ETV Bharat / business

ସ୍ବିସ ବ୍ୟାଙ୍କରେ ଭାରତୀୟଙ୍କ ଜମା କମିଛି ନା ବଢିଛି ? ଜାଣନ୍ତୁ black money ପଛର ସତ ... - ସ୍ବିଜ ବ୍ୟାଙ୍କରେ କଳାଧନ

ସ୍ବିସ ବ୍ୟାଙ୍କରେ ଭାରତୀୟଙ୍କ ଜମା ନେଇ ମିଡିଆ ରିପୋର୍ଟକୁ ଖଣ୍ଡନ କରିଛି ଅର୍ଥମନ୍ତ୍ରାଳୟ । ମନ୍ତ୍ରାଳୟ ଅନୁସାରେ ସ୍ବିସ ବ୍ୟାଙ୍କରେ କମିଛି ଭାରତୀୟଙ୍କ ଜମା କଳାଧନ । ଅଧିକ ପଢନ୍ତୁ..

ସ୍ବିସ ବ୍ୟାଙ୍କରେ କଳାଧନ ଜମାର ପଛର ସତ କଣ  ?
ସ୍ବିସ ବ୍ୟାଙ୍କରେ କଳାଧନ ଜମାର ପଛର ସତ କଣ ?
author img

By

Published : Jun 19, 2021, 5:32 PM IST

Updated : Jun 19, 2021, 5:41 PM IST

ନୂଆଦିଲ୍ଲୀ: ସ୍ବିଜରଲ୍ୟାଣ୍ଡ ବ୍ୟାଙ୍କରେ ଭାରତୀୟ ଗ୍ରାହକଙ୍କ ଜମା ରାଶି ପରିମାଣ କମୁଛି । 2019 ମସିହାରୁ ଏହି ହାରରେ ହ୍ରାସ ଦେଖାଦେଇଛି । ଏ ନେଇ ଜୋର ଦେଇ କହିଛି ଅର୍ଥମନ୍ତ୍ରାଳୟ । ସ୍ବିସ ଅଧିକାରୀଙ୍କ ଠାରୁ ଏ ସମ୍ବନ୍ଧରେ ତଥ୍ୟ ମାଗାଯାଇଥିବା ନେଇ କହିଛି ମନ୍ତ୍ରାଳୟ ।

ସ୍ବିସ ବ୍ୟାଙ୍କରେ କଳାଧନ ଜମାର ପଛର ସତ କଣ  ?
ସ୍ବିସ ବ୍ୟାଙ୍କରେ କଳାଧନ ଜମାର ପଛର ସତ କଣ ?

ସ୍ବିସ ବ୍ୟାଙ୍କରେ 2020 ରେ ବ୍ୟକ୍ତି ଓ ସଂସ୍ଥା ଦ୍ବାରା ଜମା କରାଯାଇଥିବା ଟଙ୍କାରେ ପରିବର୍ତ୍ତନର ସମ୍ଭାବିତ କାରଣ କଣ ରହିଛି ସେ ନେଇ ବି ମନ୍ତ୍ରାଳୟ ତଥ୍ୟ ମାଗିଛି । ଶନିବାର ବିବୃତ୍ତି ଜାରି କରି ଅର୍ଥମନ୍ତ୍ରାଳୟ କହିଛି କି , ଭାରତୀଙ୍କ ଜମା ଏବେ ସ୍ବିସ ବ୍ୟାଙ୍କ ଆକାଉଣ୍ଟରେ ଅଧା ହୋଇଯାଇଛି । ତେବେ ମନ୍ତ୍ରାଳୟ ଏସମ୍ବନ୍ଧରେ କୌଣସି ସଂଖ୍ୟା ପ୍ରକାଶ କରିନାହିଁ ।

ସ୍ବିସ ବ୍ୟାଙ୍କରେ କଳାଧନ ଜମାର ପଛର ସତ କଣ  ?
ସ୍ବିସ ବ୍ୟାଙ୍କରେ କଳାଧନ ଜମାର ପଛର ସତ କଣ ?

