ନୂଆଦିଲ୍ଲୀ: ରୋଜ ଭ୍ୟାଲି ଟିଚ୍ଫଣ୍ଡ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)3 କମ୍ପାନୀର 70 କୋଟିର ସମ୍ପତ୍ତି ଜବତ କରିଛି । ଏଥିରୁ ଗୋଟିଏ ଅଭିନେତା ଶାହାରୁଖ ଖାନଙ୍କ ଦ୍ବାରା ପ୍ରବର୍ତ୍ତିତ (ପ୍ରମୋଟ ହେଉଥିବା) ଆଇପିଏଲ କ୍ରିକେଟ ଟିମ ସହ ଜଡିତ କମ୍ପାନୀ ମଧ୍ୟ ସାମିଲ ରହିଛି । ସୋମବାର ଏନେଇ ଇଡି ଜଣାଇ ଦେଇଛି ।
ଇଡି ତା’ର ବୟାନରେ କହିଛି ଯେ, ରୋଜ ଭ୍ୟାଲି ସଂସ୍ଥାରୁ ଟଙ୍କା ନେଇଥିବା ବିଭିନ୍ନ ୟୁନିଟ ଓ ବ୍ୟକ୍ତିଙ୍କ 70.11 କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ପିଏମଏଲଏ ଅଧିନରେ ଅସ୍ଥାୟୀ ଭାବେ ଜବତ କରାଯାଇଛି । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା କୋଲକାତା ଓ ଭୁବନେଶ୍ବର କୋର୍ଟରେ ବହୁ ଅଭିଯୋଗ ପତ୍ର ରୁଜୁ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