ETV Bharat / business

ଟ୍ରମ୍ପଙ୍କ ନାଲି ଅଖି ପରେ ବଢୁଛି ତେଲ ତାତି, 73 ପାର କଲାଣି ପେଟ୍ରୋଲ

author img

By

Published : Apr 26, 2019, 1:52 PM IST

Updated : Apr 26, 2019, 4:42 PM IST

ଭାରତ ପ୍ରତି ଟ୍ରମ୍ପଙ୍କ ଗରମ ଆଭିମୁଖ୍ୟ ପରେ ବଢୁଛି ତେଲ ତାତି । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା 75 ଡଲାର ଛୁଇଁଲାଣି । ସେହିପରି ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର 73 ଟଙ୍କା ପାର କରିଥିବା ବେଳେ ଡିଜେଲ 66ଟଙ୍କା 28 ପଇସା ରହିଛି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଗରମ ଆଭିମୁଖ୍ୟ ପରେ ବଢୁଛି ତେଲ ତାତି । ଇରାନରୁ ତେଲ କିଣାକୁ ନେଇ ଆମେରିକାର କଟକଣା ପରେ ସର୍ବୋଚ୍ଚ ସ୍ତରରେ ଅଶୋଧିତ ତୈଳ । ବ୍ରେଡ କ୍ରୁଡ ଦର ବ୍ୟାରେଲ ପିଛା 75 ଡଲାର ଛୁଇଁଲାଣି । ଯାହାକି ଚଳିତ ବର୍ଷରେ ସବୁଠୁ ଅଧିକ । ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର 73 ଟଙ୍କା ପାର କରିଥିବା ବେଳେ ଡିଜେଲ 66ଟଙ୍କା 28 ପଇସା ରହିଛି । ଏହା ପ୍ରଭାବରେ ଦରଦାମ୍‌ ଓ ଟଙ୍କାର ବିନିମୟ ମୁଲ୍ୟ ଉପରେ ନକରାତ୍ମକ ଭାବେ ପଡିବ ।

ତେବେ ବର୍ତ୍ତମାନ ନିର୍ବାଚନ ଋତୁ ଶେଷ ହେଲା ପରେ ତେଲ ଦର ଆକାଶଛୁଆଁ ହେବ। ନିକଟ ଭବିଷ୍ୟତରେ ପେଟ୍ରୋଲ ଲିଟର ପିଛା 75 ଟଙ୍କା ହେବା ନେଇ ଅନୁମାନ କରାଯାଉଛି । ଆମେରିକା ଭାରତ ସମେତ 8ଟି ରାଷ୍ଟ୍ରକୁ ଇରାନରୁ ତେଲ କିଣିବାକୁ ମନା କରିଛି । ଏହି କଟକଣା ଆସନ୍ତା ମେ 2 ଠାରୁ ଲାଗୁ ହୋଇଯିବ । ତେବେ ଯଦି ଓ ଭାରତ ସରକାର ଏହାର ବିକଳ୍ପ ଖୋଜି ଅନ୍ୟ ତୈଳ ଉତ୍ପାଦନକାରୀ ରାଷ୍ଟ୍ରରୁ ତେଲ ଆଣିବାକୁ ଯୋଜନା କରୁଛନ୍ତି । ହେଲେ ଯେଉଁ ପରିମାଣରେ ଇରାନ ତେଲ ଆମଦାନୀ ବେଳେ ଭାରତକୁ ଯେଉଁସବ ରିହାତି ଓ ସୁବିଧା ମଧ୍ୟ ଦେଉଥିଲା ଓ ଅଭାବ ପୂରଣ କରୁଥିଲା ତାହା ଏବେ କଷ୍ଟକର ।

ଏଣିକି ଏବେ ମେ ପରେ ଗାଡିରେ ତେଲ ଭରିବାକୁ ଅଧିକ ଗଣିବାକୁ ପ୍ରସ୍ତୁତ ରହିବାକୁ ହେବ । ଟ୍ରମ୍ପଙ୍କ ପ୍ରତିବନ୍ଧକ ପରେ ଅଧିକ ଭାରତ ଓ ଚୀନ ପ୍ରଭାବିତ ହେଉଛନ୍ତି । ଭାରତ ତାର ବ୍ୟବହାରର ପ୍ରାୟ 10 ପ୍ରତିଶତ ତୈଲ ଇରାନରୁ ଆମଦାନୀ କରିଥାଏ । ଏବେ ଟ୍ରମ୍ପଙ୍କ ଧମକ ପରେ ଚିତ୍ର କିଛି ଅଲଗା ହୋଇଯାଇଛି । ଦିନକୁ ଦିନ ଏବେ ତେଲ ଦର ବଢିବାରେ ଲାଗିଛି । ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ଦର 73.02 ଟଙ୍କା ରହିଥିବା ବେଳେ ଡିଜେଲ 66ଟଙ୍କା 28 ପଇସା ରହିଛି ।

Intro:Body:

blank

Conclusion:
Last Updated : Apr 26, 2019, 4:42 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.