ETV Bharat / business

କୃଷି ଓ ଗ୍ରାମୀଣ ଶ୍ରମିକଙ୍କ ପାଇଁ କମିଲା ଖୁଚୁରା ମୁଦ୍ରାସ୍ଫୀତି - ସିପିଆଇ- RL

ଏପ୍ରିଲରେ କୃଷି ଶ୍ରମିକ ଓ ଗ୍ରାମୀଣ ଶ୍ରମିକଙ୍କ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ସାମାନ୍ୟ ହ୍ରାସ ହୋଇ କ୍ରମଶଃ 2.66 ଓ 2.94 ପ୍ରତିଶତ ରହିଛି । ଅଧିକ ପଢନ୍ତୁ..

କୃଷି ଓ ଗ୍ରାମୀଣ ଶ୍ରମିକଙ୍କ ପାଇଁ କମିଲା ଖୁଚୁରା ମୁଦ୍ରାସ୍ପୀତି

author img

By

Published : May 20, 2021, 10:10 PM IST

ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀ ଶସ୍ତା ହେବା ଯୋଗୁଁ ହ୍ରାସ ହୋଇଛି ଏପ୍ରିଲରେ କୃଷି ଓ ଗ୍ରାମୀଣ ଶ୍ରମିକଙ୍କ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାର । ଏପ୍ରିଲରେ କୃଷି ଶ୍ରମିକ ଓ ଗ୍ରାମୀଣ ଶ୍ରମିକଙ୍କ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ସାମାନ୍ୟ ହୋଇ କ୍ରମଶଃ 2.66 ଓ 2.94 ପ୍ରତିଶତ ରହିଛି ।

ଶ୍ରମ ମନ୍ତ୍ରାଳୟ ଦ୍ବାରା ଜାରି ବିବୃତ୍ତି ମୁତାବକ, ‘‘ସିପିଆଇ-AL (ଉପଭୋକ୍ତା ମୂଲ୍ୟ ସୂଚକାଙ୍କ-କୃଷି ଶ୍ରମିକ) ଓ ସିପିଆଇ- RL (ଉପଭୋକ୍ତା ମୂଲ୍ୟ ସୂଚକାଙ୍କ- ଗ୍ରାମୀଣ ଶ୍ରମିକ) ଉପରେ ଆଧାରିତ ମୁଦ୍ରାସ୍ପୀତି ହ୍ରାସ 2021 ଏପ୍ରିଲ ମାସରେ 2.66 ଓ 2.94 ପ୍ରତିଶତରେ ପହଞ୍ଚିଛି । ଯାହାକି ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ହାର ଯଥାକ୍ରମେ 2.78 ପ୍ରତିଶତ ଓ 2.96 ପ୍ରତିଶତ ଥିଲା ।

ଖାଦ୍ୟ ମୁଦ୍ରାସ୍ଫୀତି ଆଧାରିତ ସିପିଆଇ-AL ଓ ସିପିଆଇ- RL ଏପ୍ରିଲରେ କ୍ରମଶଃ 1.24% ଓ 1.54% ରହିଛି । ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ଏହି ସୂଚକାଙ୍କରେ ଗୋଟିଏ ରାଜ୍ୟ ତୁଳନାରେ ଅନ୍ୟ ରାଜ୍ୟରେ ଭିନ୍ନ ହୋଇପାରେ । କୃଷି ଶ୍ରମିକଙ୍କ କ୍ଷେତ୍ରରେ ଏହି ସୂଚକାଙ୍କ 16ଟି ରାଜ୍ୟରେ 1ରୁ ନେଇ 17 ପଏଣ୍ଟକୁ ବୃଦ୍ଧି ପାଇଥିବାବେଳେ 4ଟି ରାଜ୍ୟରେ ଏହା ଏକରୁ 4 ପଏଣ୍ଟ ହ୍ରାସ ପାଇଛି । ତାମିଲନାଡୁ 1,249 ପଏଣ୍ଟରେ ସର୍ବୋଚ୍ଚରେ ରହିଥିବା ବେଳେ ହିମାଚଳ ପ୍ରଦେଶ 813 ପଏଣ୍ଟ ସହ ସବୁଠୁ ତଳେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.