ETV Bharat / business

ଲକଡାଉନ ମାଡ: କମିପାରେ କମର୍ସିଆଲ ଗାଡି ବିକ୍ରି - କ୍ରିସିଲ

ଲକଡାଉନରେ ପ୍ରଭାବିତ ଗାଡି ବିକ୍ରି । 2021-22 ରେ ଗାଡି ବିକ୍ରି 23ରୁ 28 ପ୍ରତିଶତ ବୃଦ୍ଧି ଅନୁମାନ ରହିଛି । ଏନେଇ ରେଟିଂ ଏଜେନ୍ସି କ୍ରିସିଲ ଏହାର ଏକ ରିପୋର୍ଟରେ କହିଛି । ଅଧିକ ପଢନ୍ତୁ..

ଚଳିତ ବର୍ଷ 28 % ଯାଏଁ ବଢିଛି କମର୍ସିଆଲ ଗାଡି ବିକ୍ରି

author img

By

Published : Jun 8, 2021, 1:08 PM IST

ମୁମ୍ବାଇ: କୋଭିଡ-19 ମହାମାରୀର ଦ୍ବିତୀୟ ଲହର ଯୋଗୁଁ ଲାଗୁ ଲକଡାଉନ ମାଡରେ ପ୍ରଭାବିତ ବାଣିଜ୍ୟିକ ଯାନ ବିକ୍ରି । ଏଥିପାଇଁ ଚଳିତ ଆର୍ଥିକ ବର୍ଷ ଅର୍ଥାତ 2021-22 ରେ ଗାଡି ବିକ୍ରି 23ରୁ 28 ପ୍ରତିଶତ ବୃଦ୍ଧି ଅନୁମାନ ରହିଛି । ଯେତେବେଳେ କି ପୂର୍ବରୁ ଏହା 32 ରୁ 37 ପ୍ରତିଶତ ବୃଦ୍ଧି ଆଶା ଥିଲା । ଏ ନେଇ ରେଟିଂ ଏଜେନ୍ସି କ୍ରିସିଲ ଏହାର ଏକ ରିପୋର୍ଟରେ କହିଛି ।

କ୍ରିସିଲ ସୋମବାର ଜାରି ଏକ ରିପୋର୍ଟରେ କହିଛି କି ଏହି ବୃଦ୍ଧି ପରେ ମୋଟ କମର୍ସିଆଲ ଯାନର ବିକ୍ରି 2019 ତୁଳନାରେ ଚଳିତ ଆର୍ଥିକ ବର୍ଷରେ ପ୍ରାୟ 30 ପ୍ରତିଶତ କମ ହୋଇପାରେ ।

କୋଭିଡ-19 ମହାମାରୀ ପ୍ରତିହିତ ପାଇଁ ଗତ ବର୍ଷ ଲାଗୁ ଲକଡାଉନ ସମୟରେ ବିକ୍ରି ଦଶକର ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା । ଆର୍ଥିକ ବର୍ଷ 2020-21 ରେ କମର୍ସିଆଲ ଯାନର ବିକ୍ରି 21 ପ୍ରତିଶତ ହ୍ରାସ ହୋଇ 5,68,559 ୟୁନିଟ ରହିଥିଲା । ଯେତେବେଳେ କି 2019-20 ରେ ଏହି ସଂଖ୍ୟା 7,17,539 ଥିଲା ।

କ୍ରିସିଲ କହିଛି କି କମର୍ସିଆଲ ଯାନ ବିଭାଗରେ 2020 ଓ 2021 ମଧ୍ୟରେ କ୍ରମଶଃ 29 ପ୍ରତିଶତ ଓ 21 ପ୍ରତିଶତ ହ୍ରାସ ହୋଇଛି ।

ରେଟିଂ ଏଜେନ୍ସି ଅନୁସାରେ ଏପ୍ରିଲରେ ଭଡା ଦରରେ ପ୍ରାୟ 20 ପ୍ରତିଶତ ଯାଏଁ ହ୍ରାସ ହୋଇଛି । ଆଉ ମେ ମାସରେ ପ୍ରଫିଟକୁ ନେଇ ପରିଚାଳନାରେ ଚାପ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.