ETV Bharat / business

ଏନସିଏଲଟିରେ ଜେଟ, ମଙ୍ଗ ଧରିବାକୁ ମିଳିଲେନି ମାଲିକ

ବୁଡିଗଲା ଜେଟ ଏୟାରୱେଜ ପୁନରୁଦ୍ଧାର ଯୋଜନା । କମ୍ପାନୀ ଅଣ୍ଟା ସଳଖିବାକୁ ମିଳୁନାହାନ୍ତି ନିବେଶକ । ଶେଷରେ ମାମଲାକୁ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ(ଏନସିଏଲଟି)କୁ ନେବାକୁ ନିଷ୍ପତ୍ତି ନେଇଛି ଏସବିଆଇ ।

ପ୍ରତିକାତ୍ମକ ଫଟୋ
author img

By

Published : Jun 18, 2019, 8:18 AM IST

Updated : Jun 18, 2019, 8:30 AM IST

ନୂଆଦିଲ୍ଲୀ: ଆଉ ଅଣ୍ଟା ସଳଖି ପାରିବନି ଦେଶର ସର୍ବପୁରାତନ ଏୟାରଲାଇନ୍ସ ଜେଟ ଏୟାର ୱେଜ । ବହୁ ପ୍ରଚେଷ୍ଟା ପରେ ମଧ୍ୟ ସୁଧୁରୁପାରିଲାନି ସ୍ଥିତି । ଘୋର ଅର୍ଥ ସଙ୍କଟ ଦେଇ ଗତି କରୁଥିବାରୁ ଏଥିରେ ଟଙ୍କା ଲଗାଇବାକୁ ନିବେଶକ ବି ନାରାଜ । ଶେଷରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ପୁନରୁଦ୍ଧାର କରି ନପାରି ମାମଲାକୁ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ(ଏନସିଏଲଟି)କୁ ନେବାକୁ ନିଷ୍ପତ୍ତି ନେଇଛି । ଇନସଲଭୋନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ(ଆଇବିସି) ଅଧିନରେ ଏହି ମାମଲାର ସମାଧାନ କରାଯିବ ।

ଋଣ ଭାରରରେ ବୁଡି ରହିଛି ଜେଟ । ଏପରିକି ବିମାନ ଉଡାଇବାକୁ ତେଲ କିଣିବାକୁ ମଧ୍ୟ ସାମର୍ଥ୍ୟ ନଥିବାରୁ କମ୍ପାନୀରେ ତାଲା ଝୁଲୁଛି । ତେବେ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଥିବା ଏହି କମ୍ପାନୀର ମଙ୍ଗ ଧରିବାକୁ ମଧ୍ୟ ଏଯାଏ କେହି ଆଗେଇ ଆସିନାହାନ୍ତି । ବିଡ ନେଇ ଗୋଟିଏ ବି ପ୍ରସ୍ତାବ ମିଳିନାହିଁ । ଆଉ ଯେଉଁ ଗୋଟିଏ ଆସିଛି ସେଥିରେ ସର୍ତର ଲମ୍ବା ଲାଇନ ଜଡିତ ରହିଛି ।

ଋଣଦାତା ଅନ୍ୟ କୌଣସି ସଫଳତା ନ ପାଇ ଆଇବିସି ଜରିଆରେ ମାମଲାର ସମାଧାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ କିନ୍ତୁ ଏନସିଏଲଟି ବାହାରେ ରହି ମାମଲାର ରଫାଦଫା କରିବାକୁ ଋଣଦାତା ଚେଷ୍ଟା କରିଥିଲେ । କିନ୍ତୁ ଏବେ ଏହା ସେମାନଙ୍କ ସପକ୍ଷରେ ଅସମ୍ଭବ ହୋଇପଡିଛି ।

ପ୍ରକାଶ ଥାଉ ଯେ, ଏପ୍ରିଲ 17ରେ ଜେଟ ଅସ୍ଥାୟୀ ଭାବେ ବନ୍ଦ ହୋଇପଡିଥିଲା । ପାଖାପାଖି 8 ହଜାର 500 କୋଟି ଟଙ୍କାର ଋଣ ବୋଝରେ ଦବିଯାଇଛି କମ୍ପାନୀ । ଏଥିଲାଗ କେହି ମଧ୍ୟ ଏହାର ମାଲିକାନା ପାଇଁ ପ୍ରସ୍ତୁତ ହେଉନାହାନ୍ତି । ଆଉ ହିନ୍ଦୁଜା ଭଳି ଯେଉଁ ସବୁ କମ୍ପାନୀ ଇଚ୍ଛୁକ ଥିଲେ ସେମାନେ ବି ଏବେ ଏଥି ପ୍ରତି ମୁହଁ ଫେରାଇଦେଲେଣି ।

 ରଜ ପରେ ଯେ କୌଣସି ଦିନ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିବ। ଆସନ୍ତା 17 କିମ୍ବା 18 ତାରିଖରେ ବାହାରିବାର ସମ୍ବବନା ରହିଛି। ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।ସଚିବାଳୟରେ ନିଜ ଅଫିସ ଦାୟୀତ୍ୱ ନେବା ପରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ପ୍ରତିକ୍ରିୟା।ପୂଜା ପାଠ କରି ସଚିବାଳୟରେ କାର୍ଯ୍ୟ ଆରମ୍ଭ କଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାସ ।
Last Updated : Jun 18, 2019, 8:30 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.