ନୂଆଦିଲ୍ଲୀ: ଗତ ସପ୍ତାହର ନିରାଶଜନକ ମାହୋଲ ପରେ ବି ସୁଧୁରିନି ବଜାର ସ୍ଥିତି । ସୋମବାର କାରବାରର କେଇ ସମୟ ପରେ ସେନସେକ୍ସ 310ରୁ ଊର୍ଦ୍ଧ୍ବ ପଏଣ୍ଟ ଖସିଛି । ଦୁର୍ବଳ ଘରୋଇ ଓ ବୈଷୟିକ ସଙ୍କେତ ମଧ୍ୟ ବିଦେଶୀ ନିବେଶକ ହ୍ରାସ ପାଇଥିବା ଯୋଗୁଁ ଏପରି ମାନ୍ଦାବସ୍ଥା ଦେଖାଦେଇଛି ।
ଶୁକ୍ରବାର 12ଟା ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 311.53 ପଏଣ୍ଟ କମି 38,025.48 ହୋଇଥିଲାବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 81.35 ପଏଣ୍ଟ ଖସି 11,336.60ରେ କାରବାର କରୁଛି ।
କାରବାର ଆରମ୍ଭରେ ଏଚଡିଏଫସି ବ୍ୟାଙ୍କର ସେୟାର ସର୍ବାଧିକ 3 ପ୍ରତିଶତ ହ୍ରାସ ପାଇଛି । ଏନପିଏ(ଅନାଦେୟ ଋଣ) ଭାର ବଢିଥିବାରୁ ବ୍ୟାଙ୍କ ସେୟାର ଏତେ ମାତ୍ରାରେ ହ୍ରାସ ପାଇଥିବା ଜଣାପଡିଛି ।
ଶୁକ୍ରବାର ସେନସେକ୍ସ 560 ପଏଣ୍ଟ ଖସିଥିବାବେଳେ ନିଫ୍ଟି 177.65 ପଏଣ୍ଟ ହ୍ରାସ ପାଇ ବନ୍ଦ ହୋଇଥିଲା ।