ETV Bharat / business

ଟାଟା ସନ୍ସରେ ମିସ୍ତ୍ରୀଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ନା

author img

By

Published : Jan 10, 2020, 1:11 PM IST

ସାଇରସ ମିସ୍ତ୍ରୀଙ୍କୁ ଝଟକା । ଟାଟା ସନ୍ସରେ ପୁନଃନିଯୁକ୍ତି ନେଇ ଏନସିଏଲଟି ଦେଇଥିବା ଆଦେଶ ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ ।

sc stays nclat order reinstating cyrus mistry as executive chairman of tata sons
ଟାଟା ସନ୍ସରେ ମିସ୍ତ୍ରୀଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ: ଟାଟା ସନ୍ସରେ ପୁନଃନିଯୁକ୍ତ ହେବେନି ସାଇରସ ମିସ୍ତ୍ରୀ । ଶୁକ୍ରବାର ସୁପ୍ରିମକୋର୍ଟ ଏନେଇ ନିଷ୍ପତ୍ତି ନେଇ ଜାତୀୟ କମ୍ପାନୀ ଆଇନ ଆପିଲେଟ ଟ୍ରିବ୍ୟୁନାଲ(ଏନସିଏଲଟି) ଦେଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି ।

ସୁପ୍ରିମକୋର୍ଟଙ୍କ କହିବା ଅନୁଯାୟୀ ମିସ୍ତ୍ରୀଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ନିଯୁକ୍ତି ପାଇଁ ଏନସିଏଲଟି ଯେଉଁ ଆଦେଶ ଦେଇଥିଲା ସେଥିରେ ତ୍ରୁଟି ରହିଛି ।

ପ୍ରକାଶ ଯେ, 3 ବର୍ଷ ତଳୁ ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ମିସ୍ତ୍ରୀଙ୍କୁ ହଟାଯାଇଥିଲା। ଏନେଇ ଗତ ଡିସେମ୍ବର 18 ତାରିଖରେ ଏନସିଏଲଟି ନିଜ ଶୁଣାଣୀରେ କହିଥିଲେ ଯେ, ଟାଟା ସନ୍ସରୁ ସାଇରସ ମିସ୍ତ୍ରୀଙ୍କୁ ବହିସ୍କାର କରି ରତନ ଟାଟା ସଂଖ୍ୟାଲଘୁ ଅଂଶୀଦାରଙ୍କୁ ଅବମାନନା କରିଛନ୍ତି। ଏହା ଏକ ପକ୍ଷପାତପୂର୍ଣ୍ଣ ନିଷ୍ପତ୍ତି। ଏଣୁ ମିସ୍ତ୍ରୀଙ୍କୁ ପୁଣି ଥରେ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବା ଦରକାର।

ଏପେଟ ରତନ ଟାଟା ଏନସିଏଲଟିର ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ । ମିସ୍ତ୍ରୀ ଟାଟା ସନ୍ସର ଅଧ୍ୟକ୍ଷ ପଦକୁ ନେଇ ପ୍ରଚଳିତ ସବୁ ପ୍ରଚାର ମିଥ୍ୟା ବୋଲି ଟାଟା ଜଣାଇଥିଲେ । ସବୁ ଦୃଷ୍ଟିକୁ ବିଚାର କରି ସୁପ୍ରିମକୋର୍ଟ ଏନସିଏଲଟି ଆଦେଶ ଉପରେ ରୋକ ଲଗାଇ ଟାଟା ସନ୍ସରେ ମିସ୍ତ୍ରୀଙ୍କ ପୁନଃ ନିଯୁକ୍ତିକୁ ରେଡ ସିଗନାଲ ଦେଖାଇଛନ୍ତି ।

Intro:Body:

vcv

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.