ସ୍ବିଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ତଥ୍ୟକୁ ଦର୍ଶାଇ ନ୍ୟୁଜ ଏଜେନ୍ସି ପିଟିଆଇ ଜୁନ 17 ରେ କହିଛି କି, ଭାରତୀୟ ଲୋକ ଏବଂ କମ୍ପାନୀଙ୍କ ସ୍ବିସ ବ୍ୟାଙ୍କରେ ଜମା ଧନ 2020 ରେ 13 ବର୍ଷର ସର୍ବୋଚ୍ଚ ସ୍ତର 2.55 ଅରବ ସ୍ବିଜ ଫ୍ରେଙ୍କ ବା 20,700 କୋଟି ଟଙ୍କାରେ ପହଞ୍ଚିଛି । ଏଥିରେ ଭାରତ ସ୍ଥିତ ଶାଖା ଓ ଅନ୍ୟ ଆର୍ଥିକ ସଂସ୍ଥାନ ଜରିଆରେ ଜମା ଧନ ମଧ୍ୟ ସାମିଲ ରହିଛି ।

ଖବର ଅନୁସାରେ ସିକ୍ୟୁରିଟିଜ ଓ ଏଭଳି ଅନ୍ୟ ମାଧ୍ୟମ ଜରିଆରେ ସ୍ବିଜ ବ୍ୟାଙ୍କରେ ଭାରତୀୟଙ୍କ ଜମାରେ ବୃଦ୍ଧି ହୋଇଛି । ତେବେ ଏଥିମଧ୍ୟରେ ଗ୍ରାହକ ଓ ଜମାରେ କୌଣସି ହ୍ରାସ ଦେଖାଦେଇଛି ।

ତେବେ ସ୍ବିସ ବ୍ୟାଙ୍କରେ ଜମା ରାଶି ତଥ୍ୟରେ କଳାଧନର କୌଣସି ସଙ୍କେତ ମିଳିନଥିବା ଅର୍ଥ ମନ୍ତ୍ରାଳୟ କହିଛି । ଏହା ବ୍ୟତିତ ତଥ୍ୟରେ ଭାରତୀୟ , ଏନଆରଆଇ ବା ଅନ୍ୟ ଦ୍ବାରା ତୃତୀୟ ଦେଶର ସଂସ୍ଥା ଭାବେ ଜମା ଧନ ବି ସାମିଲ ରହିନାହିଁ । ବାସ୍ତବରେ ସ୍ବିସ ବ୍ୟାଙ୍କରେ ଭାରତୀୟ ଉପଭୋକ୍ତାଙ୍କ ଜମାରେ ହ୍ରାସ ଆସିଛି । ‘‘ସବୁଠୁ ବଡ ବୃଦ୍ଧି ବଣ୍ଡ, ସିକ୍ୟୁରିଟିଜ ବା ଅନ୍ୟ ଆର୍ଥିତ ଉତ୍ପାଦ ଭାବେ ହୋଇଛି ।

ସ୍ବିସ ବ୍ୟାଙ୍କରେ ଭାରତୀୟଙ୍କ ଜମା ବୃ୍ଦ୍ଧି ପଛରେ ଅନ୍ୟ କାରଣ ବି ରହିଛି ବୋଲି ମନ୍ତ୍ରାଳୟ ଯୁକ୍ତି ବାଢିଛି । ଏଥିରେ ଭାରତୀୟ କମ୍ପାନୀର ବଢୁଥିବା ବ୍ୟବସାୟୀ ନେଣଦେଣ , ଭାରତରେ ସ୍ବିସ ବ୍ୟାଙ୍କର ଶାଖା ଯୋଗୁଁ ଜମା ବୃଦ୍ଧି ଓ ସ୍ବିଜ ଏବଂ ଭାରତୀୟ ବ୍ୟାଙ୍କ ମଧ୍ୟରେ ଆନ୍ତ ବ୍ୟାଙ୍କ ନେଣଦେଣରେ ବୃଦ୍ଧି ସାମିଲ ଅଛି । ସ୍ବିସ ନ୍ୟାସନାଲ ବ୍ୟାଙ୍କ (ଏସଏନବି) ତଥ୍ୟ ମୁତାବକ ଭାରତୀୟ ଗ୍ରାହକଙ୍କ ସ୍ବିସ ବ୍ୟାଙ୍କରେ ଜମା ରାଶି 2019 ଶେଷ ସୁଦ୍ଧା 89.9 କୋଟି ସ୍ବିସ ଫ୍ରେଙ୍କ କିମ୍ବା 6,625 କୋଟି ଟଙ୍କା ଥିଲା । ହେଲେ 2020 ରେ ଏଥିରେ ବୃଦ୍ଧି ହୋଇଛି । ଆଉ 2 ବର୍ଷ ଧରି ଲଗାତାର ଆସୁଥିବା ହ୍ରାସ ଦୃଷ୍ଟିକୋଣ ଓଲଟିଯାଇଛି ।

Last Updated : Jun 19, 2021, 5:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.