ETV Bharat / business

ଗ୍ରସରୀ ଡେଲିଭରି ପାଇଁ ହ୍ବାଟସଆପ ବ୍ୟବହାର ଆରମ୍ଭ କରିଛି ରିଲାଏନ୍ସ

author img

By

Published : Apr 27, 2020, 6:51 PM IST

ରିଲାଏନ୍ସ ରିଟେଲର ଇକମର୍ସ ସଂସ୍ଥା ଜିଓମାର୍ଟ ଗ୍ରସରୀ ସାମଗ୍ରୀ ଅର୍ଡର ପାଇଁ ହ୍ବାଟସଆପରେ ସମ୍ପର୍କ କରିବା ଆରମ୍ଭ କରିଦେଇଛି । ଅଧିକ ପଢନ୍ତୁ..

Reliance starts using WhatsApp for grocery deliveries but model to evolve
ଗ୍ରସରୀ ଡେଲିଭରି ପାଇଁ ହ୍ବାଟସଆପ ବ୍ୟବହାର ଆରମ୍ଭ କରିଛି ରିଲାଏନ୍ସ

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଗ୍ରସରୀ ଷ୍ଟୋରଗୁଡିକ ସହ ଯୋଡି ରଖିବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ହ୍ବାଟସଆପ ବ୍ୟବହାର (ସମୀତି ପରୀକ୍ଷଣ) ଆରମ୍ଭ କରିଛି । କିଛି ଦିନ ପୂର୍ବରୁ ଫେସବୁକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନେତୃତ୍ବଧୀନ ସମ୍ପତ୍ତି(ଜିଓ)ରେ 43,574 କୋଟି ଟଙ୍କା ନିବେଶ ନେଇ ଘୋଷଣା କରିଥିଲା ।

କ୍ରେଡିଟ ସୁଇସର ଏକ ରିପୋର୍ଟରେ କୁହାଯାଇଛି ଯେ, ରିଲାଏନ୍ସ ରିଟେଲର ଇକମର୍ସ ସଂସ୍ଥା ଜିଓମାର୍ଟ ଗ୍ରସରୀ ସାମଗ୍ରୀ ଅର୍ଡର ପାଇଁ ହ୍ବାଟସଆପରେ ସମ୍ପର୍କ କରିବା ଆରମ୍ଭ କରିଦେଇଛି । ବର୍ତ୍ତମାନ ଜିଓମାର୍ଟ ନେଭି ମୁମ୍ବାଇ, ଥାନେ ଓ କଲ୍ୟାଣରେ ଗ୍ରାହକଙ୍କ ସହ ହ୍ବାଟସଆପ ଜରିଆରେ କଥାବାର୍ତ୍ତା ହେଉଛି ।

ରିପୋର୍ଟରେ କୁହାଯାଇଛି ଯେ, ଉପଭୋକ୍ତା ହ୍ବାଟସଆପ ମାଧ୍ୟମରେ କମ୍ପାନୀ ସହ ସମ୍ପର୍କ କରିପାରିବେ । ଜିଓମାର୍ଟ ୱେବପେଜରେ କିରାଣୀ ସାମଗ୍ରୀ ଅର୍ଡର ଯାଞ୍ଚ କରାଯାଇପାରିବ । ଏହା ପରେ ହ୍ବାଟସଆପରେ ଖୁଚୁରା ଷ୍ଟୋର ସହ ଯୋଡାଯିବ । ପରେ ଗ୍ରାହକ ଦୋକାନରୁ ନିଜ ଅର୍ଡର ଆଣିବ । ଏଥିସହ ତାହାକୁ ନଗଦରେ ପେମେଣ୍ଟ କରିବ ।

କମ୍ପାନୀ କହିଛି ଯେ ଏହି ମଡେଲ ଯୋଗାଣ ଓ ପୂରା ନେଣଦେଣକୁ ଏକ ଆପ ଜରିଆରେ ଶେଷ କରିବାରେ ସାହାଯ୍ୟ କରିବ । ଫେସବୁକ ସହ ହୋଇଥିବା ଚୁକ୍ତି ଅମ୍ବାନୀଙ୍କୁ ଡିଜିଟାଲ ପ୍ଲାର୍ଟଫର୍ମ ସୃଷ୍ଟି ପାଇଁ ସୁଯୋଗ ସୃଷ୍ଟ କରିବ । ଏଥିସହ ଇକମର୍ସ ବଜାରରେ ଆମଜନ , ଫ୍ଲିପକାର୍ଟକୁ ଚ୍ୟାଲେଞ୍ଜ କରିପାରିବେ । କେପିଏଏମଜି ଆକଳନ କରିଛି କି, ଇକମର୍ସ ବଜାର 2027 ସୁଦ୍ଧା 200 ଅରବ ଡଲାରରେ ପହଞ୍ଚିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.