ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ 2019-20ରେ 2,000 ଟଙ୍କାର ନୂଆ ନୋଟ ମୁଦ୍ରଣ କରିନାହିଁ। ଏହି ଅବଧିରେ, 2,000 ନୋଟ ପ୍ରସାର ହ୍ରାସ ପାଇଛି । 2019-20ର ବାର୍ଷିକ ରିପୋର୍ଟରେ ଆରବିଆଇ ଏ ନେଇ ସୂଚନା ଦେଇଛି ।
ରିପୋର୍ଟ ଅନୁଯାୟୀ, 2018 ମାର୍ଚ୍ଚ ଶେଷ ସୁଦ୍ଧା 2,000 ଟଙ୍କିଆ ନୋଟ ସଂଖ୍ୟା 33,632 ଲକ୍ଷ ଥିଲା, ଯାହା 2019 ମାର୍ଚ୍ଚ ଶେଷ ସୁଦ୍ଧା 32,910 ଲକ୍ଷକୁ ଖସି ଆସିଥିଲା। ଆଉ 2020 ମାର୍ଚ୍ଚ ଶେଷ ସୁଦ୍ଧା 2,000 ନୋଟ ସଂଖ୍ୟା ଆହୁରି ହ୍ରାସ ପାଇଁ 27,398 ଲକ୍ଷରେ ପହଞ୍ଚିଛି ।
ପ୍ରଚଳନରେ ମୋଟ ମୁଦ୍ରାରେ 2,000 ଟଙ୍କିଆ ନୋଟର ଭାଗ 2020 ମାର୍ଚ୍ଚ ଶେଷ ସୁଦ୍ଧା ହ୍ରାସ ହୋଇ 2.4 ପ୍ରତିଶତ ରହିଛି । ଏହା 2019 ମାର୍ଚ୍ଚ ଶେଷ ସୁଦ୍ଧା 3 ପ୍ରତିଶତ ଓ 2018 ଶେଷ ସୁଦ୍ଧା 3.3 ପ୍ରତିଶତ ଥିଲା । ହିସାବ ଦୃଷ୍ଟିରୁ 2,000 ନୋଟର ଭାଗ ମଧ୍ୟ ହ୍ରାସ ପାଇଛି ।
ତଥ୍ୟ ଅନୁଯାୟୀ, 2020 ମାର୍ଚ୍ଚ ସୁଦ୍ଧା ମୋଟ ମୁଦ୍ରା ମୂଲ୍ୟରେ 2,000 ନୋଟର ଅଂଶ 22.6 ପ୍ରତିଶତକୁ ଖସି ଆସିଛି। 2019 ମାର୍ଚ୍ଚ ଶେଷ ସୁଦ୍ଧା ଏହା 31.2 ପ୍ରତିଶତ ଏବଂ 2018 ମାର୍ଚ୍ଚ ଶେଷ ସୁଦ୍ଧା 37.3 ପ୍ରତିଶତ ଥିଲା।
2018 ରୁ 3 ବର୍ଷ ମଧ୍ୟରେ 500 ଓ 200 ଟଙ୍କିଆ ନୋଟ ପ୍ରସାରରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି । ଉଭୟ ମୂଲ୍ୟ ଏବଂ ପରିମାଣ ଅନୁଯାୟୀ 500 ଏବଂ 200 ଟଙ୍କିଆ ନୋଟ ପ୍ରଚାର ପ୍ରସାର ବୃଦ୍ଧି ପାଇଛି । ରିପୋର୍ଟରେ କୁହାଯାଇଛି ଯେ 2019-20ରେ 2,000 ନୋଟ ଛାପିବା ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ ।
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନୋଟ ପ୍ରିଣ୍ଟିଂ ଲି (BRBNMPL) ଏବଂ ସିକ୍ୟୁରିଟି ପ୍ରିଣ୍ଟିଂ ଏବଂ ମିଣ୍ଟିଙ୍ଗ କର୍ପୋରେସନ ଅଫ୍ ଇଣ୍ଡିଆ ଲି (SPMCIL)ରୁ 2,000 ନୋଟର କୌଣସି ନୂତନ ଯୋଗାଣ ହୋଇନାହିଁ । 2019-20ରେ ବ୍ୟାଙ୍କ ନୋଟ ପାଇଁ ଅର୍ଡର 1 ବର୍ଷ ପୂର୍ବ ବର୍ଷ ତୁଳନାରେ 13.1 ପ୍ରତିଶତ କମ ଥିଲା ।