ETV Bharat / business

ଋଣ କିସ୍ତି ସ୍ଥଗିତ ସମୟରେ ସୁଧ ଛାଡ ମାମଲା, ଅର୍ଥମନ୍ତ୍ରଣାଳୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ - Covid-19 global pandemic

କୋରୋନା ଭାଇରସ ମହାମାରୀ ସମୟରେ ଋଣ କିସ୍ତି ସ୍ଥଗିତ ସମୟରେ ସୁଧ ଛାଡ ଯାଚିକା ନେଇ ଗୁରୁବାର ଶୁଣାଣୀ କରି ସୁପ୍ରିମକୋର୍ଟ ଅର୍ଥ ମନ୍ତ୍ରଣାଳୟର ଜବାବ ମାଗିଛନ୍ତି । ଅଧିକ ପଢନ୍ତୁ..

SC asks Finance Ministry
ଋଣ କିସ୍ତି ସ୍ଥଗିତ ସମୟରେ ସୁଧ ଛାଡ ମାମଲା
author img

By

Published : Jun 4, 2020, 9:17 PM IST

ନୂଆଦିଲ୍ଲୀ: ଗୁରୁବାର ଋଣ ସ୍ଥଗିତ ସମୟ ମଧ୍ୟରେ ସୁଧ ଛାଡ ଯାଚିକାର ଶୁଣାଣି କରି ସୁପ୍ରିମକୋର୍ଟ ଅର୍ଥମନ୍ତ୍ରଣାଳୟକୁ ଜବାବ ଦେବାକୁ କହିଛନ୍ତି । ଏନେଇ ଆସନ୍ତା ଶୁଣାଣି ଜୁନ 12 ତାରିଖରେ ହେବ ।

ପୂର୍ବରୁ ହିଁ ସୁପ୍ରିମକୋର୍ଟରେ ଦାଖଲ ଆଫିଡେଭିଟରେ ରିଜର୍ଭ ବ୍ୟାଙ୍କ କହିଛି ଯେ, କୋରୋନା ଭାଇରସ ସଙ୍କଟକୁ ଯୋଗୁଁ ଋଣ କିସ୍ତି ପରିଶୋଧରେ ଆଶ୍ବସ୍ତି ଦେବାକୁ ଚେଷ୍ଟା କରାଯାଉଛି । ହେଲେ ଜବରଦସ୍ତି ସୁଧ ଛାଡ କରିବା ଠିକ ନିର୍ଣ୍ଣୟ ନୁହେଁ । ଏହା ଦ୍ବାରା ବ୍ୟାଙ୍କଙ୍କୁ ପ୍ରବଳ କ୍ଷତି ସହିବାକୁ ପଡିବ । ଫଳରେ ସମଗ୍ର ଆର୍ଥିକ ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟି ହେବ । ଏଥିସହ ଜମାକର୍ତ୍ତା ମଧ୍ୟ ପ୍ରଭାବିତ ହେବେ ।

ଏନେଇ କୋର୍ଟ କହିଛନ୍ତି , ଏହି ମାମାଲାରେ ତାଙ୍କ ବିଚାର ପାଇଁ ଦୁଇଟି ଦିଗ ଅଛି । ପ୍ରଥମ ହେଉଛି ଋଣ ସ୍ଥଗିତ ଅବଧି ମଧ୍ୟରେ ସୁଧ ଆଦାୟ ନ କରିବା ଓ ଅନ୍ୟଟି ହେଉଛି ସୁଧ ଉପରେ କୌଣସି ସୁଧ ନ ନେବା ।

ଏ ନେଇ କେନ୍ଦ୍ର ପକ୍ଷରୁ ସଲିସିଟର ଜେନରାଲ ତୁଷାର ମେହେତା କହିଛନ୍ତି ଯେ, ସେ ଏ ସମ୍ବନ୍ଧରେ ଅର୍ଥମନ୍ତ୍ରାଣଳୟର ଜବାବ ଦାଖଲ କରିବେ । ଏଥିପାଇଁ ତାଙ୍କୁ ସମୟ ଦରକାର। ଏ ନେଇ ଆଗାମୀ ଶୁଣାଣି 12 ଜୁନରେ ହେବ ।

ଋଣ ସ୍ଥଗିତ ମଧ୍ୟରେ ଋଣ ଛାଡ ନେଇ ଆଗ୍ରାର ଗଜେନ୍ଦ୍ର ଶର୍ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

କୋରୋନା ଭାଇରସ ଲକଡାଉନ ମଧ୍ୟରେ ଆର୍ଥିକ ଗତିବିଧି ବନ୍ଦ ରହିବା ଯୋଗୁଁ ଆରବିଆଇ 3 ମାସ ପର୍ଯ୍ୟନ୍ତ ଋଣ କିସ୍ତି ଉପରେ ରୋକ ଲଗାଇଥିଲା । ପରେ ଲକଡାଉନ ଅବଧି ବଢିବା ସହ ପୁଣି ଋଣ ସ୍ଥଗିତ ଅବଧିକୁ ମଧ୍ୟ 3 ମାସ ବଢାଇ ଅଗଷ୍ଟ 31 ଯାଏଁ କରିବାକୁ ଆରବିଆଇ ଘୋଷଣା କରିଛି । ଅର୍ଥାତ 6 ମାସ ପର୍ଯ୍ୟନ୍ତ ଋଣ କିସ୍ତି ପରିଶୋଧ ନେଇ ଗ୍ରାହକଙ୍କ ଉପରେ ବ୍ୟାଙ୍କ କୌଣସି ପ୍ରକାର ଚାପ ପକାଇପାରିବ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.