ETV Bharat / business

ବିଜୟ ମାଲ୍ୟା ଫାଇଲରୁ ଡକ୍ୟୁମେଣ୍ଟ ଗାଏବ, 20ରେ ଆସନ୍ତା ଶୁଣାଣି

author img

By

Published : Aug 6, 2020, 4:38 PM IST

ସୁପ୍ରିମକୋର୍ଟରେ ବିଜୟ ମାଲ୍ୟା ମାମଲା ସହ ଜଡିତ ଏକ ଡକ୍ୟୁମେଣ୍ଟ ଶୀର୍ଷ ଗାଏବ ହୋଇଯାଇଛି। ଏଥିପାଇଁ ମାୱ୍ୟଙ୍କ ପର୍ନବିଚାର ଆବେଦନର ଆଗାମୀ ଶୁଣାଣୀକୁ ଅଗଷ୍ଟ 20ରେ ହେବ । ଅଧିକ ପଢନ୍ତୁ..

ବିଜୟ ମାଲ୍ୟା ଫାଇଲରୁ ଡକ୍ୟୁମେଣ୍ଟ ଗାଏବ, 20 ରେ ଆସନ୍ତା ଶୁଣାଣୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପୁର୍ନବିଚାର ଯାଚିକା ଶୁଣାଣୀ ଅଗଷ୍ଟ 20 ଯାଏଁ ସ୍ଥଗିତ କରାଯାଇଛି । ମାଲ୍ୟା ମାମଲା ସହ ଜଡିତ ଏକ ଡକ୍ୟୁମେଣ୍ଟ ଗାଏବ ହୋଇଯାଇଥିବାରୁ ଜଷ୍ଟିସ ୟୁୟୁ ଲଲିତ ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଶୁଣାଣିକୁ ଘୁଞ୍ଚାଇଛନ୍ତି ।

2017 ଜୁଲାଇ 14 ନିଷ୍ପତ୍ତି ବିରୋଧରେ ମାଲ୍ୟା ଦ୍ବାରା ରୁଜୁ ପୁର୍ନବିଚାର ଯାଚିକାର ଶୁଣାଣି ହେଉଥିଲା । ଯେଉଁଥିରେ ବାରମ୍ବାର ନିର୍ଦ୍ଦେଶ ପରେ ବି ବ୍ୟାଙ୍କକୁ 9,000 କୋଟି ଟଙ୍କା ପୈଠ କରିନଥିବା ନେଇ ମାଲ୍ୟାଙ୍କୁ ଅବମାନନା ଦୋଷୀ ସାବ୍ୟସ୍ତ କରାଯାଇଥିଲା । କାରଣ ମାଲ୍ୟା ସୁପ୍ରିମକୋର୍ଟ ଆଦେଶ ବିରୋଧରେ ଯାଇ ନିଜ ସମ୍ପତ୍ତି ପରିବାର ନାଁକୁ ଟ୍ରାନ୍ସଫର କରିଥିଲେ ।

ତେବେ ଖଣ୍ଡପୀଠ ଏହି ବିରୋଧ ଆବେଦନର ଜବାବ ସନ୍ଧାନରେ ଥିଲେ , ହେଲେ ଜଣାପଡିଛି କି ଏହି ମାମଲାର କାଗଜପତ୍ର ଗାଏବ ରହିଛି । ଏଣୁ ମାମଲାରେ ସାମିଲ ପକ୍ଷ ନୂଆ କପି ଫାଇଲ୍ କରିବାକୁ ଅଧିକ ସମୟ ମାଗିଛନ୍ତି ।

ଗତ ଜୁନ 19 ରେ, ସୁପ୍ରିମକୋର୍ଟ ଗତ 3 ବର୍ଷ ମଧ୍ୟରେ ତାଲିକାଭୁକ୍ତ ବ୍ୟାଙ୍କଗୁଡିକୁ 9,000 କୋଟି ଟଙ୍କା କୋଟି ଟଙ୍କା ବକେୟା ନ ଦେବା ମାମଲାରେ , 2017 ମେ ମାସରେ ଦଣ୍ଡ ବିରୋଧରେ ମାଲୱ୍ୟା ଅପିଲ ବିଷୟରେ ନିଜ ରେଜିଷ୍ଟ୍ରି ଠାରୁ ସ୍ପଷ୍ଟୀକରଣ ମାଗିଥିଲେ ।

ମାଲ୍ୟା ନିଜ ପିଲାଙ୍କୁ 4 କୋଟି ଡଲାର ଟ୍ରାନ୍ସଫର କରିଥିଲେ । ଏହା କୋର୍ଟର ଅବମାନନା ଦର୍ଶାଇ ମେ 2017 ରେ ସର୍ବୋଚ୍ଚ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଏହି ଦଣ୍ଡବିଧାନ ପାଇଁ ଜୁଲାଇ 10 ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.