ETV Bharat / business

14 ରାଜ୍ୟକୁ 6,195 କୋଟି ଟଙ୍କାର ରାଜସ୍ବ ନିଅଣ୍ଟ ଅନୁଦାନ ଜାରି

ଚଳିତ ଆର୍ଥିକ ବର୍ଷରେ ରାଜ୍ୟକୁ ମୋଟ 68,145.91 କୋଟି ଟଙ୍କା ରାଜସ୍ବ ନିଅଣ୍ଟ ଜାରି ହୋଇଛି । ଅର୍ଥମନ୍ତ୍ରାଳୟର ବ୍ୟୟ ବିଭାଗ ଏହି ଟଙ୍କା ଜାରି କରିଛି । ଅଧିକ ପଢନ୍ତୁ..

author img

By

Published : Feb 6, 2021, 3:55 PM IST

14 ରାଜ୍ୟ 6,195 କୋଟି ଟଙ୍କାର ରାଜସ୍ବ ନିଅଣ୍ଟ ଅନୁଦାନ ଜାରି

ନୂଆଦିଲ୍ଲୀ: ମାସିକ କର ଅନ୍ତରଣ ପରେ ରାଜସ୍ବ ଘାଟା (PDRD) ଅନୁଦାନ ବାବଦରେ 14ଟି ରାଜ୍ୟ 6,195.08 କୋଟି ଟଙ୍କା ପାଇଛି । ଅର୍ଥମନ୍ତ୍ରଣାଳୟର ବ୍ୟୟ ବିଭାଗ ଏହି ଟଙ୍କା ଜାରି କରିଛି । ତେବେ ଏଥରକୁ ମିଶାଇ ରାଜ୍ୟଗୁଡିକୁ ଜାରି ପିଡିଆରଡି ଅନୁଦାନର ଏହ1 11ତମ କିସ୍ତି ।

ଏବେ ସୁଦ୍ଧା ଚଳିତ ଆର୍ଥିକ ବର୍ଷରେ ବ୍ୟତିକ୍ରମ ପରେ ରାଜସ୍ୱ ନିଅଣ୍ଟ ଅନୁଦାନ ଭାବରେ ଯୋଗ୍ୟ ରାଜ୍ୟମାନଙ୍କୁ 68,145.91 କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ମାସରେ ଜାରି ଅନୁଦାନ ଏବଂ 2020-21ରେ ରାଜ୍ୟକୁ ଜାରି ବ୍ୟତିକ୍ରମ ପରେ ରାଜସ୍ୱ ନିଅଣ୍ଟ ଅନୁଦାନ ଆକାରରେ ମୋଟ ପାଣ୍ଠିର ବିବରଣୀ ସଂଲଗ୍ନ କରାଯାଇଛି ।

ରାଜ୍ୟକୁ ବ୍ୟତିକ୍ରମ ପରେ ରାଜସ୍ବ ନିଅଣ୍ଟ ଅନୁଦାନ ସମ୍ବିଧାନର ଅନୁଚ୍ଛେଦ 275 ଅନ୍ତର୍ଗତ ଉପଲବ୍ଧ କରାଯାଇଥାଏ । ପଞ୍ଚଦଶ ଅର୍ଥ ଆୟୋଗର ସୁପାରିଶ କ୍ରମରେ ବ୍ୟତିକ୍ରମ ପରର ପାର୍ଥକ୍ୟର ଭରଣ ପାଇଁ ରାଜ୍ୟର ରାଜସ୍ବ ଖାତାରେ ଅନୁଦାନ ଜାରି କରାଯାଇଥାଏ । ଆୟୋଗ 14 ରାଜ୍ୟକୁ ପିଡିଆରଡି ଅନୁଦାନ ଦେବା ପାଇଁ ସୁପାରିସ କରିଛି ।

ଆୟୋଗ ଦ୍ବାରା ଆର୍ଥିକ ବର୍ଷ 2020-21 ପାଇଁ ବ୍ୟତିକ୍ରମର ଆକଳନ ପରେ ରାଜ୍ୟର ରାଜସ୍ବ ଓ ବ୍ୟୟ ପାର୍ଥକ୍ୟ ଆଧାରରେ ଏହି ଅନୁଦାନକୁ ହାସଲ କରିବା ପାଇଁ ରାଜ୍ୟର ଯୋଗ୍ୟତା ଓ ଅନୁଦାନ ମାତ୍ରା ଉପରେ ନିଷ୍ପତ୍ତି କରାଯାଇଥାଏ । ପଞ୍ଚଦଶ ଅର୍ଥ ଆୟୋଗ ଆର୍ଥିକ ବର୍ଷ 2020-21ରେ 14 ରାଜ୍ୟକୁ ମୋଟ 74,341 କୋଟି ଟଙ୍କାର ବ୍ୟତିକ୍ରମ ପରେ ରାଜସ୍ବ ନିଅଣ୍ଟ ଅନୁଦାନର ସୁପାରିସ କରିଛି । ଏଥିମଧ୍ୟରୁ ଏବେ ସୁଦ୍ଧା 68,145.91 କୋଟି ଟଙ୍କା (91.66%)ର ଧନରାଶି ଜାରି କରାଯାଇସାରିଛି ।

ପଞ୍ଚଦଶ ଅର୍ଥ ଆୟୋଗର ସୁପାରିସ ପରେ ଆନ୍ଧ୍ର ପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, କେରଳ, ମଣିପୁର, ମେଘାଳୟ , ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକ୍କିମ, ତାମିଲନାଡୁ, ତ୍ରିପୁରା, ଉତ୍ତରାଖଣ୍ଡ, ପଶ୍ଚିମ ବଙ୍ଗକୁ ରାଜସ୍ବ ନିଅଣ୍ଟ ଅନୁଦାନ ପ୍ରଦାନ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.