ETV Bharat / business

ସୁପ୍ରିମକୋର୍ଟରେ ଋଣର ସୁଧ ଛାଡ ମାମାଲା, 17ରେ ଆଗାମୀ ଶୁଣାଣି

ଇଏମଆଇ ସ୍ଥଗିତାଦେଶ ଅବଧି ମଧ୍ୟରେ ସୁଧ ଛାଡ ମାମଲାରେ ଜୁନ 17କୁ ଘୁଞ୍ଚିଲା ସୁପ୍ରିମକୋର୍ଟରେ ଶୁଣାଣି । ଆରବିଆଇ 3 ଦିନ ମଧ୍ୟରେ ଅର୍ଥମନ୍ତ୍ରଣାଳୟ ସହ ବୈଠକ କରିବ। ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟରେ ଋଣର ସୁଧ ଛାଡ ମାମାଲା
SC to hear plea seeking interest waiver on loan moratoriums
author img

By

Published : Jun 12, 2020, 3:32 PM IST

ନୂଆଦିଲ୍ଲୀ: ଋଣ କିସ୍ତି ସ୍ଥଗିତ ଅବଧିର ସୁଧ ଛାଡକୁ ନେଇ ସୁପ୍ରିମକୋର୍ଟରେ ଶୁକ୍ରବାର ଶୁଣାଣି ହୋଇଥିଲା ।

ଶୁଣାଣି କରି ସୁପ୍ରିମକୋର୍ଟ ରିଜର୍ଭ ବ୍ୟାଙ୍କ ଓ ଅର୍ଥମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି କି, 3 ଦିନ ଭିତରେ ବୈଠକ କରି ଏନେଇ ନିର୍ଣ୍ଣୟ ନିଆଯାଉ । କଣ ନିର୍ଯ୍ୟାସ ଆସିବ ସେ ସମ୍ଭନ୍ଧରେ 3 ଦିନ ଭିତରେ ଜବାବ ରଖିବାକୁ ହେବ । ଏନେଇ ଆଗାମୀ ଶୁଣାଣି ଜୁନ 17ରେ ହେବ ।

ସୁପ୍ରିମକୋର୍ଟଙ୍କ କହିବା ଅନୁଯାୟୀ ଇଏମଆଇ ପାଇଁ ସୁଧ ଛାଡ ନ କରାଯାଉ, ହେଲେ ସୁଧ ଉପରେ ମଧ୍ୟ ସୁଧ ନେବା ଗ୍ରହଣୀୟ ହେବ ନାହିଁ ।

ଏଣୁ ଏଥିପାଇଁ କଣ ସମାଧାନ ହେବ ସେ ନେଇ ଚେଷ୍ଟା ଚାଲିଛି ବୋଲି ସୁପ୍ରମକୋର୍ଟ ଜଣାଇଛନ୍ତି । ସର୍ବୋଚ୍ଚ କୋର୍ଟ ପ୍ରଶ୍ନ କରିଛନ୍ତି କି, ଆମର ଚିନ୍ତା ଏହା କି ଯେଉଁ ସୁଧ ଛାଡ କରାଯାଇଛି । ତାକୁ ଆଗକୁ ଋଣ ସହ ଯୋଡି ଗ୍ରାହକଙ୍କ ଠାରୁ ନିଆଯିବ କି, ଆଉ ସେହି ସୁଧ ଉପରେ ମଧ୍ୟ ସୁଧ ଆଦାୟ କରାଯିବ କି ?

ପ୍ରକାଶ ଯେ, କୋରୋନା ମହାମାରୀ ମଧ୍ୟରେ ଋଣଗ୍ରହୀତାଙ୍କୁ ରିଲିଫ ଦେବା ପାଇଁ ଆରବିଆଇ 6 ମାସର ଇଏମଆଇ ସ୍ଥଗିତ କରିଛନ୍ତି । ଯାହାକି ଅଗଷ୍ଟ 31ରେ ଶେଷ ହେବ । ଏହା ପରେ ପୁଣି ଗ୍ରାହକ ଋଣ ପରିଶୋଧ କରିବେ । ତେବେ ପରେ ଇଏମଆଇ ପରିଶୋଧ ସମୟରେ ଏହି 6 ମାସର ସୁଧ ଛାଡ ନେଇ ତେଜିଛି ବିବାଦ । ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ।

ଜୁନ 4ରେ ଏହି ମାମଲାରେ ଦେଶର ସର୍ବୋଚ୍ଚ ବ୍ୟାଙ୍କ ସର୍ବୋଚ୍ଚ କୋର୍ଟରେ ନିଜର ପକ୍ଷ ରଖି କହିଥିଲେ କି ଯଦି ସୁଧ ଛାଡ ହୁଏ ତେବେ ବ୍ୟାଙ୍କିଙ୍ଗ ଶିଳ୍ପ ଉପରେ ବଡ ଧରଣର ପ୍ରଭାବ ପଡିବ । ବ୍ୟାଙ୍କକୁ 2 ଲକ୍ଷ କୋଟି କ୍ଷତି ସହିବାକୁ ହେବ । ଏଥିସହ ଜମାକାରୀଙ୍କ ସ୍ବାର୍ଥ ମଧ୍ୟ ହାନି ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.