ETV Bharat / business

SBIର ଅନଲାଇନ୍ ବ୍ୟାଙ୍କିଂ ସେବା ଠପ୍ - SBI online banking not working

ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଅନଲାଇନ୍ ବ୍ୟାଙ୍କିଂ ସେବା ଠପ୍ । ହଠାତ୍ କାମ କରୁନି ଏସବିଆଇ ଅନଲାଇନ୍ ସେବା । ଏନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଏସବିଆଇ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଠପ୍
ଏସବିଆଇ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଠପ୍
author img

By

Published : Jun 15, 2020, 9:57 AM IST

ନୂଆଦିଲ୍ଲୀ: ଏସବିଆଇ ର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଠପ୍ । ହଠାତ୍ କାମ କରୁନି ଭାରତୀୟ ଷ୍ଟେଟ ବ୍ୟାଙ୍କର ଅନଲାଇନ ସେବା । ଏନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗ୍ରାହକମାନେ ଅନଲାଇନ୍ ଟ୍ରାଞ୍ଜାକ୍ସାନ କରିବା ବେଳେ ଅସୁବିଧାରେ ପଡ଼ିଥିଲେ । ଏହାପରେ ଏସବିଆଇକୁ ଟୁଇଟ୍ କରି ଗ୍ରାହକମାନେ ନିଜ ନିଜର ଅସୁବିଧା କଥା କହିବା ସହ ଅଭିଯୋଗ ମଧ୍ୟ କରିଥିଲେ । ଏନେଇ ଏସବିଆଇ ଟ୍ବିଟ ଜବାବ ମଧ୍ୟ ଦେଇଛି ।

ଏସବିଆଇ ଟ୍ବିଟ କରି କହିଛି, ‘ଖୁବଶୀଘ୍ର ଏସବିଆଇ ର ଅନଲାଇନ ସେବା ଠିକ୍ ହେବ ।’ ସୂଚନା ଥାଉକି ଜୁନ୍ 13ରୁ ଏସବିଆଇ ଅନଲାଇନ୍ ସେବା ଠପ୍ ହୋଇପଡ଼ିଥିଲା । ଏହାପରେ ଲୋକେ ବହୁ ଅସୁବିଧାରେ ପଡ଼ିଥିଲେ । ଖାଲି ଏସବିଆଇର ଅନଲାଇନ୍ ଆପ୍ସ ନୁହେଁ, ପେଟିମ୍, ଫୋନ୍ ପେ, ୟୁପିଆଇ, ୟୋନା ଏସବିଆଇ ଆପରେ ମଧ୍ୟ ଟ୍ରାଞ୍ଜାକ୍ସାନ ହେଉନଥିବା ଜଣାପଡ଼ିଥିଲା ।

ତେବେ ଏନେଇ ଏସବିଆଇ କହିଛି ଯେ ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଯାଇଛି । ୟୋନୋ ଆପ୍ସ ସେବା ଏବେ ବି ଡାଉନ୍ ରହିଛି । ଖୁବଶୀଘ୍ର ଠିକ୍ ହେବ ବୋଲି ଟୁଇଟ୍ ମାଧ୍ୟମରେ ଏସବିଆଇ ସୂଚନା ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.