ETV Bharat / business

ଏସବିଆଇ ଗ୍ରାହକଙ୍କୁ ଆଶ୍ବସ୍ତି, ଏଣିକି ‘ଜିରୋ ବାଲାନ୍ସ’ ସୁବିଧା - ଏସବିଆଇ ଗ୍ରାହକ

ଏସବିଆଇର ସାଢେ 44 କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଖୁସିଖବର । ଦୂର ହେଲା ସର୍ବନିମ୍ନ ଆକାଉଣ୍ଟ ବାଲାନ୍ସ ଟେନସନ । ଏଣିକି ଆପଣଙ୍କ ଆକାଉଣ୍ଟରେ କେତେ ଟଙ୍କା ଜମା କରିବେ ସେ ନେଇ ନାହିଁ ବ୍ୟାଙ୍କର କଟକଣା ।

SBI removes minimum balance requirement
ଏସବିଆଇ ଗ୍ରାହକଙ୍କୁ ଆଶ୍ବସ୍ତି, ଏଣିକି ‘ଜିରୋ ବାଲାନ୍ସ’ ସୁବିଧା
author img

By

Published : Mar 11, 2020, 7:41 PM IST

ନୂଆଦିଲ୍ଲୀ: ଆପଣ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକ କି ? ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର । ଏଣିକି ‘ଜିରୋ ବାଲାନ୍ସ’ ସହ ଆପଣଙ୍କ ଆକାଉଣ୍ଟ ରହିବ ସୁରକ୍ଷିତ । ଏଥିସହ ସମସ୍ତ ସଞ୍ଚୟ ଖାତା ଉପରେ ସୁଧ ଦର ସମାନ ରୂପେ ବାର୍ଷିକ 3 ପ୍ରତିଶତ ହୋଇଛି ।

ସର୍ବନିମ୍ନ ଜମା ରାଶି ନିୟମକୁ ହଟାଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଅର୍ଥାତ ଏଣିକି ଆକାଉଣ୍ଟରେ କୌଣସି ନିର୍ଦ୍ଧାରିତ ରାଶି ଜମା ନେଇ ଆପଣ ବାଧ୍ୟ ନୁହଁନ୍ତି । ବୁଧବାର ଏ ନେଇ ଘୋଷଣା କରି ଏସବିଆଇ 44.51 କୋଟି ସଞ୍ଚୟ ଖାତାଧାରୀଙ୍କୁ ଆଶ୍ବସ୍ତ କରିଛି ।

ଦେଶରେ ଆର୍ଥିକ ଯୋଗାଦାନକୁ ବୃଦ୍ଧି କରିବା ପାଇଁ ‘ଜିରୋ ବାଲାନ୍ସ’କୁ ଏସବିଆଇ ପ୍ରୋତ୍ସାହନ ଦେଇଛି । ଫଳରେ ହାରାହାରୀ ମାସିକ ନ୍ୟୁନତମ ରାଶି (ଏଏମବି) ରଖିବା କ୍ଷେତ୍ରରେ ଆପଣ ସମ୍ପୁର୍ଣ୍ଣ ମୁକ୍ତ ।

ବର୍ତ୍ତମାନ ମେଟ୍ରୋ ସହରଗୁଡ଼ିକରେ ସଞ୍ଚୟ ଖାତାଧାରୀଙ୍କୁ ହାରାହାରି ମାସିକ ସର୍ବନିମ୍ନ ରାଶି ଭାବରେ 3000 ଟଙ୍କା, ସହରାଞ୍ଚଳରେ 2,000 ଏବଂ ଗ୍ରାମାଞ୍ଚଳରେ 1000 ଟଙ୍କା ରଖିବାକୁ ପଡୁଥିଲା ।

ଆଉ ହାରାହାରି ମାସିକ ସର୍ବନିମ୍ନ ରାଶିକୁ ଜମା ନ ରଖିବା କ୍ଷେତ୍ରରେ, ଆକାଉଣ୍ଟଧାରୀଙ୍କୁ 5ରୁ 15 ଟଙ୍କା ଜୋରିମାନା ଏବଂ ଟିକସ ଦେବାକୁ ପଡୁଛି |

ହେଲେ ଏବେ ଏଏମବି ସମାପ୍ତ ହେବା ଦ୍ବାରା ବ୍ୟାଙ୍କ ଏସବୁ ଖାତାଧାରୀଙ୍କୁ ଜିରୋ ବାଲାନ୍ସ ସୁବିଧା ପ୍ରଦାନ କରିବ । ଏହା ବ୍ୟତିତ ବ୍ୟାଙ୍କ ତ୍ରୈୟମାସିକ ଆଧାରରେ ଏସଏମଏସ ସେବା ପାଇଁ ଆଦାୟ ହେଉଥିବା ଶୁଳ୍କକୁ ମଧ୍ୟ ଛାଡ କରିଛି । ‘‘ ବ୍ୟାଙ୍କର ଏହି ନିଷ୍ପତ୍ତି ଅଧିକ ଲୋକଙ୍କ ମୁହଁରେ ହସ ଫୁଟେଇବ ବୋଲି ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.