଜରେ ସରକାରୀ ଭୂମି ପହଞ୍ଚିପାରିବ ନାହିଁ ।
ଆକସ୍ମିକ ଯୁଦ୍ଧ ସମୟରେ ଚାହିଦା 3ଗୁଣା ବୃଦ୍ଧି ଲକ୍ଷ୍ୟରେ
OFs ସବୁକିଛି ମହଜୁତ କରିବା ଆବଶ୍ୟକ ରହିଛି । ପ୍ରଫିଟ କମାଇବା ରିସ୍କରେ ଏପରି କରିବା ସମ୍ଭବ ହେବନାହିଁ । ବରଂ ଏହା ବଦଳରେ ଏସବୁ ସମ୍ବଳକୁ ବଜାୟ ରଖିବାକୁ ସରକାର ତତ୍ପର ହେବାକୁ ପଡିବ । ଏଥିପାଇଁ PSUsର ଖର୍ଚ୍ଚ ମୁଣ୍ଡେଇବାକୁ ପଡିବ । ଅଥବା ଚାହିଦା ବୃଦ୍ଧି ପାଇଁ କୃତ୍ରିମ ଯୁଦ୍ଧ ଭଳି ସ୍ଥିତି ଉପନ୍ନ କରିବାକୁ ହେବ । ଯେଉଁଥିରେ କୌଣସି ରାଷ୍ଟ୍ରୀୟ କ୍ଷତି ହେବନାହିଁ ।
କାରଗିଲ ଅପରେସନ ବିଜୟ ନେଇ ମହାଲେଖା ନିୟନ୍ତ୍ରକ ଏବଂ ମହାସମୀକ୍ଷକ (ସିଏଜି) ରିପୋର୍ଟ ପ୍ରକାଶ କରିଛି । ଏହା ଅନୁଯାୟୀ ଘରୋଇ ଓ ବିଦେଶୀ କମ୍ପାନୀର ମୋଟ ଅର୍ଡର ଭିତରୁ 2150କୋଟି ଟଙ୍କା ଯୋଗାଣ ହୋଇଥିଲା । ଯାହାକି 1999ଜୁଲାଇ ପରେ ମିଳିଥିଲା । ଗୋଟିଏ ଥରରେ ସମ୍ପତ୍ତି ବିକ୍ରି ପରେ ଏହାକୁ ମ୍ୟାନେଜ କରିବାକୁ ବ୍ୟବସ୍ଥା ନଥାଏ । ସର୍ବପ୍ରଥମେ 2016ରେ ବିମୁଦ୍ରିକରଣ ଲୋକଙ୍କ ମଧ୍ୟରେ ହଟଚମଟ ମଚେଇ ଦେଇଥିଲା ।
ଏବେ ସମ୍ପତ୍ତିର ବିମୁଦ୍ରିକରଣ ହେଉଛି । ଏହି 2 ଯୋଜନା ଟଙ୍କା ଏକତ୍ର ଲକ୍ଷ୍ୟରେ ହୋଇଛି । କୃଷକଙ୍କ ଠାରୁ ଅଧିଗ୍ରହଣ ଭୂମି କେବେ କେବେ ବିନା କୌଣସି କ୍ଷତିପୂରଣରେ ବିନିବେଶ ନାଁରେ ବିଦେଶୀ କମ୍ପାନୀଙ୍କୁ ଦିଆଯାଉଛି । ଚଳିତ ବର୍ଷରେ କର୍ମଚାରୀଙ୍କୁ ଋଣ ଦେବା ପାଇଁ ପ୍ରଥମଥର ହାଲ 2,423 କୋଟି ଟଙ୍କା ଋଣ ନେଇଛି ।
2018-19ରେ ସରକାର 84,972.16ରୁ ଉର୍ଦ୍ଧ୍ବର ଟାର୍ଗେଟ ରଖିଥିଲେ । ହେଲେ ଚଳିତ ବର୍ଷ ଏହି ବିନିବେଶ 90,000କୋଟି ଟଙ୍କା ରହିଛି । ସର୍ବାଧିକ ଋଣରେ ବୁଡିରହିଥିବା ସର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଇଣ୍ଡ୍ରଷ୍ଟ୍ରିଆଲ ଡେଭଲମେଣ୍ଟ ଇଣ୍ଡିଆନ ହୋଲସେଲରକୁ କିଣିବା ପାଇଁ LICକୁ ବାଧ୍ୟ କରାଯାଇଛି । ଯେଉଁଥିରେ 28 ପ୍ରତିଶତ ବ୍ୟାଡ ଲୋନ ରହିଛି । ଏଥିରୁ ସ୍ପଷ୍ଟ ଯେ, ଘରୋଇ ନିବେଶ ଯେତେ ପର୍ଯ୍ୟନ୍ତ ଆଗକୁ ବଢିନି ସେବେ ସୁଦ୍ଧା ସରକାର ନିଜ ସଂସ୍ଥାକୁ ହାତରୁ ଖସାଉଛି ।
