ETV Bharat / business

‘ଲକଡାଉନରେ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା ଲାଗୁ ପାଇଁ ବିଚାର ହେଉ’

ବର୍ତ୍ତମାନ ସମୟରେ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଆବଶ୍ୟକତା ଅଧିକ ରହିଥିବାକୁ ଏହାକୁ ଲାଗୁ ପାଇଁ ବ୍ୟବହାରିକ ଭାବେ ବିଚାର ଓ ସ୍ଥିତିକୁ ଧ୍ୟାନରେ ରଖି ନିର୍ଣ୍ଣୟ ନେବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ।

SC asks Centre to consider adopting 'one nation, one ration card' scheme during lockdown
‘ଲକଡାଉନରେ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା ଲାଗୁ ପାଇଁ ବିଚାର ହେଉ’
author img

By

Published : Apr 28, 2020, 8:42 PM IST

ନୂଆଦିଲ୍ଲୀ: ଲକଡାଉନ ସମୟରେ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’ ବ୍ୟବସ୍ଥା ଆପଣାଇବା ପାଇଁ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। ଏହା ଦ୍ବାରା ଘରକୁ ପଳାୟନ କରୁଥିବା ପ୍ରବାସୀ ଓ ଆର୍ଥିକ ରୂପରେ ଦୂର୍ବଳ ଶ୍ରେଣୀଙ୍କୁ କମ ଦାମରେ ଖାଦ୍ୟପଦାର୍ଥ ପାଇପାରେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମତ ରଖିଛନ୍ତି ।

ତେବେ କେନ୍ଦ୍ର ସରକାରଙ୍କ ଏହି ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’ଯୋଜନା ଜୁନରେ ଆରମ୍ଭ ହେବାକୁ ଯାଉଛି । ଜଷ୍ଟିସ ଏନ ଭି ରମଣ, ଜଷ୍ଟିସ ସଞ୍ଜୟ କିଶନ କୌଲ ଓ ଜଷ୍ଟିସ ବି ଆର ଗାଭାଇ ଙ୍କ ମିଳିତ ଖଣ୍ଡପୀଠ ପାରିତ କରିଥିବା ନିଜ ଆଦେଶରେ କହିଛନ୍ତି ଯେ, ‘‘ ବର୍ତ୍ତମାନ ସମୟରେ ଏହାର ଆବଶ୍ୟକତା ଅଧିକ ରହିଥିବାକୁ ଏହାକୁ ଲାଗୁ ପାଇଁ ବ୍ୟବହାରିକ ଭାବେ ବିଚାର ଓ ସ୍ଥିତିକୁ ଧ୍ୟାନରେ ରଖି ନିର୍ଣ୍ଣୟ ନେବାକୁ ଆମେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛୁ ।’’

ଏହି ଏକକ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହେଲେ ହିତାଧିକାରୀ ଦେଶର ଯେକୌଣସି ସ୍ଥାନରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସାମଗ୍ରୀ ନେଇପାରିବେ । ଏଥିସହ ନକଲି ରାସନ କାର୍ଡ ବ୍ୟବହାରରେ ମଧ୍ୟ ତାଲା ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.