ETV Bharat / business

1200 କୋଟି ଆଦାୟ ପାଇଁ ଅନୀଲଙ୍କୁ NCLTକୁ ଟାଣିଲା ଏସବିଆଇ

author img

By

Published : Jun 13, 2020, 5:33 PM IST

ଭାରତୀୟ ଷ୍ଟେଟ ବ୍ୟାଙ୍କ 1200 କୋଟି ଟଙ୍କାରୁ ଊର୍ଦ୍ଧ୍ବ ବକେୟା ଆଦାୟ ପାଇଁ ଅନୀଲ ଅମ୍ବାନୀଙ୍କ ବିରୋଧରେ ନ୍ୟାସନାଲ୍ କମ୍ପାନୀ ଲ' ଅପିଲିଏଟ୍ ଟ୍ରିବ୍ୟୁନାଲ୍ (ଏନସିଏଲଏଟି) ରେ ଆବେଦନ କରିଛି । ଅଧିକ ପଢନ୍ତୁ..

SBI takes Anil Ambani to NCLT to recover Rs 1200 crore
1200 କୋଟି ଟଙ୍କା ଆଦାୟ ପାଇଁ ଅନୀଲଙ୍କୁ NCLTକୁ ଟାଣିଲା ଏସବିଆଇ

ନୂଆଦିଲ୍ଲୀ: ଋଣ ଭାରରେ ବୁଡିରହିଥିବା ଅନୀଲ ଅମ୍ବାନୀଙ୍କୁ ଲାଗିଛି ଶକ୍ତ ଧକ୍କା । ଏବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତାଙ୍କ ଠାରୁ 1200 କୋଟି ଟଙ୍କାରୁ ଊର୍ଦ୍ଧ୍ବ ବକେୟା ଆଦାୟ ପାଇଁ ନ୍ୟାସନାଲ୍ କମ୍ପାନୀ ଲ' ଅପିଲିଏଟ୍ ଟ୍ରିବ୍ୟୁନାଲ୍ (ଏନସିଏଲଏଟି) ରେ ଆବେଦନ କରିଛି ।

ଏହି ଆବେଦନରେ କୁହାଯାଇଛି କି, ରିଲାଏନ୍ସ କମ୍ୟୁନିକେଶନ ଓ ରିଲାଏନ୍ସ ଇନଫ୍ରାଟେଲକୁ ଦିଆଯାଇଥିବା ଋଣ ପାଇଁ ଅନୀଲ ଅମ୍ବାନୀ ବ୍ୟକ୍ତିଗତ ଗ୍ୟାରେଣ୍ଟି ରହିଥିଲେ । ବିଏସଭି ପ୍ରକାଶ କୁମାରଙ୍କ ନେତୃତ୍ୱରେ ଟ୍ରିବ୍ୟୁନାଲ ଗୁରୁବାର ଏହି ଆବେଦନର ଶୁଣାଣୀ କରି ଅମ୍ବାନୀଙ୍କୁ ଜବାବ ଦେବାକୁ ଏକ ସପ୍ତାହ ସମୟ ଦେଇଛନ୍ତି ।

ଅନିଲ ଅମ୍ବାନୀଙ୍କ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ, ଏହି ମାମଲା ରିଲାଏନ୍ସ କମ୍ୟୁନିକେସନ୍ (ଆରକମ) ଏବଂ ରିଲାଏନ୍ସ ଇନଫ୍ରାଟେଲ (RITL) ଦ୍ୱାରା ନିଆଯାଇଥିବା କର୍ପୋରେଟ ଋଣ ସମ୍ବନ୍ଧୀୟ ଅଟେ ଏବଂ ଏହା ଅମ୍ବାନୀଙ୍କ ବ୍ୟକ୍ତିଗତ ଋଣ ନୁହେଁ।

ବିବୃତ୍ତିରେ କୁହାଯାଇଛି ଯେ ଆରକମ ଏବଂ RITLର ସମାଧାନ ଯୋଜନାଗୁଡିକୁ 2020 ମାର୍ଚ୍ଚ ରେ ସେମାନଙ୍କ ଋଣଦାତାମାନେ 100 ପ୍ରତିଶତ ମଞ୍ଜୁରୀ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.