ନରେନ୍ଦ୍ର ମୋଦି ଏକାଧିକ ସମୟରେ ଦାବି କରିଛନ୍ତି ଯେ, ଜଣେ ଗୁଜୁରାତି ଭାବେ କିପରି ଟଙ୍କାର ବ୍ୟବହାର କିପରି କରାଯିବ । ଯେତେବେଳେ ସେ ଗୁଜୁରାତର ମୁଖ୍ୟମନ୍ତ୍ରୀ ଥିଲେ ସେତବେଳେ ରାଜ୍ୟ ପେଟ୍ରୋଲିୟମ କର୍ପୋରେସନ 20,000 କୋଟି ଋଣ ସହ କାର୍ଯ୍ୟ କରୁଥିଲା । ଏହା ପରେ ଯେବେ ସେ ପ୍ରଧାନମନ୍ତ୍ରୀ ହେଲେ ଏକ କେନ୍ଦ୍ର ସାର୍ବଜନୀନ କ୍ଷେତ୍ରର ଚେଲ ଓ ପ୍ରାକୃତିକ ଗ୍ୟାସ ଆୟୋଗ ଏହାକୁ 8,000 କୋଟିରେ କିଣିଥିଲା । ଏବେ ଏହାର ଋଣ ସର୍ବିସିଙ୍ଗ ପାଇଁ ଦାୟିତ୍ବ ନେଇଛି ।
ସରକାର ଏବେ ଏକ ସ୍ବଂୟଚାଳିତ କମ୍ପାନୀ ତିଆରି ପାଇଁ ପ୍ରସ୍ତାବ ରଖିଛନ୍ତି । ଯାହା ସମସ୍ତ ରାଜ୍ୟରେ କାର୍ଯ୍ୟକାରୀ ହେବ । ଆଉ ଯେତେବଳେ ଏହାକୁ ବିକ୍ରି କରାଯିବ ତାହା ବ୍ୟୁରୋକ୍ରେସିଙ୍କ ଉତ୍ତରଦାୟିତ୍ବରେ ରହିବ ନାହିଁ ।
(ସୋସିଆଲ ପାର୍ଟି(ଭାରତ)ର ଉପାଧ୍ୟକ୍ଷ ସନ୍ଦିପ ପାଣ୍ଡେଙ୍କ ଦ୍ବାରା ଏହା ଲିଖିତ । ଏହା ଏକ ବିଚାର ଯାହାକୁ ଲେଖକ ନିଜ ମତରୁ ଦର୍ଶାଇଛନ୍ତି । ଏଥିପାଇଁ ଇଟିଭି ଭାରତ ନା ସମର୍ଥନ କରୁଛି ନା ଏଥିପାଇଁ ଉତ୍ତରଦାୟୀ)
ବିନିବେଶ କଣ ?
ପବ୍ଲିକ ସେକ୍ଟର କମ୍ପାନୀ ଅଥବା ସରକାରଙ୍କ ଭାଗକୁ ବିକ୍ରି କରିବା ପକ୍ରିୟାକୁ ବିନିବେଶ କୁହାଯାଏ । ଏହା ଅନୁଯାୟୀ ସରକାର କ୍ଷତିରେ ଚାଲୁଥିବା ସରକାରୀ କମ୍ପାନୀ କିମ୍ବା କୌଣସି ଅଂଶଧନକୁ ସେୟାର ବା ବଣ୍ଡ ଭାବେ ବିକ୍ରି କରିଥାନ୍ତି । ଆଉ ଏଥିରୁ ଯେଉଁ ଟଙ୍କା ମିଳେ ସରକାର ତାହାକୁ ସେହି କମ୍ପାନୀର ଉନ୍ନତିକରଣ ପାଇଁ ନଚେତ ଅନ୍ୟ କିଛି ଦିଗରେ ଉପଯୋଗ କରିଥାନ୍ତି । କୌଣସି କମ୍ପାନୀର ବିନିବେଶ କରିବା ଅର୍ଥାତ ତାହାକୁ ଆହୁରୀ ଅଧିକ ପ୍ରଗତିଶୀଳ କରିବା । ସାର୍ବଜନୀନ କ୍ଷେତ୍ରରେ ଏପରି ଡର୍ଜନରୁ ଉର୍ଦ୍ଧ୍ବ ସମ୍ପତ୍ତି (undertakings) ରହିଛି । ଯେଉଁଥିରେ ସରକାରଙ୍କ 90ରୁ 99 ପ୍ରତିଶତ ଭାଗିଦାରୀ ରହିଛି ।
ସରକାରଙ୍କ ବିନିବେଶ ପକ୍ରିୟା-
ବିନିବେଶ ବିଚାର ଆର୍ଥିକ ଉଦାରୀକରଣ ପକ୍ରିୟା ପରେ ସାମ୍ନାକୁ ଆସିଛି । ଯାହା ପରେ ସରକାର ଘାଟା ପରେ ଚାଲିଥିବା ସାର୍ବଜନୀନ କ୍ଷେତ୍ରର କମ୍ପାନୀ ଓ ସମ୍ପତ୍ତିରେ ଘରୋଇ କ୍ଷେତ୍ରର ଭାଗୀଦାରକୁ ପ୍ରେତ୍ସାହନ ଦେବା ଆରମ୍ଭ କରିଦିଅନ୍ତି । କାରଣ ସରକାରଙ୍କ କାମ ଦେଶ ଚଲାଇବା ନା କି କାରବାର ବଢାଇବା । ତେବେ ଘରେଇକରଣ ଓ ବିନିବେଶ ମଧ୍ୟରେ ପାର୍ଥକ୍ୟ ରହିଛି । ଯଦି କୌଣସି PSU (ସାର୍ବଜନୀନ କ୍ଷେତ୍ର)କୁ ଘରୋଇକରଣ କରାଯାଏ, ତେବେ ସରକାର ନିଜ 51 ପ୍ରତିଶତରୁ ଉର୍ଦ୍ଧ୍ବ ଅଂଶକୁ ଘରୋଇ କ୍ଷେତ୍ରକୁ ବିକ୍ରି କରନ୍ତି । କିନ୍ତୁ ବିନିବେଶ କ୍ଷେତ୍ରରେ ସରକାରଙ୍କ ମାଲିକାନା ବଜାୟ ରହିଥାଏ ।