ETV Bharat / business

2022 ଏପ୍ରିଲରୁ ନବୀକରଣ ହେବନି ପୁରୁଣା ସରକାରୀ ଗାଡି ରେଜିଷ୍ଟ୍ରେସନ !

author img

By

Published : Mar 14, 2021, 6:26 AM IST

ଆସନ୍ତା ଆର୍ଥିକ ବର୍ଷରୁ ସରକାରୀ ବିଭାଗ ନିଜର 15 ବର୍ଷରୁ ଅଧିକ ପୁରୁଣା ଗାଡିର ରେଜିଷ୍ଟ୍ରେସନ ନବୀକରଣ କରିପାରିବେ ନାହିଁ । ଏହି ନିୟମ କେନ୍ଦ୍ର , ରାଜ୍ୟ , କେନ୍ଦ୍ର ଶାସିତ ଅଞ୍ଚଳ, ସରକାରୀ କମ୍ପାନୀ ଆଦି ପାଇଁ ଲାଗୁ ହେବ । ଅଧିକ ପଢନ୍ତୁ..

2022 ଏପ୍ରିଲରୁ  ପୁରୁଣା ସରକାରୀ ଗାଡି ରେଜିଷ୍ଟ୍ରେସନ ହେବନି ନବୀକରଣ !

ନୂଆଦିଲ୍ଲୀ: 2022 ଏପ୍ରିଲ ପହିଲା ପରଠୁ 15 ବର୍ଷ ପୁରୁଣା ଗାଡିର ରେଜିଷ୍ଟ୍ରେସନ ଆଉ ନବୀକରଣ ହେବ ନାହିଁ ! ସରକାର ବିଭାଗକୁ ରିନ୍ୟୁଆଲ ପାଇଁ ମିଳିବନି ଅନୁମତି ! କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏ ନେଇ ପ୍ରସ୍ତାବ ଦେଇଛି ।

ଯଦି ଏହାକୁ ଅନ୍ତିମ ରୂପ ଦିଆଯାଏ , ତେବେ ଏହି ବ୍ୟବସ୍ଥା ଲାଗୁ ହୋଇଯିବ । ମନ୍ତ୍ରାଳୟ ଏ ସମ୍ବନ୍ଧରେ ନିୟମରେ ସଂଶୋଧନ କରିବା ପାଇଁ ବିଜ୍ଞପ୍ତି ଜାରି କରି ଅଂଶଧାରକଙ୍କ ଠାରୁ ମତାମତ ଲୋଡିଛି । ବିଜ୍ଞପ୍ତିରେ କୁହାଯାଇଛି କି , ଯଦି ଏହି ପ୍ରସ୍ତାବକୁ ଅନୁମୋଦନ ମିଳେ , ତେବେ ନୂଆ ନିୟମ ସମସ୍ତ ସରକାରୀ ଯାନ .. କେନ୍ଦ୍ର ଓ ରାଜ୍ୟ ସରକାର, କେନ୍ଦ୍ରୀୟ ଶାସିତ ଅଞ୍ଚଳ, ସରକାରୀ କମ୍ପାନୀ , ମ୍ୟୁନିସିପାଲିଟି ସଂସ୍ଥା ଏବଂ ସ୍ବୟଂଶାସିତ ସଂସ୍ଥା ପାଇଁ ପ୍ରଯୁଜ୍ୟ ହେବ ।

ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ କରାଯାଇଛି କି, ‘‘ 2022 ଏପ୍ରିଲ ପହିଲାରେ ସରକାରୀ ବିଭାଗ ନିଜର 15 ବର୍ଷରୁ ଅଧିକ ପୁରୁଣା ଗାଡିର ରେଜିଷ୍ଟ୍ରେସନ ନବୀକରଣ କରିପାରିବେ ନାହିଁ । ଏହି ନିୟମ କେନ୍ଦ୍ର , ରାଜ୍ୟ , କେନ୍ଦ୍ର ଶାସିତ ଅଞ୍ଚଳ, ସରକାରୀ କମ୍ପାନୀ ଆଦି ପାଇଁ ଲାଗୁ । ’’

ମାର୍ଚ୍ଚ 12 ରେ ଏହି ନିୟମର ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯାଇଛି । ତେବେ 30 ଦିନ ମଧ୍ୟରେ ଏ ସମ୍ବନ୍ଧରେ ମତାମତ ପରାମର୍ଶ ଦେବାକୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.