ETV Bharat / business

ଉଭାନ ରୋଜଗାର: କୋଟିଏ ଭାରତୀୟ ହେଲେ ବେକାରୀ

ଦ୍ବିତୀୟ ଲହର ବେଳେ ଯେଉଁମାନେ ଚାକିରୀ ହରାଇଛନ୍ତି ସେମାନଙ୍କୁ ଏତେ ଶୀଘ୍ର ନୂଆ ନିଯୁକ୍ତି ମିଳିବା କଷ୍ଟକର । ସେପଟେ 97 ପ୍ରତିଶତ ପରିବାରଙ୍କ କମିଛି ଆୟ । ଅଧିକ ପଢନ୍ତୁ..

ଉଭାନ ରୋଜଗାର:  କୋଟିଏ ଭାରତୀୟ ହେଲେ ବେକାରୀ
ଉଭାନ ରୋଜଗାର: କୋଟିଏ ଭାରତୀୟ ହେଲେ ବେକାରୀ
author img

By

Published : Jun 2, 2021, 10:53 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ଗ୍ରାଫ ଉପରମହାଁ ସହ ସଙ୍କୁଚିତ ରୋଜଗାର । କୋରୋର ଦ୍ବିତୀୟ ଲହର ପ୍ରଭାବରେ ଦେଶରେ 1 କୋଟିରୁ ଉର୍ଦ୍ଧ୍ବ ଲୋକ ହୋଇଛନ୍ତି ବେକାରୀ । ଗତ ବର୍ଷ ମହାମାରୀ ଆରମ୍ଭ ଠାରୁ ଏବେ ସୁଦ୍ଧା 97 ପ୍ରତିଶତ ପରିବାରଙ୍କ ଆୟ କମିଛି । ଘରୋଇ ଥିଙ୍କଟ୍ୟାଙ୍କ ସେଣ୍ଟର ଫର ମନିଟରିଙ୍ଗ ଇଣ୍ଡିଆନ ଇକୋନୋମି (ସିଏମଆଇଆଇ)ର ସିଇଓ ମହେଶ ବ୍ୟାସ ଏନେଇ ସୂଚନା ଦେଇଛନ୍ତି ।

ବ୍ୟାସ କହିଛନ୍ତି କି, ରିସର୍ଚ୍ଚ ସଂସ୍ଥାନର ଆକଳନ ଅନୁସାରେ ବେକାରୀ ହାର ମେ ମାସରେ 12 ପ୍ରତିଶତ ରହିଛି । ଯାହାକି 8 ପ୍ରତିଶତ ଥିଲା । ଏହାର ଅର୍ଥ କି ଏହି ଅବଧିରେ ପ୍ରାୟ 1 କୋଟି ଭାରତୀୟ ଚାକିରୀ ହରାଇଛନ୍ତି ।

ଛଟେଇର ବଡ କାରଣ ହେଉଛି କୋଭିଡ-19 ସଂକ୍ରମଣର ଦ୍ବିତୀୟ ଲହର । ଆଉ ଯେଉଁ ଲୋକଙ୍କ ଚାକିରୀ ଯାଇଛି ସେମାନେ ନୂଆ ରୋଜଗାର ସନ୍ଧାନରେ ସମସ୍ୟା ଭୋଗୁଛନ୍ତି । ଅସଙ୍ଗଠିତ କ୍ଷେତ୍ରରେ ରୋଜଗାର ତୀବ୍ର ଗତିରେ ବୃଦ୍ଧି ହେଉଛି । କିନ୍ତୁ ସଙ୍ଗଠିକ କ୍ଷେତ୍ରରେ ଭଲ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆହୁରୀ ସମୟ ଲାଗିବ ବୋଲି ବ୍ୟସ କହିଛନ୍ତି ।

ପ୍ରକାଶ ଯେ, ଗତ ବର୍ଷ ମେ ମାସରେ କୋରୋନା ଭାଇରସ ମହାମାରୀ ପ୍ରତିହିତ ପାଇଁ ଲାଗୁ ଦେଶବ୍ୟାପି ଲକଡାଉନ ଯୋଗୁଁ ବେକାରୀ ହାର 23.5 ପ୍ରତିଶତ ରେକର୍ଡ ସ୍ତରକୁ ଛୁଇଁଥିଲା । ଅନେକ ବିଶେଷଜ୍ଞଙ୍କ ମତ ଅନୁସାରେ ସଂକ୍ରମଣର ଦ୍ବିତୀୟ ଲହର ପିକରେ ପହଞ୍ଚିଯାଇଛି । ଏବେ ରାଜ୍ୟ ଧୀରେ ଧୀରେ ପ୍ରତିବନ୍ଧକ କୋହଳ କରୁଛି । ଆଉ ଆର୍ଥିକ ଗତିବିଧିକୁ ଅନୁମତି ଦେବା ଆରମ୍ଭ କରିବାକୁ ପ୍ରସ୍ତୁତି କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.