ETV Bharat / business

SBI ଗ୍ରାହକ ଆଲର୍ଟ ! 10 ଦିନ ଭିତରେ କରନ୍ତୁ ଏହି କାମ, ନଚେତ...

author img

By

Published : Jun 19, 2021, 6:31 PM IST

ଏସବିଆଇ ଓ ଏଚଡିଏଫସି ଗ୍ରାହକ ତୁରନ୍ତ କରୁନ୍ତୁ ଏହି କାମ । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ନିୟମ ମାନିବେ ନାହିଁ ତେବେ, ବନ୍ଦ ହେବ ବ୍ୟାଙ୍କ ସେବା ସହ ସମସ୍ତ ସୁବିଧା ସୁଯୋଗ । ହାତରେ ଅଛି ମାତ୍ର 10 ଦିନ ....

SBI ଗ୍ରାହକ ଆଲର୍ଟ !  10 ଦିନ  ଭିତରେ କରନ୍ତୁ ଏହି କାମ, ନଚେତ...
SBI ଗ୍ରାହକ ଆଲର୍ଟ ! 10 ଦିନ ଭିତରେ କରନ୍ତୁ ଏହି କାମ, ନଚେତ...

ନୂଆଦିଲ୍ଲୀ: ଯଦି ଆପଣ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକ ତେବେ ଆପଣଙ୍କ ପାଇଁ ରହିଛି ବହୁତ ଜରୁରୀ ଖବର । ଆସନ୍ତା 10 ଦିନ ଭିତରେ ଯଦି ଏହି କାମ ନ କରୁଛନ୍ତି ତେବେ ଆପଣଙ୍କ ବ୍ୟାଙ୍କ ସେବା ହେବ ବନ୍ଦ । ଏ ନେଇ ଦେଶର ସର୍ବବୃହତ୍ତ ବ୍ୟାଙ୍କ ଏସବିଆଇ ଏହାର 44 କୋଟି ଗ୍ରାହକଙ୍କୁ କରିଛି ଆଲର୍ଟ ।

ବ୍ୟାଙ୍କ ଚେତାବନୀ ଦେଇଛି କି, ଜୁନ 30 ପୂର୍ବରୁ ଗ୍ରାହକ ନିଜ ପାନ ଓ ଆଧାର ଲିଙ୍କ କରି ଦିଅନ୍ତୁ । ନଚେତ ଟ୍ରାଞ୍ଜକ୍ସନ ହେବ ବାଧାପ୍ରାପ୍ତ । ଫଳରେ ଗ୍ରାହକଙ୍କ କରେଣ୍ଟ ଆକାଉଣ୍ଟ ଉପରେ ଅଧିକ ପ୍ରଭାବ ପଡିବ ।

ଏସବିଆଇ ଟ୍ବିଟ କରି ଗ୍ରାହକଙ୍କୁ ସୂଚନା ଦେଇଛି କି , ଆଧାର ଓ ପାନକୁ ଲିଙ୍କ କରିବା ବାଧ୍ୟତାମୂଳକ । ଯଦି ପାନ ଓ ଆଧାର ଲିଙ୍କ କରାଯାଇନାହିଁ , ତେବେ ପାନ ଇନଆକ୍ଟିଭ ( କାମ କରିବ ନାହିଁ ) ହୋଇଯିବ । ଏଥିସହ ଗ୍ରାହକଙ୍କ ଟ୍ରାଞ୍ଜକ୍ସନରେ ମଧ୍ୟ ସମସ୍ୟା ଉପୁଜିବ ।

ପାନକୁ ଆଧାର ସହ ଲିଙ୍କ କରିବାର ଶେଷ ତାରିଖ ଜୁନ 30 ରହିଛି । ଏସବିଆଇ ଟ୍ବିଟ କରି ସୂଚନା ଦେଇଛି କି ଆଧାର ଓ ପାନକୁ ସଂଯୋଗ କରିବା ବାଧ୍ୟତାମୂଳକ । ଯଦି ପାନ ଓ ଆଧାର ନିର୍ଦ୍ଧାରିତ ସମୟ, ଜୁନ 30 ମଧ୍ୟରେ ସଂଯୋଗ ନ ହେବ ତେବେ ପୁଣି ପାନ ଇନଆକ୍ଟିଭ ହୋଇଯିବ । ଆଉ ଗ୍ରାହକଙ୍କୁ ଟ୍ରାଞ୍ଜାକ୍ସନରେ ସମସ୍ୟା ହେବ । ଟଙ୍କା ଉଠାଣରେ ବାଧା ଉପୁଜିବ । ଏଥିସହ କୌଣସି ସରକାରୀ ଯୋଜନାର ଲାଭ ମିଳିବ ନାହିଁ । ଏପରିକି କୌଣସି ସବସିଡି ମଧ୍ୟ ମିଳିବ ନାହିଁ ।

ଏହା ବାଦ , ପାନ କାର୍ଡକୁ ଆଧାର ସହ ଲିଙ୍କ କରିନଥିଲେ ଧାରା -234H ଅଧିନରେ ଆପଣଙ୍କ ଉପରେ ସର୍ବାଧିକ 1000 ଟଙ୍କା ଜୋରିମାନା ଲଗାଯିବ ।

ସେପଟେ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଅପିଲ କରିଛି କି , ସେମାନେ ଘରେ ବସି KYC ପ୍ରକ୍ରିୟାକୁ ପୂରଣ କରିପାରିବେ । ଏସବିଆଇ କହିଛି କି ଗ୍ରାହକଙ୍କୁ କେୱାଇସି ଅପଡେଟ କରିବା ପାଇଁ ଶାଖା ଯିବା ଆବଶ୍ୟକ ନାହିଁ । KYC ଅପଡେଟସନ ପାଇଁ ଜରୁରୀ ଡକ୍ୟୁମେଣ୍ଟକୁ ଡାକ କିମ୍ବା ମେଲ ମାଧ୍ୟମରେ ପଠାଇବା ଅନୁରୋଧକୁ ସ୍ବୀକାର ପାଇଁ ପରାମର୍ଶ ଜାରି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.