ନୂଆଦିଲ୍ଲୀ: ଜାନୁଆରୀରେ କୃଷି ଶ୍ରମିକ ଓ ଗ୍ରାମୀଣ ଶ୍ରମିକଙ୍କ ପାଇଁ ଖୁଚୁରା ମୁଦ୍ରାସ୍ପୀତି ହ୍ରାସ ହୋଇ କ୍ରମଶଃ 2.17 ଓ 3.25 ପ୍ରତିଶତ ରହିଛି । କିଛି ଖାଦ୍ୟ ପଦାର୍ଥ ଦାମ ହ୍ରାସ ହେଉଛି ଏହାର ମୁଖ୍ୟ କାରଣ । 2020 ଡିସେମ୍ବରରେ ମହଙ୍ଗା ହାର କ୍ରମଶଃ 2.35 ଓ 3.34 ପ୍ରତିଶତ ଥିଲା ।
ଶ୍ରମ ମନ୍ତ୍ରାଳୟ ଦ୍ବାରା ଜାରି ବିବୃତ୍ତି ମୁତାବକ, ‘‘ସିପିଆଇ-AL (ଉପଭୋକ୍ତା ମୂଲ୍ୟ ସୂଚକାଙ୍କ-କୃଷି ଶ୍ରମିକ) ଓ ସିଆଇ- RL (ଉପଭୋକ୍ତା ମୂଲ୍ୟ ସୂଚକାଙ୍କ- ଗ୍ରାମୀଣ ଶ୍ରମିକ) ଉପରେ ଆଧାରିତ ମୁଦ୍ରାସ୍ପୀତି ହ୍ରାସ 2021 ଜାନୁଆରୀରେ 2.17 ଓ 2.35 ପ୍ରତିଶତରେ ପହଞ୍ଚିଛି । ଏହା ପୂର୍ବରୁ ଅର୍ଥାତ 2020 ଡିସେମ୍ବରରେ ଏହି ହାର 3.25 ପ୍ରତିଶତ ଓ 3.34 ପ୍ରତିଶତ ଥିଲା ।
ସିପିଆଇ-AL ଓ ସିପିଆଇ-ଆରଏଲର ଖାଦ୍ୟ ସୂଚକାଙ୍କ ଉପରେ ଆଧାରିତ ମୁଦ୍ରାସ୍ପୀତି 2021 ଜାନୁଆରୀରେ କ୍ରମଶଃ 1.02 ପ୍ରତିଶତ ଓ 1.22 ପ୍ରତିଶତ ରହିଛି ।
2021 ଜାନୁଆରୀରେ ଜାତୀୟ ସ୍ତରୀୟ CPI-AL ଏବଂ CPI-RL ଯଥାକ୍ରମେ 9 ପଏଣ୍ଟ ଏବଂ 8ପଏଣ୍ଟ ହ୍ରାସ କରି 1,038 ଏବଂ 1,045 ପଏଣ୍ଟରେ ପହଞ୍ଚିଛି ।
ଶ୍ରମ ମନ୍ତ୍ରଣାଳୟ ଅଧୀନରେ ଥିବା ଶ୍ରମ ବ୍ୟୁରୋ ପ୍ରତି ମାସରେ CPI-AL ଏବଂ CPI-RL ର ଆକଳନ ପ୍ରକାଶ କରିଥାଏ । ଏହି ପରିସଂଖ୍ୟାନ ଆଧାରରେ ସର୍ବନିମ୍ନ ମଜୁରୀ, MGNREGA ମଜୁରୀ, ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ମଧ୍ୟାହ୍ନ ଭୋଜନ ଯୋଜନାର ଖର୍ଚ୍ଚ ସ୍ଥିର ହୋଇଥାଏ ।