ETV Bharat / business

SBIର ହୋଲି ଭେଟି, ଶସ୍ତା ହେଲା ଲୋନ

author img

By

Published : Mar 11, 2020, 2:45 PM IST

ଗ୍ରାହକଙ୍କୁ ଏସବିଆଇର ଉପହାର । ଋଣ ଉପରୁ କମିଲା ସୁଧ ହାର । 7.45 ପ୍ରତିଶତ ଏମସିଏଲଆର । ନୂତନ ଦର । ନୂତନ ଦର ମାର୍ଚ୍ଚ 10ରୁ ଲାଗୁ । ଅଧିକ ଖବର ପଢନ୍ତୁ...

SBI cuts MCLR by up to 15 bps across tenors
ଏସବିଆଇର ହୋଲି ଭେଟି, ଶସ୍ତା ହେଲା ଲୋନ

ମୁମ୍ବାଇ: ଦେଶର ବୃହତ୍ତ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର । ଲଗାତାର 10ମ ଥର ପାଇଁ କମିଲା ସୁଧ ହାର । ବୁଧବାର ଏସବିଆଇ ମାର୍ଜିନାଲ କାଷ୍ଟ ଅଫ ଲେଣ୍ଡିଂ ରେଟ (ଏମସିଏଲଆର)କୁ 0.15 ପ୍ରତିଶତ ହ୍ରାସ କରିଛି । ଫଳରେ ଏମସିଏଲଆର ଏବେ 7.45 ପ୍ରତିଶତରେ ପହଞ୍ଚିଛି । ମାର୍ଚ୍ଚ 10ରୁ ଏହି ନୂତନ ଦର ଲାଗୁ ହେବ ।

ଏକ ବର୍ଷ ପାଇଁ ବ୍ୟାଙ୍କ MCLR କୁ 0.10 ପ୍ରତିଶତ ହ୍ରାସ କରିଛି । ଯାହା 7.85 ପ୍ରତିଶତରୁ 7.75 ପ୍ରତିଶତକୁ ଖସି ଆସିଛି । ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ଲଗାତାର ଦଶମ ଥର ପାଇଁ ବ୍ୟାଙ୍କ MCLR କାଟ କରିଛି । ଗୋଟିଏ ଦିନ ଏବଂ ଏକ ମାସ ପାଇଁ MCLR 0.15 ପ୍ରତିଶତ ହ୍ରାସ କରାଯାଇଛି । ଫଳରେ 7.45 ପ୍ରତିଶତରେ ପହଞ୍ଚିଛି ।

ସେହିପରି ତିନିମାସ ଅବଧି ଲାଗି MCLR କୁ 7.65 ରୁ 7.50 ପ୍ରତିଶତକୁ ହ୍ରାସ କରାଯାଇଛି | ଏହିପରି ଦୁଇ ଏବଂ ତିନି ବର୍ଷର MCLR ଯଥାକ୍ରମେ 0.10 ପ୍ରତିଶତ ହ୍ରାସ ହୋଇ 7.95 ପ୍ରତିଶତ ଏବଂ 8.05 ପ୍ରତିଶତ ହୋଇଛି ।

ଏହା ପୂର୍ବରୁ ଅର୍ଥାତ ସୋମବାର ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଏହାର MCLR ରେ 0.10 ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି ।

(PTI Report)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.